ଭୁବନେଶ୍ୱର ପାତାଳ ଗୁମ୍ଫା, ଯେଉଁଠି ପୃଥିବୀକୁ ମସ୍ତକରେ ଧାରଣ କରିଛନ୍ତି ଶେଷ ନାଗ ଭକ୍ତିରେ ଲେଖି ଦିଅନ୍ତୁ ଜୟ ନାଗ ଦେବତା ଏବଂ ଗୋଟିଏ ସେୟାର ନିଶ୍ଚୟ କରନ୍ତୁ…
ଉତ୍ତରାଖଣ୍ଡ ର ପାତାଳ ଭୁବନେଶ୍ୱର ଗୁମ୍ଫା ଯେଉଁଠି ଲୁଚି ରହିଛି ଅନେକ ପୌରାଣିକ ରହସ୍ୟ।ସ୍କନ୍ଦ ପୁରାଣରେ ଏହି ଗୁମ୍ପା ବିଷୟରେ ବର୍ଣ୍ଣନା କରା ଯାଇଛି।ଏଠାରେ ଏକା ଥରେ ଚାରି ଧାମର ଦର୍ଶନ ଓ ପୁଣ୍ୟ ପ୍ରାପ୍ତି ହୁଏ।ଏଠାରେ ସମସ୍ତ ତେତିଶ କୋଟି ଦେବତା ବାସ କରନ୍ତି ବୋଲି ବିଶ୍ୱାସ ରହିଛି।ପ୍ରକୃତିର କୋଳରେ ପାହାଡ଼ ପର୍ବତ ମଝିରେ ଦେବଦାରୁ ବୃକ୍ଷର ଜଙ୍ଗଲ ମଧ୍ୟରେ ଗୋଟିଏ ଛୋଟିଆ ମନ୍ଦିର ରହିଛି।ଯାହାକୁ ମହାପ୍ରଭୁ ଶିବଶମ୍ଭୁଙ୍କ ସାଧନା ସ୍ଥଳୀ ବୋଲି କୁହା ଯାଏ।
ଏହି ଯାଗା ପାଣ୍ଡବ ମାନଙ୍କ ବାସସ୍ଥଳୀ ଥିଲା ବୋଲି ପୁରାଣରେ ବର୍ଣ୍ଣିତ ହୋଇଛି।ତେବେ ଆସନ୍ତୁ ଜାଣିବା ଏହାର ନାମ କାହିଁକି ରହିଛି ପାତାଳ ଭୁବନେଶ୍ୱର ଏବଂ କଣ ରହିଛି ଏହାର ଭିତର ରହସ୍ୟ ?
ସାମ୍ନାକୁ ଦେଖା ଯାଏ ଛୁଟିଆ ମନ୍ଦିର,ହେଲେ ପ୍ରକୃତରେ ମନ୍ଦିର ଭିତରକୁ ଗଲେ ପ୍ରାୟ ୯୦ ଫୁଟ ତଳକୁ ରହିଛି ଅସଲ ରହସ୍ୟ।ଏହି ପଥର ଗୁମ୍ଫା ରାସ୍ତାରେ କେବଳ ଜଣେ ଲୋକ ହିଁ ଗଳି ଯାଇ ପାରିବ।ଏହି ପଥର ଗୁମ୍ଫା ତଳକୁ ଗଲେ ପ୍ରଥମେ ନଜର ଆସିବ ଶେଷ ନାଗଙ୍କ ପ୍ରତୀକ।ଶେଷ ନାଗ ନିଜ ମସ୍ତକରେ ପୃଥିବୀକୁ ଧାରଣ କରିଛନ୍ତି।ଏଠାରେ ପୃଥିବୀ ଓ ପାତାଳ ସବୁକିଛି ରହିଛି।ଆଗକୁ ପାନ ପତ୍ର ଆକାରରେ ରହିଛି ଏକ ଯଜ୍ଞ କୁଣ୍ଡ।ଏହିଠାରେ ରାଜା ପରୀକ୍ଷିତଙ୍କ ପାଇଁ ଯଜ୍ଞକୁଣ୍ଡ କରା ଯାଇ ଥିଲା।କାରଣ ତକ୍ଷକ ନାଗ ଦଂଶନ ରେ ତାଙ୍କ ମୃତ୍ୟୁ ହେବ ବୋଲି ସେ ଅଭିଶାପ ପାଇ ଥିଲେ।
