ଭିଜିଲାନ୍ସ ଜାଲରେ ଫସିଲେ କୋଟିପତି ବାପା- ପୁଅ। ଜେଲରେ କାଟୁଛି ଜୀବନ । ବାପା ର ଦୃଢୋକ୍ତି ମୋ ପୁଅ ର ଦରମା ମାସକୁ ୧ କୋଟି…..

ଆୟ ବହିର୍ଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ବନ୍ଧାହେଲେ ପାଠକ ବାପା ଏବଂ ତାଙ୍କ ପୁଅ।IFS ଅଧିକାରୀ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକ ଙ୍କୁ ଗିରଫ କରିଛି ଭିଜିଲାନ୍ସ।ତେବେ ଏମାନଙ୍କ ଗିରଫ ପରେ ଉଭୟଙ୍କୁ କୋର୍ଟ ଫରଓ୍ଵାର୍ଡ କରା ଯାଇଛି ।ତେବେ ଗିରଫ ପରେ ଦୁଇ ଦିନ ଧରି ଅଭୟକାନ୍ତ ପାଠକଙ୍କୁ ଜେରା କରିଛନ୍ତି ଭିଜିଲାନ୍‌ସ DIG ସଞ୍ଜୟ କୌଶଲ। ଏହାଛଡା ଭିଜିଲାନ୍‌ସ ରେ ଥିବା SP ଅନୁପମା ଜେମ୍‌ସ ବି ପଚରା ଉଚରାରେ ସାମିଲ ହୋଇଥିଲେ ।

ତେବେ ନିକଟରେ ବାପାପୁଅଙ୍କ ସହ ତାଙ୍କ ପୁତୁରା ଓ ଡ୍ରାଇଭର ୪ ଜଣଙ୍କୁ ମୁହାଁମୁହିଁ ଜେରା କରା ଯାଇଥିଲା । ଅନେକ ଗୁଡେଇ ତୁଡେଇ ପ୍ରଶ୍ନ ପଚାରିଥିଲା ଭିଜିଲାନ୍‌ସ ଏବଂ ଏହାର ଉତ୍ତର ମଧ୍ୟ ରଖିଥିଲେ ପାଠକ ମହୋଦୟ ଜଣଙ୍କ।

ତେବେ ଯାହା ଖବର ରହିଛି ମାତ୍ରାଧିକ ସଂପତ୍ତିର ଅଧିକାରୀ ହେଉଛନ୍ତି ଏହି ଆଇଏଫଏସ ଅଭୟକାନ୍ତ ପାଠକ। ତାଙ୍କ ପାଇଁ ଏକା ଥରକେ ୧୩ଟି ସ୍ଥାନରେ ଚଢାଉ ହୋଇଥିଲା।ଏବଂ ଏହି ଚଢ଼ାଉ ହୋଇଥିବା ସମୟରେ ବିପୁଳ ଟଙ୍କା ଓ ସଂପତ୍ତି ମିଳିଥିଲା ଭିଜିଲାନ୍ସ କୁ। ତାଙ୍କ ଘରୁ ନଗଦ ୬୦ ଲକ୍ଷ ଟଙ୍କା ଜବତ ହୋଇଥିବା ବେଳେ ୫ଶହ ଗ୍ରାମରୁ ଅଧିକ ସୁନା ଅଳଙ୍କାର ରହିଛି।

୨୩ ଲକ୍ଷ ଟଙ୍କାର ସୁନା କିଣା ଯାଇଥିବାର ରସିଦ ମଧ୍ୟ ମିଳିଛି। ତାଙ୍କ ପୁଅ ବ୍ୟାଙ୍କ ଆକାଉଣ୍ଟରେ ୯କୋଟି ୪୦ ଲକ୍ଷ ଟଙ୍କାର ଜମା ରହିଛି। କେବଳ ଭୁବନେଶ୍ୱରରେ ୮କୋଟି ୪୦ଲକ୍ଷ ଟଙ୍କା ଜମା ହୋଇଛି। ଏହି ଟଙ୍କା ସବୁ ସହିଦନଗର ଓ ନୟାପଲ୍ଲୀର ବିଭିନ୍ନ ଏଟିଏମରେ ଜମା କରା ଯାଇଥିବା ଜଣା ପଡ଼ିଛି।

ତେବେ ବାପା ଠାରୁ ପୁଅର ଜୀବନ ଯାପନ ପ୍ରଣାଳୀ ସମସ୍ତଙ୍କୁ ବେଶ୍ ଚକିତ କରିଛି। କାରଣ ପୁଅ ଆକାଶ ପାଠକ ନାଁରେ ରହିଛି ଦାମୀ ମର୍ସିଡିଜ ସହିତ ବିଏମଡବ୍ଲ୍ୟୁ, ଟାଟା ହାରିଅର ଭଳି ଅନେକ ଗାଡ଼ି। କେବଳ ଏତିକ ନୁହେଁ ଏହାସହ ସେ ଭଡ଼ାରେ ମଧ୍ୟ ଅନେକ ଗାଡ଼ି ବ୍ୟବହାର କରୁଥିବା ଜଣାପଡ଼ିଛି।

ଭିଜିଲାନ୍‌ସ ଚଢଉରେ ପୁନେରେ ମର୍ସିଡିଜ କାର ଭଡ଼ାରେ ନିଆ ଯାଇଥିବା ଜଣା ପଡ଼ିଛି। ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ କୁ ୨୫ ଲକ୍ଷ ଟଙ୍କାର ଗାଡ଼ି ବିଲ୍‌ ମିଳିଛି। ଆଉ ତାପରେ ଏତିକି ରେ ସେମାନଙ୍କ ସମ୍ପତ୍ତି ର ତାଲିକା ସରିନାହିଁ,ଏମାନଙ୍କର ସମ୍ପତ୍ତି ଭାବରେ ଫାର୍ମ ହାଉସ, ଘର ଭଡ଼ା ବାବଦରେ ଏକ କୋଟି ଟଙ୍କାର ବିଲ ମଧ୍ୟ ହସ୍ତଗତ ହୋଇଛି।

ତେବେ ବିଳାସପୂର୍ଣ୍ଣ ଜୀବନ ଶୈଳୀ ଅତିବାହିତ କରୁଥିବା ପାଠକ ବାପା ଓ ପୁଅ ଏବେ ଜେଲ୍ ର ଅନ୍ଧାରୀ କୋଠରୀରେ ନିଜର ଜୀବନ କାଟୁଛନ୍ତି।ଏହା ଭାଗ୍ୟର ନୁହଁ ବରଂ ତାଙ୍କର କର୍ମର ବିଡମ୍ବନା ଅଟେ। ଜଣେ ସରକାରୀ ଅଧିକାରୀ ହୋଇ ଏତେ ମାତ୍ରାରେ ନିଜର ସମ୍ପତ୍ତି କୁ ବଢ଼ାଇବା ଏବଂ ଜନତାଙ୍କ ପଇସାରେ ମଉଜ ମଜଲିସ କରିବା ଶେଷରେ ତାଙ୍କୁ ପଡିଛି ମହଙ୍ଗା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।