ଆଶ୍ଚର୍ଯ୍ୟ ଘଟଣା । ଭାରତୀୟ ସେନା ଙ୍କୁ ଚିନ୍ତା ବିଦେଶୀ ଶତୃ ରାଷ୍ଟ୍ରର ସୁନ୍ଦରୀ ମହିଳା…..
ଭାରତୀୟ ସେନାକୁ ହନିଟ୍ରାପ ଚିନ୍ତା। ଫେସ୍କଲ୍ ପ୍ରୋଫାଇଲ୍ କ୍ଲୋନିଂ ମାଧ୍ୟମରେ ଫସାଉଛନ୍ତି ଶତ୍ରୁରାଷ୍ଟ୍ର।ତେବେ ଶତ୍ରୁ ରାଷ୍ଟ୍ରରର ହନିଟ୍ରାପ କୁ ଅବରୋଧ କରିବାକୁ ଭାରତୀୟ ସେନାର ନୂଆ ଯୋଜନା ପ୍ରସ୍ତୁତ। ଶତୃରାଷ୍ଟ୍ର ଦ୍ୱାରା ହନିଟ୍ରାପ ମାଧ୍ୟମରେ ଫସୁଥିବା ଯବାନ ମାନଙ୍କୁ ଦିଆଯିବ ନୂତନ ଜ୍ଞାନ କୌଶଳର ଶିକ୍ଷା । ଏଥିପାଇଁ ଭାରତୀୟ ସେନା ଆଣିଲା ଫେସ୍କାଲ ପ୍ରୋଫାଇଲ କ୍ଳୋନିଂ ବନ୍ଦ କରିବାର ବ୍ୟବସ୍ଥା ।
ଏହାଦ୍ୱାରା ଯବାନ ମାନଙ୍କ ଫେସବୁକ୍ ଆସୁଥିବା ନୋଟିଫିକେସନକୁ ଆଗୁଆ କରା ଯାଇପାରିବ ଯାଂଚ ଏବଂ ତଦନୁସାରେ ନିଆଯିବ କାର୍ଯ୍ୟାନୁଷ୍ଠାନ। ସିଆରପିଏଫ୍ ସେମାନଙ୍କ ଯବାନ ମାନଙ୍କର ଫେସବୁକ୍ ପ୍ରୋଫାଇଲକୁ ବନ୍ଦ କରିବା ପାଇଁ ଏକ ଆଲାର୍ମ ପ୍ରକାଶ କରି ଏକ ଚିଠି ଜାରୀ କରିଛନ୍ତି ।
ଏହା ପଛର କାରଣ ଅନୁଧ୍ୟାନରୁ ଜଣା ପଡିଛି ଯେ ଶତୃରାଷ୍ଟ୍ର ବିିଭିନ୍ନ ଉପାୟରେ ଭାରତୀୟ ସେନା ମାନଙ୍କୁ ଫସାଇବାରେ ସକ୍ଷମ ହେଉଛି। ଫେସବୁକ୍ ସାଇଟ୍ କୁ ଏନେଇ ଏକ ବଡ ମାଧ୍ୟମ କରିଛି ଶତୃରାଷ୍ଟ୍ର । ଯବାନ ମାନଙ୍କ ଫେସବୁକ୍ କୁ ଆସୁଛି ସୁନ୍ଦରୀ ମହିଳା ମାନଙ୍କର ଫ୍ରେଣ୍ଡ ରିକ୍ୱେଷ୍ଟ । ଏହି ମହିଳା ମାନେ ଧିରେ ଧିରେ ଯବାନ ମାନଙ୍କ ସହ ବନ୍ଧୁତା କରୁଛନ୍ତି ।
ପରେ ଯବାନ ମାନଙ୍କୁ ହନିଟ୍ରାପ୍ ମାଧ୍ୟମରେ ଫସାଇ ସେମାନଙ୍କ ଠାରୁ ଦେଶର ଅନେକ ଗୁପ୍ତ ତଥ୍ୟ ହାସଲ କରୁଛନ୍ତି ଏହି ଯୁବତୀ ମାନେ। ଏହାକୁ ସୁରକ୍ଷିତ ଓ ଗୁପ୍ତ ରଖିବାକୁ ସେମାନେ ଫେସ୍କାଲ ପ୍ରୋଫାଇଲ କ୍ଲୋନିଂ ଭଳି ଆପ୍ ବ୍ୟବହାର କରୁଛନ୍ତି । ଯାହା ଫଳରେ ସେମାନେ ସେନା ମାନଙ୍କ ଦ୍ଵାରା ଭାରତକୁ ସହଜରେ ପ୍ରବେଶ କରି ପାରିବା ସହିତ ତଥ୍ୟର ଦୁରୁପଯୋଗ ମଧ୍ୟ କରି ପାରିବେ।