ଯଦିଓ ଶେଷରେ ତକ୍ଷକର ଦଂଶନରେ ହିଁ ସେ ପ୍ରାଣ ହରାଇ ଥିଲେ।ଏପରିକି ତକ୍ଷକ ନାଗର ଚିତ୍ର ମଧ୍ୟ ଏହି ଗୁମ୍ଫାରେ ଦେଖିବା ପାଇଁ ମିଳେ।ସେହି ପରି ବାସୁକି ନାଗର ଛବି ମଧ୍ୟ ରହିଛି ଏହି ଗୁମ୍ଫାରେ ।ବିଶ୍ୱାସ ରହିଛି ଏଠାରେ ଥିବା ଯଜ୍ଞକୁଣ୍ଡ ରେ ସନ୍ତାନ ନଥିବା ଦମ୍ପତି ଯଦି ଚାଉଳ ପୂର୍ଣ୍ଣ କରି ଦିଅନ୍ତି ତାହେଲେ ସେମାନଙ୍କୁ ସନ୍ତାନ ପ୍ରାପ୍ତି ହୋଇ ଥାଏ।
ଆଉଟିକେ ଆଗକୁ ଗଲେ ଏଠାରେ ବିଷଧର ସାପଙ୍କ ଗୁମ୍ଫା ରହିଛି।ଲୋକମାନେ ଏଠାରେ ଇଚ୍ଛା ଧାରୀ ନାଗକୁ ଦେଖି ଥିବା ଦାବୀ କରନ୍ତି।ଗୁମ୍ଫାଟି ଏମିତି ହୋଇଛି କି ତା ଉପରେ ଚାଲିଲେ ଲାଗିବ ଯେମିତି ଆପଣ ସାପର ପିଠି ଉପରେ ଚାଲୁଛନ୍ତି।ସେଠାକାର ପୂଜକ କୁହନ୍ତି ଏହା ହେଉଛି ଶେଷ ନାଗଙ୍କ ମେରୁଦଣ୍ଡ।
ଆହୁରୀ ମଧ୍ୟ କୁହାଯାଏ ଶିବ ଶଙ୍କର କ୍ରୋଧରେ ଗଣେଶ ଙ୍କ ମୁଣ୍ଡ କାଟ କରି ଥିଲେ ଏବଂ ପରେ ତାଙ୍କର ହାତୀ ମୁଣ୍ଡ ଲଗା ଯାଇ ଥିଲା।ତେବେ ଅସଲ ମସ୍ତକ ଟି ଏହି ଗୁମ୍ଫାରେ ରଖା ଯାଇଛି।ସେହି ଆକୃତିକୁ ଦେଖିଲେ ଆପଣ ଜାଣି ପାରିବେ ଯେ ପ୍ରକୃତରେ ଏହା ଏକ କଟା ମୁଣ୍ଡ।ଏହା ଉପରକୁ ଶତ ତଳ କୋମଳ ରହିଛି, ଯେଉଁଥିରୁ ସବୁବେଳେ ପାଣି ଝରୁ ଥାଏ।କୁହାଯାଏ ଯେ ଶିବ ଗଣେଶଙ୍କ ମୁଣ୍ଡ କାଟ କଲା ପରେ ଏହି ଶତଦଳ କୋମଳରୁ ଅମୃତ ଝରି ମସ୍ତକକୁ ଜୀବନ୍ତ ରଖି ଥିଲା।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।