ବିରଜା କ୍ଷେତ୍ରର ବିସ୍ମୟ ବାଳକ ବିରଜାଙ୍କ ସହ ସିଧା କଥାବାର୍ତ୍ତା ! ମନରେ ଭକ୍ତିଥିଲେ ଏହି ବିସ୍ମୟ ବାଳକ ଙ୍କ ପାଇଁ ଗୋଟିଏ ସେୟାର କରନ୍ତୁ ଏବଂ ଲେଖନ୍ତୁ ଜୟ ମା” ବିରଜା…..

କୁହାଯାଇଥାଏ କି ସାନ ସିନା କାମ କିନ୍ତୁ ବହୁତ ବଡ । ଯଦି କେହି କିଛି କରି ଦେଖାଇବା ର ଇଚ୍ଛା ଥାଏ ତାହା ହେଲେ ସେ ବୟସ କୁ ବି ପଛରେ ପକାଇ ଦେଇଥାଏ । ନିଜର ବୁଦ୍ଧି ଏବଂ କୈଶଳ ଲଗେଇ ଜଣେ ଯଦି ଗୋଟିଏ କାର୍ଯ୍ୟ କୁ କରି ଦେଖାଇବା ପାଇଁ ଆଗ୍ରହୀ ଥାଏ ତେବେ ବୟସ ବି ତା ଆଗରେ ହାର୍ ମାନିଯାଏ ।କଥାକହି ପାରନ୍ତିନି ଯେତେବେଳେ ସେ ନିଜେ ମାଁ ହେଲେ ସେତେବେଳେ ତାଙ୍କ ମନ ଭିତରେ ଅନେକ ପ୍ରଶ୍ନ ଆସୁଥିଲା । ଭଗବାନଙ୍କୁ ପ୍ରତିଟି ମୂହୂର୍ତ୍ତରେ ସେ ଡାକୁଥିଲେ ମୋ ସନ୍ତାନ ପୁଅ ହେଉ ବା ଝିଅ ଅନ୍ତତଃ ଶୁଣିପାରୁ ଏବଂ ଯାହା ତାଭିତରେ ଭାବନା ରହିଛି ତାହା ପରିପ୍ରକାଶ କରିପାରୁ ନିଜ ମୁହଁରେ ।

ଆଉ ଠିକ୍ ସେଇଆ ହିଁ ହେଲା ତାଙ୍କ କୋଳରେ ଏକ ପୁତ୍ର ସନ୍ତାନ ଜନ୍ମ ନେଲେ ଏବଂ ସେ ଶୁଣି ପାରିଲେ ,କଥା ମଧ୍ୟ କହିପାରିଲେ । କିନ୍ତୁ ସେହି ମାଁ କେବେ ଭାବିନଥିଲେ କିମ୍ବା ଚିନ୍ତା ବି କରିନଥିଲେ କି ତାଙ୍କ ପୂରା ପରିବାର କେବେ ଚିନ୍ତା କରିନଥିଲେ କି ଯେଉଁ ଛୁଆ କେବଳ ସେ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ କଥାପଦେ କହି ଦେଉ ମାଁ ବୋଲି ଡାକିଦେଉ, ପଛେ ମୁଁ ନଶୁଣିପାରେ କିନ୍ତୁ ତାର ଓଠର ଯେଉଁ ଭାବକୁ ମୁଁ ଅନୁଭବ କରିପାରେ ।

ସଂମ୍ପୂର୍ଣ୍ଣ ପରିବାର ସବୁବେଳେ ଚିନ୍ତାରେ ଥିଲେ, କିନ୍ତୁ ଆଈମାଁଙ୍କର ସବୁବେଳେ ମନ ଭିତରେ ଗୋଟିଏ ଡରକୁ ରଖିଥିଲେ , କି ମୋର ନାତି କାଳେ ବଡ ହେଲେ କହିପାରିବନି ,ଶୁଣିପାରିବନି ତେଣୁ ସବୁବେଳେ ନାତି ପାଖରେ୍ ବସି ଭାଗବତ ପଢୁଥିଲେ ।

ଆଉ ଧୀରେଧୀରେ ନାତି ଏହି ଭାଗବତ ପଢା ଶୁଣିଶୁଣି ବଡ ହେଲେ ଏବଂ ଆଜି ନାତିକୁ 6 ବର୍ଷ ବୟସ । 6 ବର୍ଷ ବୟସରେ ନାତି ଏମିତି ଭାବଗତ ପଢୁଛି ଯେ ଆଜି ସେ ଯାଜପୁରର ବିସ୍ମୟ ବାଳକ ।


ତେବେ ସେ 3ବର୍ଷ ବୟସରୁ ଭାଗବତ ପଢା ଆରମ୍ଭ କରିଥିଲେ । ସେ ଏବେ ସ୍ବରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ପାଠ ପଢନ୍ତି । ତାଙ୍କର ଏତେ କମ୍ ବୟସରୁ ଏମିତି ନିର୍ଜଳ ଭାବରେ ଭାଗବତ କହିବା ସ୍କୁଲର ଶିକ୍ଷକଙ୍କୁ ମଧ୍ୟ ବହୁ ଭାବରେ ପ୍ରଭାବିତ କରିଛି । ତେବେ ସେ ଭଗବାନଙ୍କୁ ମଧ୍ୟ ଦେଖିପାରନ୍ତି ଏବଂ ଅନୁଭବ କରିପାରନ୍ତି ବୋଲି କହିଛନ୍ତି ଏବଂ ଭଗବାନଙ୍କର ସ୍ବରୂପକୁ ବି ସେ ନିଜେ ବର୍ଣ୍ଣନା କରିଛନ୍ତି ।

ଭାଗବାନ ଦେଖିବା ପାଇଁ ବହୁତ ସୁନ୍ଦର ଏବଂ ତାଙ୍କର ଚକା ଚକା ଆଖି ,କର୍ଣ୍ଣରେ କର୍ଣ୍ଣ କୁଣ୍ଡଳ ପରିଧାନ କରନ୍ତି ଏହି ପରି ସେ ଭାଗବାନଙ୍କ ବିୟରେ ବହୁତ କିଛି ବର୍ଣ୍ଣନା କରିଛନ୍ତି । ଏମିତିକି ଭାଗବାନ ସବୁଠାରେ ଅଛନ୍ତି ତାଙ୍କୁ ଭକ୍ତି ଏବଂ ପବିତ୍ର ମନରେ ଡାକିଲେ ସେ ନିଶ୍ଚୟ ଶୁଣିବେ ଏବଂ ଦର୍ଶନ ତଥା ସବୁ ମନସ୍କାମନା ପୂରଣ କରିବେ ବୋଲି କହିଛନ୍ତି ।

ତେବେ ସବୁଠାରୁ ବଡ କଥା ହେଉଛି ଏତେ କମ ବୟସରୁ ଏମିତି ନିର୍ଜଳ ତଥା ସ୍ପଷ୍ଟ ଭାବରେ ଭାଗବତ ପଢିବା ଯେତେବେଳେ ଜଣେ ବଡ ଲୋକଙ୍କ ପକ୍ଷରେ ସମ୍ଭବ ହୋଇପାରୁନାହିଁ ,ସେତେବେଳେ ଏତେ ଛୋଟ ପିଲା ହୋଇ ଭାଗବତ ପଢିବା ନିଶ୍ଚୟ ଏବ ବିସ୍ମୟକର ବିଷୟ ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।