ତେବେ ଏହାକୁ ଦୃଷ୍ଟିରେ ରଖି ସମ୍ବେଦନଶୀଳ ସ୍ଥାନରେ ନିୟୋଜିତ ଯବାନ ମାନଙ୍କୁ ଏକ ଚିଠି ଜାରୀ କରାଯାଇଛି ଭାରତୀୟ ସେନା ।ସିଆରପିଏଫ୍ ର ସୋସିଆଲ ମିଡିଆ ଟିମ୍ ସୋସିଆଲ ମିଡିଆ କ୍ଲୋନିଂ ଉପରେ ମାନୁଆଲ ମଧ୍ୟ ଜାରି କରିଛନ୍ତି । ଏହାସହ ସୁରକ୍ଷାକର୍ମୀ ମାନଙ୍କୁ ଟାର୍ଗେଟ୍ କରିବାକୁ କିଭଳି ଫେସବୁକ୍ ପ୍ରୋଫାଇଲ କ୍ଲୋନିଂ ବ୍ୟବହାର କରାଯାଏ ।
ଏହାକୁ କିଭଳି ପ୍ରତିରୋଧ କରାଯାଇ ପାରିବ ସେ ନେଇ ଏକ ଭିଡିଓ ମଧ୍ୟ ଜାରି କରାଯାଇଛି ।ସିଆରପିଏଫ୍ ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତିକି ଗତ କିଛିମାସ ମଧ୍ୟରେ ସେମାନଙ୍କ ପରିବାର ସଦସ୍ୟ ଓ ବନ୍ଧୁ ମାନଙ୍କର କ୍ଲୋନ ପ୍ରୋଫାଇଲକୁ ଅନେକ ଫ୍ରେଣ୍ଡ ରିକ୍ୱେଷ୍ଟ ଆସିଛି ଓ ତାହାକୁ ସେମାନେ ଗ୍ରହଣ କରିଛନ୍ତି ।
ଫ୍ରେଣ୍ଡ ରିକ୍ୱେଷ୍ଟ ଗ୍ରହଣ ପରେ ଏହି ବନ୍ଧୁମାନଙ୍କୁ ଟଙ୍କାର ଲୋଭ ଦେଖାଇ ଯବାନ ମାନଙ୍କର ସ୍ଥିତି ଓ ଫେସବୁକ୍ ଆଇଡି ମାଗୁଥିବା ବି କିଛି ଯବାନ ଅଭିଯୋଗ କରିଛନ୍ତି ।ଏହାକୁ ପ୍ରତିହତ କରିବା ଓ କିଭଳି ଭାବେ ଯବାନ ମାନଙ୍କୁ ଏଭଳି ଫେସ୍କାଲ କ୍ଲୋନିଂ ଆପ୍ ମାଧ୍ୟମରେ ହନିଟ୍ରାପ୍ ରୁ ରକ୍ଷା କରିବାକୁ ଅଣ୍ଟା ଭିଡିଛି ଭାରତୀୟ ସେନା। ଏଥିପାଇଁ ଉନ୍ନତ କରାଯାଉଛି ଜ୍ଞାନ କୌଶଳ ଏବଂ ଏଥିରୁ ଭାରତୀୟ ସେନାକୁ ମୁକ୍ତି କରିବା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।