ଭାରତୀୟ କ୍ରିକେଟର ସଚିନ୍ ତେନ୍ଦୁଲକର ଙ୍କ ଏମିତି କିଛି ଫୋଟୋ, ଆଗରୁ କେବେ ଦେଖି ନଥିବେ…

ଆପଣ ମାନେ ସମସ୍ତେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ପାଉଥିବେ ଭାଇରାଲ ହେଉଥିବାର । ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ଖାଲି ଆମ ଓଡିଶା ରେ ନୁହଁ ସାରା ଭାରତ ଓ ବିଶ୍ୱରେ ନିଜର ଖେଳ ମାଧ୍ୟମରେ ପରିଚୟ ସୃଷ୍ଟି କରିଥିବା କ୍ରିକେଟର ସଚିନ୍ ତେନ୍ଦୁଲକର ଙ୍କ ବିଷୟରେ । ଆଉ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ କେଉଁ ଭଳି ଭାବରେ ସଚିନ ତେନ୍ଦୁଲକର ନିଜର କେରିୟର ରେ ଆଗକୁ ବଢିଥିଲେ ଆଉ ତାଙ୍କର ଜନ୍ମ ଓ ଫେମିଲି ବିଷୟରେ ସମସ୍ତ କଥା ଜାଣିବାକୁ ମିଳିଛି ।ତାହେଲେ ସଚିନ୍ ତେନ୍ଦୁଲକର ଙ୍କ ବିଷୟରେ ସମସ୍ତ କଥା ଜାଣିବା ।

ଦୁନିଆର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ସଚିନ୍ ତେନ୍ଦୁଲକର ଙ୍କୁ ଆଜି (ଏପ୍ରିଲ୍ ୨୪) ୪୯ ବର୍ଷ ହୋଇଥିଲା। ସଚିନ୍ ମାତ୍ର ୧୬ ବର୍ଷ ୨୦୫ ଦିନ ବୟସରେ ଅନ୍ତର୍ଜାତୀୟ କ୍ରିକେଟ୍ ରେ ପାଦ ଦେଇଥିଲେ ଏବଂ ୨୪ ବର୍ଷ କ୍ରିକେଟ୍ ଜଗତକୁ ଶାସନ କରିବା ପରେ ସେ ନଭେମ୍ବର ୨୦୧୩ ରେ ଅନ୍ତର୍ଜାତୀୟ କ୍ରିକେଟ୍ ବନ୍ଦ କରିଥିଲେ।

 

 

ମାଷ୍ଟର ବ୍ଲାଷ୍ଟର ୧୯୭୩ ମସିହାରେ ମୁମ୍ବାଇର ଦାଦାର ରମେଶ ଏବଂ ରଜନୀ ତେନ୍ଦୁଲକର ଠାରେ ଜନ୍ମ ହୋଇଥିଲା। ସଚିନଙ୍କ ପିତା ରମେଶ ତେନ୍ଦୁଲକର ଜଣେ ମରାଠୀ ଉପନ୍ୟାସିକ ତଥା କବି ଥିଲୃ। ତାଙ୍କ ମା ରଜନୀ ଏକ ବୀମା କମ୍ପାନୀରେ କାମ କରୁଥିଲେ। ସଚିନ ତେନ୍ଦୁଲକର ଙ୍କ ଭାଇ ଅଜିତ୍ ତେନ୍ଦୁଲକର ସଚିନଙ୍କୁ କ୍ରିକେଟ ଖେଳିବାକୁ ପ୍ରେରଣା ଦେଇଥିଲେ।

ପରେ ସଚିନ ତେନ୍ଦୁଲକର ଗୁରୁ ରାମକାନ୍ତ ଆଖ୍ରେକରଙ୍କ ସହ ରହି କ୍ରିକେଟର ନ୍ୟୁଆନ୍ସ ଶିଖିଥିଲେ। ୧୯୮୮ ମସିହାରେ ଫେବୃଆରୀ ୨୪ ରେ ସଚିନ ହାରିସ୍ ସିଲ୍ଡର ସେମିଫାଇନାଲ ରେ ତୃତୀୟ ୱିକେଟ୍ ପାଇଁ ବିନୋଦ କାମ୍ବଲିଙ୍କ ସହ ଅପରାଜିତ ୬୬୪ ରନ୍ ସହଭାଗୀ ହୋଇଥିଲେ। ସେହି ସହଭାଗୀତା ସମୟରେ ସଚିନ୍ ୩୨୬ ଏବଂ କାମ୍ବଲି ୩୪୯ ରନରେ ଅପରାଜିତ ହୋଇଥିଲେ। ୧୫ ନଭେମ୍ବର ୧୯୮୯ ରେ ଟିମ୍ ଇଣ୍ଡିଆ ପାଇଁ ଡେବ୍ୟୁ କରିବାରେ ସଫଳ ହୋଇଥିଲେ। ସେହି ଡେବ୍ୟୁ ପରେ ସଚିନ୍ କେବେ ପଛକୁ ଚାହିଁ ନଥିଲେ ଏବଂ ବହୁତ ରନ୍ ସ୍କୋର କରିଥିଲେ।

୧୯୯୫ ମସିହାରେ ମେ ୨୪ ରେ ତେନ୍ଦୁଲକର ଏବଂ ଅଞ୍ଜଳି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଅଞ୍ଜଳି ସଚିନ୍ ତେନ୍ଦୁଲକର ଙ୍କ ଠାରୁ ୬ ବର୍ଷ ବଡ଼ ଏବଂ ସେ ବୃତ୍ତି ଅନୁଯାୟୀ ଶିଶୁରୋଗ ବିଶେଷଜ୍ଞ ହୋଇଥିଲେ।

ଲଣ୍ଡନର ମ୍ୟାଡାମ୍ ତୁସାଉଡ଼୍ ମହମ ସଂଗ୍ରହାଳୟରେ ଭାରତ ରତ୍ନ ସଚିନ୍ ତେନ୍ଦୁଲକର ଙ୍କ ଏକ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନ କରାଯାଇଛି। ସଚିନ ତେନ୍ଦୁଲକର ଙ୍କ ଏହି ମହମ ପ୍ରତିମୂର୍ତ୍ତି ତାଙ୍କ ଭଳି ଦେଖାଯାଉଛି। ସଚିନଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ୨୪ ସେପ୍ଟେମ୍ବର ୧୯୯୯ ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ବାମ ହାତରେ ଅର୍ଜୁନ ବ୍ୟାଟିଂ ଏବଂ ବୋଲିଂ କରନ୍ତି, ଯାହା ତାଙ୍କ ପିତାଙ୍କ ବିପରୀତ ଅଟେ। ଅର୍ଜୁନ ଆଇପିଏଲ ୨୦୨୨ ରେ ମୁମ୍ବାଇ ଇଣ୍ଡିଆନ୍ସ ର ଏକ ଅଂଶ।