କି ବିକୃତ ଚିନ୍ତାଧାରା ? ବାହାଘର ୩ ବର୍ଷ ପରେ କାଳି କହି ସ୍ତ୍ରୀକୁ ଘରୁ କାଢିଦେଲା ସ୍ୱାମୀ | ଦୟାକରି କମେଣ୍ଟ କରନ୍ତୁ ଏହି ମହିଳା ଙ୍କ ସହ ଅନ୍ୟାୟ ପାଇଁ ସ୍ବାମୀ ଙ୍କୁ କି ଦଣ୍ଡ ମିଳିବା ଦରକାର ?

ବାଃବାଃ ରେ ସ୍ବାମୀ, ବିବାହର 3 ବର୍ଷ ପରେ ସ୍ତ୍ରୀକୁ କାଳି କହି ଘରୁ ତଢି ଦେଲେ । ଆମ ସମାଜରେ ବିବାହ ହେଉଛି ଗୋଟିଏ ପବିତ୍ର ବନ୍ଧନ ହୋଇଥାଏ , ଯାହାକି ପ୍ରତ୍ୟେକ ପୁଅ ଝିଅ ମାନଙ୍କର ଗୋଟିଏ ବହୁତ ବଡ ସ୍ବପ୍ନ ରହିଥାଏ । ସମସ୍ତଙ୍କର ଇଚ୍ଛା ଥାଏ କି ସେମାନେ ଜଣେ ସୁନ୍ଦର ଜୀବନସାଥୀଟିଏ ପାଆନ୍ତୁ ଏବଂ ତା ସହିତ ଖୁସିରେ ସଂସାର କରନ୍ତୁ କିନ୍ତୁ ସମସ୍ତଙ୍କର ସେହି ଇଚ୍ଛା , ସ୍ବପ୍ନ ପୂରଣ ହୋଇନଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ ଜଣାଇବାକୁ ଯାଉଛୁ ଯାହା ଜାଣିବା ପରେ ଆପଣ କେବେ ବି ବିଶ୍ବାସ କରିପାରିବେ ନାହିଁ ।

ବିବାହର 3 ବର୍ଷ ପରେ ସ୍ବାମୀଙ୍କୁ ଲାଗିଲା ତାର ସ୍ତ୍ରୀର ରଙ୍ଗ କଳା, ସେଥିପାଇଁ ଝିଅକୁ 2 ବର୍ଷ ହେବା ପରେ ସ୍ତ୍ରୀର ରଙ୍ଗ କଳା ବୋଲି ଅଭିଯୋଗ କରି ଘରୁ ବିଦା କରି ଦେଇଛନ୍ତି ସ୍ବାମୀ ଜଣଙ୍କ । କେବଳ ସେତିକି ନୁହେଁ ନିଜେ ଫେରାର ବି ହୋଇ ଯାଇଛନ୍ତି ,ଆଉ ଏବେ ଶାଶୁଘରେ ରହିବାର ଅଧିକାର ନେଇ ସ୍ତ୍ରୀ ଶାଶୁଘର ଆଗରେ ଧାରଣାରେ ବସି ଆତ୍ମହତ୍ୟା ଉଦ୍ୟମ କରିବାକୁ ଚେଷ୍ଟା କରୁଛନ୍ତି ।

ରଙ୍ଗ ଯଦି ଏତେ ପସନ୍ଦ ତେବେ ଆଖି୍ ବନ୍ଦ କରି ବିବାହ କାହିଁକି କରିନେଲେ ମହିଳାଙ୍କ ସ୍ବାମୀ କିଛି ବୁଝା ପଡୁନାହିଁ । ସ୍ତ୍ରୀଙ୍କର ରଙ୍ଗ କଳା ବୋଲି ତାଙ୍କୁ ଘରୁ ବାହାର କରିଦେବା ଘଟଣା ଏବେ ଖୁବ୍ ଚର୍ଚ୍ଚାରେ ରହିଛି । ଘଟଣାଟୀି ଘଟିଛଇ ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତ୍ରର୍ଗତ ବଡକୋଣ ଗ୍ରାମରେ । 2018 ମସିହାରେ ଗୋପନାଥ ଓଟରାଶାସନ ଗ୍ରାମର ସସ୍ମିତା ମହାନ୍ତି କାକଟପୁର ଥାନା ବଡକୋଣ ଗ୍ରାମର ଗଣେଶ ଦଳାଇଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ ।

ବିବାହ ପରେ ଦୁହିଁଙ୍କର ଏକ କନ୍ୟା ସନ୍ତାନ ବି ହୋଇଛି । ହେଲେ ଗଣେଶ ବିବାହର 3 ବର୍ଷ ପରେ ସ୍ତ୍ରୀ ସସ୍ମିତା କାଳି ବୋଲି ଅଭିଯୋଗ ସ୍ବାମୀ ଏବଂ ଶାଶୁଘରେ ଲୋକେ ସସ୍ମିତାଙ୍କୁ ଘରୁ ବାହାର କରିଦେଇଛନ୍ତି ।

 ସସ୍ମିତା ଏବେ ନ୍ୟାୟ ପାଇଁ କାକଟପୁର ଥାନାରେ ଅଭିଯୋଗ କରିଛନ୍ତି । ଯୌତୁକ ସାମଗ୍ରୀ ଠିକ୍ ଭାବେ ଜବତ ନ କରାଯିବା ଓ ଶାଶୁଘରୁ ନ୍ୟାୟ ପାଇବା ଦାବି ନୋଇ ଏବେ ପୁଣି ଥରେ ଶାଶୁଘର ଆଗରେ ନିଜ ଝିଅକୁ ଧରି ଧାରଣାରେ ବସି ରହିଛନ୍ତି ସସ୍ମିତା ।

ବୋହୂ ଧାରଣାରେ ବସି ଥିବା ଦେଖି ଶାଶୁ, ଦିଅର ଏବଂ ସ୍ବାମୀ ମିଳିତ ଭାବେ ସସ୍ମିତାଙ୍କୁ ନାନାକଥା ଶୁଣାଇଛନ୍ତି ,ଘରକୁ ପୂରାଇ ଦେଉ ନାହାଁନ୍ତି ବରଂ ଘର ଆଗରେ ଶାଶୁ ବୋହୂ କଥା କଟାକଟି ଚାଲିଛି । ତେବେ କିଛି ସମୟ ପରେ ଖବର ପାଇ କାକଟପୁର ଥାନା ପୋଲିସ୍ ପହଞ୍ଚି ସସ୍ମିତାଙ୍କୁ ଉଦ୍ଧାର କରି ତାଙ୍କ ବାପଘରକୁ ପଠାଇଛନ୍ତି ।
ଏପଟେ ଲୋକେ କହୁଛନ୍ତି ଧନ୍ୟରେ ତମେ ସ୍ବାମୀ ଧନ୍ୟ, ସେଇଟା ତୁମ ଆଖି ନା କାଚବାଟି । ବିବାହର 3 ବର୍ଷ ପରେ କିଏ ଅଭିଯୋଗ ଆଣେ ନିଜ ସ୍ତ୍ରୀର ରଙ୍ଗ କଳା ବୋଲି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।