ହେ ଭଗବାନ ! ଭାରତର ଏହି ରାଜ୍ୟରେ ଦେଖିବାକୁ ମିଳିଲା ଦୁର୍ଲଭ ନାଲି ସାପ, ଦେଖିବା ପାଇଁ ଲୋକେ……

ଆମ ଭାରତ ରେ ସାପ ର ବିଭିନ୍ନ ପ୍ରଜାତି ଦେଖିବାକୁ ମିଳେ । ଆଉ ଖାସ୍ କରି ଆମ ଓଡ଼ିଶା ରେ ଆପଣ ବିଭିନ୍ନ ପ୍ରକାର ସାପ ଦେଖିବାକୁ ପାଉ ଥିବେ । ସାପ କେତେବେଳେ ବିରାଟ କାୟ ର ହୋଇ ଥାଏ ତ କେତେବେଳେ ଖୁବ୍ ବିଷଧର । ଆଜି ଆମେ ଏମିତି ଏକ ସାପ ବିଷୟ ରେ କହିବାକୁ ଯାଉଛୁ ଯାହା କୁ ହୁଏତ ଆପଣ ପ୍ରଥମେ ଦେଖି ନଥିବେ । ତେବେ ଯଦି ବି ଦେଖିଥିବେ ଜଣାଇ ଦେଉଚୁ ଯେ ଏହା ବହୁତ୍ ବିଷଧର ଅଟେ ।

କେଉଁଠୁ ଧରା ପଡିଛି ଏହି ସାପ ଓ କେଉଁ ଠାରୁ ଏହା ଉଦ୍ଧାର କରାଯାଇଛି ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ବିଷୟ ରେ ।

ସାପ ବିଭିନ୍ନ ପ୍ରଜାତି ର ଥାଆନ୍ତି । ଅନେକ ଦେଖିବାକୁ ବିରାଟକାୟ ଥାନ୍ତି କିନ୍ତୁ ତାଙ୍କ ଭିତରେ ବିଷ ନଥାଏ । କିନ୍ତୁ ସାପ ଦେଖିବା ମାତ୍ରେ ଆମ ମନରେ ଏକ ଅଜଣା ଡର ଆସିଯାଏ । ଓ ସାପ ଦେଖିଲେ ଆମ ମୁହଁ ରୁ କେବଳ ଚିତ୍କାର ବାହାରି ଥାଏ । ତେବେ ସେମିତି ଏକ ସାପ ଯାହା ଆକାର ରେ ଏତେ ବଡ଼ ନଥିଲା ତଥାପି ଦେଖିବାକୁ ପୁରା ରକ୍ତ ପରି ଲାଲ୍ ଥିଲା ।

ଯାହାକୁ ଦେଖିବା ମାତ୍ରେ ତାକୁ ଲୋକ ମାନଙ୍କ ଗହଣରେ ଯେତେବେଳେ ସେ ଧରା ପଡ଼ିଲା ତେବେ ଲୋକ ମାନଙ୍କ ମଧ୍ୟରେ ସେହି କୋକୁଆ ଭୟ ଦେଖିବାକୁ ମିଳିଲା । ତେବେ ନେନିତାଲ୍ ରେ ଏହି ସାପ ଟିକୁ ଦେଖିବାକୁ ମିଳିଛି । ତେବେ ଗୋଟିଏ ପରିବାର ଲୋକେ ବାପା ମା ଛୁଆ ମାନେ ଖାଉଥିବା ସମୟ ରେ ଏହି ସାପ ଟି ଘର ଭିତରକୁ ପଶି ଆସିଥିଲା ।

ତେବେ ଶୁଣିବାକୁ ମିଳିଥିଲା ଯେ ଏବେ ଯେଉଁ ପ୍ରଚୁର ପରିମାଣ ର ବର୍ଷା ହେଉଛି ଏଥିପାଇଁ ବୋଧେ ସାପ ଟି ଘର ଭିତରକୁ ପଶି ଆସିଥିଲା । ତେବେ ସାପ ଟି ପଶି ଯିବା ପରେ ପିଲା ମାନେ ଯେତେବେଳେ ଡରି ଘର ଭିତରେ ଲୁଚି ଯାଇଥିଲେ ସେତେବେଳେ ବାପା ମା ଏହି ସାପ କୁ ଏକ ପ୍ଲାଷ୍ଟିକ ଜରି ରେ ପୁରେଇବା ପାଇଁ ସାହସ କରି ଥିଲେ ।

ତେବେ ଜରି ରେ ଭର୍ତି କରି ସାରିବା ପରେ ସେମାନେ ବନ ବିଭାଗ କୁ କଲ୍ କରିଥିଲେ ।ତେବେ ବନ ବିଭାଗ କର୍ମଚାରୀ ମଧ୍ୟ ଏହି ସାପ କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ କାରଣ ସାପ ଟି ବହୁତ୍ ବିରଳ ପ୍ରଜାତିର ଅଟେ। କୁହାଯାଏ ଯେ 1936 ମସିହା ରେ ସାପ ଟି ଉତ୍ତର ପ୍ରଦେଶ ରେ ଦେଖିବାକୁ ମିଳି ଥିଲା । ସେତେବେଳେ କିଛି ଗବେଷକ ମାନେ ଏହି ସାପ ର ନାମ ଦେଇଥିଲେ ଖୁକ୍ରି ।

ତେବେ ଏହି ସାପ ର ନାମ ଖୁକ୍ରୀ ଏଥିପାଇଁ ଦିଆ ଯାଇ ଥିଲା କାରଣ ଏହା ଦେଖିବାକୁ ଖଣ୍ଡା ସଦୃଶ୍ୟ । ଖିକ୍ରି ର ଓଡ଼ିଆ ଅର୍ଥ ବନ୍ଦ ତଲୱର୍ ଅଟେ ଯାହାକୁ ଆମେ ଖୋଳପା ଭିତରେ ରଖି ଥାଏ ଏବଂ କଢ଼ିଲେ ଏହା ବହୁତ୍ ଧାର ସଦୃଶ୍ୟ ହୋଇ ଥାଏ। ତେବେ ଏହି ସାପ ମଧ୍ୟ ଖୁବ୍ କ୍ଷୀପ୍ର ଓ ଭୟାନକ ହୋଇଥାଏ । ଆଖି ପିଛୁଳାକେ ଏହା ଆପଣ ଙ୍କୁ ଚୋଟ ମାରି ଉଭାନ ହୋଇଯାଇ ଥାଏ । ତେବେ ସେଥିପାଇଁ ଏହାର ନାମ ଖିପ୍ରି ଦିଆ ଯାଇଥିଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।