ବିବାହର 15 ଦିନ ପରେ ଜଣାପଡିଲା ମହିଳା ଜଣଙ୍କ 2 ମାସର ଗର୍ଭବତୀ ଅଛନ୍ତି , ସ୍ବାମୀ ଜାଣିବା ପରେ ଯାହା କଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ।
ବିବାହ ହେଉଛି ଏକ ପବିତ୍ର ବନ୍ଧନ ଏହି ବନ୍ଧନ ଦୁଇ ଆତ୍ମାକୁ ଏକ କରିଥାଏ ଏବଂ ସେମାନଙ୍କର ମଧ୍ୟରେ ପ୍ରେମ ସଂପର୍କ ତିଆରି କରିଥାଏ । ବିବାହ ପରେ ଜଣେ ନାରୀ ତାର ସ୍ୱାମୀ ଠାରୁ ଅନେକ କିଛି ଆଶା କରିଥାଏ ଏବଂ ଜଣେ ସ୍ୱାମୀ ମଧ୍ୟ ତା ସ୍ତ୍ରୀ ଠାରୁ ଅନେକ କିଛି ଆସା କରିଥାଏ । ତେବେ ଏହି ବନ୍ଧନର ମୂଳ ସାକ୍ଷୀ ରହିଥାଏ ସେମାନଙ୍କର ପବିତ୍ର ପ୍ରେମର ସଂତକ ସେମାନଙ୍କର ସନ୍ତାନ । ବିବାହ ର କିଛି ମାସ କି ବର୍ଷ ପରେ ଜଣେ ନାରୀ ସନ୍ତାନ ସୁଖ ପ୍ରାପ୍ତି କରିଥାଏ , ଯାହା ଦ୍ୱାରା ତାର ଜୀବନରେ ସମସ୍ତ ଖୁସି ଆସିଥାଏ ଏହା ସହିତ ଘର ପରିବାରର ସମସ୍ତ ସଦସ୍ୟ ମାନେ ମଧ୍ୟ ଖୁସି ହୋଇଥାନ୍ତି ।
ଆଜି ଆମେ ଏପରି ଏକ କଥା ବିଷୟରେ କହିବୁ କି ଯେଉଁଥିରେ ଜଣେ ନାରୀର ସନ୍ତାନ ହେବାର କଥା ଶୁଣିକରି ତାହାର ପରିବାର ଲୋକ ଏବଂ ତାର ସ୍ୱାମୀ ମଧ୍ୟ ବହୁତ କ୍ରୋଧିତ ହୋଇଗଲେ ଏପରିକି ତାକୁ ଘରୁ ବାହାରି ଯିବାକୁ ମଧ୍ୟ କହିଲେ ତେବେ ଏପରି କଣ ଘଟିଥିଲା କି ମାକୁ ସନ୍ତାନ ସୁଖ ପ୍ରାପ୍ତ କରିବା ପରିବାର ଲୋକ ଏପରିକି ନିଜର ସ୍ୱାମୀ ମଧ୍ୟ ବିରୋଧ କରିଥିଲେ ।
ଆପଣ ମାନେ ତ ଜାଣନ୍ତି ବିବାହର କିଛି ମାସ କିମ୍ବା ବର୍ଷ ପରେ ସନ୍ତାନ ହେବାର କଥା ମାତ୍ର ବିବାହର 15 ଦିନ ପରେ ଜଣେ ନାରୀ 2 ମାସର ଗର୍ଭବତୀ ହେବା କଥା ଶୁଣିଛନ୍ତି କି , ତେବେ ଏହା ଶୁଣିଲେ ଆପଣ ମାନଙ୍କୁ ନିସ୍ଚିତ ରୂପରେ ଆଶ୍ଚର୍ଯ୍ୟ ଲାଗିବ ମାତ୍ର ଏହିଥାସତ୍ୟ ଅଟେ । ସୂଚନା ଅନୁସାରେ ସେକୁଣ୍ଡରାବାଦ ପୋଲିସ ଷ୍ଟେସନ ପରିସରରେ ଥିବା ଏକ ଗ୍ରାମର ବାଳିକା ପେବୃଆରୀ 15 ତାରିଖରେ ନାଇମାଣ୍ଡି ପୋଷ୍ଟଆଉଟ ଅଞ୍ଚଳରେ ଏକ ବିବାହ ହୋଇଥିଲା ।
ତେବେ ବିବାହର ପନ୍ଦର ଦିନ ପରେ ପେଟରେ ଯନ୍ତ୍ରଣା ହେବାରୁ ତାଙ୍କର ସ୍ୱାମୀ ତାଙ୍କୁ ଡାକ୍ତରଙ୍କ ପାଖକୁ ନେଇଗଲେ । ତେବେ ଡାକ୍ତର ଯେତେବେଳେ ଦେଖିଲେ ତ କହିଲେ କି ତାଙ୍କ ପେଟରେ ଦୁଇ ମାସର ପିଲା ରହିଛି ବୋଲି ।
ଡାକ୍ତରଙ୍କ ପାଖରୁ ଏପରି ଶୁଣିବା ପରେ ସ୍ୱାମୀ ଜଣକ ଯାଇ ନିଜର ସ୍ତ୍ରୀକୁ ପଚାରିଲେ କି ତୁମ ପେଟରେ ଏ ପିଲାଟି କାହାର । ତେବେ ସେହିଠାରେ ସ୍ତ୍ରୀ ଉତ୍ତର ଦେଇଥିଲେ କି ଏହି ପିଲାଟି ତାଙ୍କର ପ୍ରେମିକଙ୍କର ଅଟେ । ଏହା ଶୁଣି ତାଙ୍କର ସ୍ୱାମୀ ବହୁତ ରାଗିଗଲେ ଏବଂ ଘରୁ ବାହାରି ଯିବା ପାଇଁ କହିଲେ ମାତ୍ର ତାଙ୍କର ସ୍ତ୍ରୀ ଘରୁ ବାହାରିବା ପାଇଁ ନାରାଜ ଥିଲେ କାରଣ ସେ ଭାବୁଥିଲେ କି ଯଦି ବାପ ଘରକୁ ଯିବେ ତେବେ ତାଙ୍କ ଘର ଲୋକେ ତାଙ୍କୁ ମାରଦେବେ ।
ଏହା ପରେ ସେହି ନାରୀ ଜଣକ ଏବେ ଜିଲ୍ଲା ଡାକ୍ତରଖାନା ଜ୍ୟୋତି କେନ୍ଦ୍ରରେ ରଖାଯାଇଛି , ଏହା ପରେ ତାଙ୍କର ପ୍ରେମିକାକୁ ଖରବ ଦେଇଥିଲେ ମାତ୍ର ପ୍ରେମିକ ଜଣକ ଆସିନଥିଲେ । ତେବେ ସେହି ମହିଳାଙ୍କର ଦାୟିତ୍ୱରେ ରହିଥିବା ପୋଲସ ଲକ୍ଷ୍ମୀ ସିଂ ଧାରା 164 ମହିଳାଙ୍କର ବିବୃତ୍ତି ରେକର୍ଡ କରିଛନ୍ତି । ଏହା ପରେ ପୋଲିସ ତାର ତଦନ୍ତ ଜାରି ରଖିଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।