ନିଆଁରା ଶିକ୍ଷକ, ବହି ନ ଦେଖି ପଢ଼ାଉଛନ୍ତି ପାଠ | ଏହି ଶିକ୍ଷକ ଙ୍କ ପାଠ ପଢା ଦେଖିଲେ ଆପଣ ବି କହିଲେ ବାଃ ବାଃ

ଆଖି ସାମ୍ନା କୁ ଯେତେବେଳେ ସାର ଚାଲି ଆସନ୍ତି ଆପେ ଆପେ ମୁଣ୍ଡ ନଇଁ ଯାଏ ହାତ ଯୋଡ଼ି ହୋଇଯାଏ ଆଉ ପାଟି ସମ୍ମାନ ର ସହ କଥା କୁହେ ଆଉ ପାଦ ଛୁଇଁବାକୁ ମନ ପୁରା ବ୍ୟାକୁଳ ହୋଇ ଉଠେ | କାରଣ ଛାତ୍ର ହୁଅନ୍ତୁ କି ଛାତ୍ରୀ ଜୀଵନ ରେ ସଫଳ ହେବା ପାଇଁ ଶିକ୍ଷକ ସାରଥୀ ସାଜିଥାନ୍ତି, ଛାତ୍ର ଛାତ୍ରୀ ଙ୍କ ଜୀଵନ ରେ ସ୍କୁଲ ଶିକ୍ଷା ଏବଂ ଗୁରୁ ଙ୍କ ଭୂମିକା କଣ ସେମାନଙ୍କୁ ଜଣା |

ତେବେ ଏକ ସ୍କୁଲ ଦେଖିବା ପାଇଁ ମିଳିଛି ଯେଉଁଠି ଛାତ୍ର ଛାତ୍ରୀ ଅଛନ୍ତି ଆଉ ସାର ମଧ୍ୟ ଅଛନ୍ତି ସାର ଶ୍ରେଣୀ କୁ ପ୍ରବେଶ କରିବା ମାତ୍ରେ ପିଲା ମାନେ ଠିଆ ହୋଇ ନମସ୍କାର କରୁଛନ୍ତି, କିନ୍ତୁ କଳା ଚଷମା ପିନ୍ଧିଥିବା ଏହି ଶିକ୍ଷକ ଙ୍କ କଥାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇ ଯିବେ |

 

ତେବେ ଏ ହେଉଛନ୍ତି ସଭିଙ୍କର ପ୍ରିୟ ଶ୍ୟାମସୁନ୍ଦର ସାର, ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ପୋଡ଼ାଡିହ ଗାଁ ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ଶ୍ୟାମସୁନ୍ଦର ବିନ୍ଧାଣି | ନିଜେ ଭଲ କରି ଦେଖୁ ପାରୁ ନାହାଁନ୍ତି କିନ୍ତୁ ପିଲା ଙ୍କୁ ପାଠ ପଢାଇବାରେ ଏତେ ସିଦ୍ଧ ହସ୍ତ ଯେ ସହକର୍ମୀ ଶିକ୍ଷକ ଙ୍କ ପ୍ରଶଂସା ର ଶବ୍ଦ କହୁ କହୁ ଭାବ ବିହ୍ଵଳ ହୋଇ ଗଲେ | 2015 ମସିହା ରୁ ଶ୍ୟାମ ସୁନ୍ଦର ଶିକ୍ଷକତା କରୁଛନ୍ତି, ଶ୍ୟାମ ସୁନ୍ଦର ଜନ୍ମ ରୁ କିନ୍ତୁ ଦୃଷ୍ଟିବାଦୀ ନଥିଲେ 2000 ମସିହା ରେ ସେ ନିମୋନିଆ ରେ ପୀଡିତ ହୋଇ ଥିଲେ ସେବେ ଠାରୁ ସେ ଦୃଷ୍ଟି ଶକ୍ତି ହରାଇ ବସିଛନ୍ତି |

ପାଠ ପଢ଼ାଇବା ସାଙ୍ଗକୁ ଶ୍ୟାମ ସୁନ୍ଦର ସାର ଅତି ଆପଣାର ଯାହାକି ବହି ନ ଦେଖି ଶ୍ୟାମ ସୁନ୍ଦର ପାଠ ପଢାଇ ପାରନ୍ତି, ସାହିତ୍ୟ ସହିତ, ଇତିହାସ ଭୂଗୋଳ ତାଙ୍କର ପୁରା ମୁଖସ୍ତ | ଆଉ ନିଜେ ମୋବାଇଲ ରେ ପଢ଼ନ୍ତି ଆଉ ପିଲା ମାନେ ବିଷୟକୁ ବୁଝିବା ଯାଏଁ ପଢ଼ାନ୍ତି କାଳେ କିଛି ଅବୁଝା ରହିଯିବ ସେଥିପାଇଁ ବାରମ୍ବାର ରିଭିଜିନ କରନ୍ତି |

 ଦୃଷ୍ଟିଶକ୍ତି ହରାଇ ଥିଲେ ମଧ୍ୟ କେବେ ସେ ନିଜକୁ ଦିବ୍ୟାଙ୍ଗ ବୋଲି ଭାବି ନାହାଁନ୍ତି ଯାହାକି ଅଟିଇଟିରେ ଉତୀର୍ଣ୍ଣ ହୋଇ ଶିକ୍ଷକତା କରୁଛନ୍ତି ନିଜର ଦୃଷ୍ଟି ଶକ୍ତି ନଥିଲେ ମଧ୍ୟ ନିଜର ଜ୍ଞାନ ମାଧ୍ୟମ ରେ ସେ ଅନେକ ଙ୍କର ଜୀଵନ କୁ ଉଜ୍ଜଳ ମୟ କରି ପାରିଛନ୍ତି | ତେବେ ଏଭଳି ଏକ ସୁନ୍ଦର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ବେସ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖି ଅନେକ ଲୋକ ଶ୍ୟାମ ସୁନ୍ଦର ଙ୍କୁ ବେସ ପ୍ରଶଂସା କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।