ସମ୍ପୂର୍ଣ୍ଣ ଲକ୍ଷ୍ମୀ ” ଷ୍ଟେଜ ରେ ଭାଉଜଙ୍କ ଅଭିନୟ ଦେଖି judges ସମସ୍ତେ କାନ୍ଦିପକାଇଲେ….

ଆମ ଟିଭି ସୋ ରେ ଅନେକ ପ୍ଲାଟଫର୍ମ ରହିଛି ଯେଉଁଥିରେ ଓଡ଼ିଶା ର କୋଣ ଅନୁକୋଣ ରୁ ପିଲା ଆସି ନିଜର ପ୍ରତିଭା ଦେଖାଇ ପାରୁଛନ୍ତି ଆଉ ପରେ ପରେ ନିଜର ଏକ ପରିଚୟ ସୃଷ୍ଟି କରି ପାରୁଛନ୍ତି | ଆଗ କାଳରେ କେହି ନିଜର ପ୍ରତିଭା ଲୋକ ଲୋଚନ ସାମ୍ନା କୁ ଆଣି ପାରୁ ନଥିଲେ କିନ୍ତୁ ଏବେକା ସମୟରେ ଅନେକ ରିୟାଲିଟି ସୋ ଦ୍ୱାରା ସମସ୍ତେ ଭାଗ ନେଇ ପାରୁଛନ୍ତି | ତେବେ କେବଳ ପିଲା ନୁହଁନ୍ତି ବରଂ ଗୃହିଣୀ ମାନଙ୍କ ପାଇଁ ମଧ୍ୟ କିଛି ଏଭଳି ରିୟାଲିଟି ସୋ ରହିଛି ଯେଉଁଥିରେ ସେମାନେ ଭାଗ ନେଇ ନିଜର ପ୍ରତିଭା କୁ ସାମ୍ନାକୁ ଆଣି ପାରିବେ |

ସିଦ୍ଧାର୍ଥ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ରିୟାଲିଟି ସୋ ସମ୍ପୂର୍ଣ୍ଣ ଲକ୍ଷ୍ମୀ ତ ଆପଣ ମାନେ ନିହାତି ଭାବରେ ଦେଖୁ ଥିବେ | ଯେଉଁଥିରେ କି ଅନେକ ଘରର ଗୃହିଣୀ ମାନେ ଆସି ଭାଗ ନେଇ ଥାଆନ୍ତି ଏବଂ ନିଜର ପ୍ରତିଭା ଦ୍ୱାରା ସିଲେକ୍ଟ ହୋଇ ଥାଆନ୍ତି | ତେବେ ଏହି ସମ୍ପୂର୍ଣ୍ଣ ଲକ୍ଷ୍ମୀ ମଞ୍ଚରେ ଏକ ଗୃହିଣୀ ଆସି ପହଞ୍ଚିଛନ୍ତି ଯିଏ କି ତାଙ୍କ ପ୍ରତିଭା ଦ୍ୱାରା ଖୁବ ଭଲ ପାଇବା ସାଉଁଟି ପାରିଛନ୍ତି |

ତେବେ ଏହି ଗୃହିଣୀ ଜଣଙ୍କ ନିଜ ଜୀବନ ର କାହାଣୀ କୁ ଅଭିନୟ ମାଧ୍ୟମ ରେ ଦେଖାଇଛନ୍ତି ଆଉ ସେ ବୃନ୍ଦାବତୀ ମା ଙ୍କ ଆଗରେ ଠିଆ ହୋଇ ଅଭିନୟ ରେ କରି କହି ଥିଲେ କି, କାହିଁକି ମା ମତେ ଝିଅ ପରି ଦେଖୁ ଥିବା ମୋ ଶଶୁର ଙ୍କୁ ଛଡାଇ ନେଇ ଗଲୁ ଶେଷରେ ପୁଣି ମୋ ଦିଅର ଙ୍କୁ ମୋ ପାଖରୁ ଛଡେଇ ନେଇ ଗଲୁ | ତେବେ ସେ କହି ଥିଲେ କି ମୋ ଶଶୁର ହାର୍ଟ ଚକ ରେ ଚାଲି ଗଲେ ପୁଣି ତାର ତିନି ମାସ ପରେ ମୋ 22 ବର୍ଷର ଦିଅର ମଧ୍ୟ ଚାଲି ଗଲେ |

ଆଉ ମୋ ଦିଅର ମତେ ବହୁତ ଭଲ ପାଉ ଥିଲେ ସେ ମତେ ଭାଉଜ ନୁହେଁ ବରଂ ମତେ ମା ସ୍ଥାନରେ ରଖି ଥିଲେ କହି ସେ କାନ୍ଦି ପକାଇ ଥିଲେ | ତେବେ ଏହି ଗୃହିଣୀ ଙ୍କର ଏଭଳି ଦୁଃଖ କାହାଣୀ ଶୁଣି ଜଜ ମାନଙ୍କ ଆଖିରେ ମଧ୍ୟ ଲୁହ ଚାଲି ଆସି ଥିଲା | ତେବେ ଏହାପରେ ସେ ତାଙ୍କ ପ୍ରତିଭା ରେ ସୁନ୍ଦର ଡ୍ୟାନ୍ସ କରି ଦେଖାଇ ଥିଲେ ଯାହାକି ଏକ ସୁନ୍ଦର ଭଜନ ତୁ ପରା ମୋ ଆଖିର ଅଞ୍ଜନ ହାଏରେ ମୋର କଳା କାଞ୍ଚନ ଗୀତ ରେ ବେସ ସୁନ୍ଦର ଭାବେ ନୃତ୍ୟ ପରିବେଷଣ କରି ଦେଖାଇ ଥିଲେ | ତେବେ ତାଙ୍କ ପଫମାନ୍ସ ରେ ଖୁସି ହୋଇ ଜଜ ମାନେ ମଧ୍ୟ ତାଙ୍କୁ ଆଗକୁ ସିଲେକ୍ଟ କରି ଥିଲେ | ତେବେ ଏଭଳି ଏକ ସମ୍ପୂର୍ଣ୍ଣ ଲକ୍ଷ୍ମୀ ଙ୍କର ଭିଡ଼ିଓ କୁ ସୋସିଆଲ ମିଡ଼ିଆ ରେ ମଧ୍ୟ ଖୁବ ପସନ୍ଦ କରି ପ୍ରଶଂସା କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।