ବିଧିର ବିଧାନରେ ଏ କିପରି ନିୟମ ମା ଆଗରେ ପୁଅ ହୋଇଗଲା ଅସହାୟ ! ଦୟାକରି ଏହି ପୁଅର ଚିକିତ୍ସା ପାଇଁ ସାହାର୍ଯ୍ୟ କରନ୍ତୁ ଏବଂ ମନରେ ଦୟାଥିଲେ ଭଗବାନ ଙ୍କୁ ପ୍ରାର୍ଥନା କରି ତାଙ୍କର ଆରୋଗ୍ୟ କାମନା କରନ୍ତୁ…

ମୋ ପୁଅ ବଡ ହେଲେ ମୋ କଥା ବୁଢିବ ମୋତେ ଖାଇବାକୁ ପିଇବାକୁ ଦେବ ଆଉ ବୁଢୀ ହୋଇଗଲେ ସେବା ଶୁଶ୍ରୁସା କରିବ । ହେଲେ ଗୋଟିଏ ମାର ଏମିତିକା ସ୍ୱପ୍ନ ଚୁରମାର ହୋଇ ସାରିଛି । ଯେଉଁ ପୁଅ ସାହା ହେବ ବୋଲି ମା ଭାବିଥିଲା ଆଜି ସେଇ ପୁଅ ମାର ଆଶ୍ରା ସାଜିଛି । ଆମେ କହୁଛୁ ଗଜପତି ଜିଲ୍ଲା ଗୁମା ଖ୍ରୀଷ୍ଟିଆନ ସାହିର ଦୀପକ ବେବର୍ତ୍ତାଙ୍କ କଥା । ଦିନେ ସେ ଥିଲେ ସୁସ୍ଥ ସବଳ ପାଠ ପଢା ଠାରୁ ଆରମ୍ଭ କରି ଖେଳକୁଦ ସବୁଥିରେ ଥିଲେ ପାରଙ୍ଗମ ।

2019 ମସିହା ଜାନୁଆରୀରେ ହଠାତ ତାଙ୍କର ଜୀବନ ହୋଇଗଲା ଦୁର୍ବସହ । ଚାକିରୀ କରିବାକୁ କେରଳ ଯାଇଥିବା ଦୀପକ ବାଟରେ ହୋଇଥିଲେ ଅସୁସ୍ଥ ତାଙ୍କର ହାତ ଆଉ ଦୁଇ ଗୋଡ ଚାଲିଲ ନାହିଁ ସେହି ଦିନ ଠାରୁ ଦୀପକ ଶର୍ଯ୍ୟାଶାୟୀ ।

ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ଦୁଇ ବର୍ଷ ଧରି ଦୀପକଙ୍କର ସେବା କରି ଅସହାୟ ହୋଇ ପଡିଲେଣି ସୁପ୍ରଭା । ପୁଅର ଚିକିତ୍ସା କରିବାକୁ ସେ ଚାହୁଁଥିଲେ ମଧ୍ୟ ଅର୍ଥ ବାଧକ ସାଜିଛି । ସରକାରୀ ବା ବେସରକାରୀ ସ୍ତରରେ ସହାୟତା ମିଳିଲେ ଦୀପକ ସୁସ୍ଥ ହୋଇ କାମ ଧନ୍ଦା କରିପାରିଥାନ୍ତି ବୋଲି ସୁପ୍ରଭା ଆଶା ରଖିଛନ୍ତି । ଦୀପକ ପାଇଁ ତାଙ୍କର ମା କେବଳ ନିବେଦନ କରିଛନ୍ତି ତା ନୁହେଁ ସାଇ ପଡିଶା ମଧ୍ୟ ଦୀପକଙ୍କର ଆରୋଗ୍ୟ କାମନା କରିଛନ୍ତି ଏବଂ ସହାୟତା ପାଇଁ ଆକୁଳ ଗୁହାରୀ ମଧ୍ୟ କରିଛନ୍ତି ।

ଏବେ ଦୀପକଙ୍କର ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଟିରୁ ସହାୟତା ପାଇଁ ଚିଠି ଲେଖିଛନ୍ତି ଗୁମାର ବିଡିଓ । ପୁଅ ବଡ ହେଲେ ବାପା ମାଙ୍କୁ ସହାୟ ହେବ ହେଲେ ବିଧିର ବିଧାନ ଏସବୁ କରିଦେଇଛି ଓଲଟପାଲଟ । ଏବେ ନିଜର ଭାଗ୍ୟକୁ ଦୋଷ ଦେଇ ବ୍ଚିଛନ୍ତି ବେବର୍ତ୍ତା ପରିବାର ।

ଯେଉଁ ବୟସରେ ବାପା ମାଙ୍କୁ ଲାଳନ ପାଳନ କରିବା କଥା ଏବଂ ନିଜର ଏକ ସଂସାର କରିବା କଥା ସେହି ବର୍ୟସରେ ଶର୍ଯ୍ୟାଶାୟୀ ହୋଇ ପଡିରହିଛନ୍ତି 30 ବର୍ଷର ଯୁବକ ଦୀପକ । ଯେଉଁଥିପାଇଁ କି ତାଙ୍କର ମାଙ୍କର ଆଖିରୁ ଦିନରାତି ଅନବରତ ଲୁହ ଝରିବାରେ ଲାଗିଛି , କାରଣ ମା କେତେ ଆଶା କରିଥିଲା ହେଲେ ନିଜ ଆଖି ଆଗରେ ହଠାତ ଏପରି ଜଣେ ଭଲ ପୁଅର ଏପରି ଅବସ୍ଥା ଦେଖି ମାର ମନ ଥୟ ଧରିବ କିପରି ।

ଏପର ଏକ ପରିସ୍ଥିତିରେ ନିଜର ପୁଅକୁ ଭଲ କରିବା ପାଇଁ ତାଙ୍କର ମା ଅନାଇ ରହିଛନ୍ତି ସରକାରଙ୍କର କିଛି ସାହାର୍ଯ୍ୟକୁ , ଯାହାକୁ ପାଇଲେ ସେ ନିଜ ପୁଅକୁ ଭଲ କରିପାରନ୍ତି ବୋଲି ମନରେ ଆଶା ରଖିଛନ୍ତି । ଏହା ସହିତ ସେହି ଆସାରେ ପୁଣି ଥରେ ତାଙ୍କର ପୁଅ ଆଗ ଭଳି ଚାଲିପାରିବ ଏବଂ କଥା କହିପାରିବ ଏପରିକି ମୁହଁରୁ ପଦେ ମା ଡାକ ଡାକିବ ବୋଲି ସେ ଅନାଇ ରହିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।