ଭାରତ-ଚୀନ୍ ସୀମାନ୍ତ ଖାତରେ ଖସିଲା ସେନା ଜିପ୍ ସହିଦ୍ ହେଲେ ଓଡ଼ିଆ ପୁଅ । ତାଙ୍କ ବଳିଦାନ ପାଇଁ ଗୋଟିଏ ସେୟାର ଏବଂ ଜୟ ହିନ୍ଦ ଲେଖନ୍ତୁ….

ପୁଣି ଏକ ଦୁଃଖଦ ଘଟଣା ସମସ୍ତଙ୍କୁ ମର୍ମାହତ କରି ଦେଇଛି। ଆପଣ ଜାଣିଛନ୍ତି ଯେ ଗତ ରବିବାର ଦିନ ସିକ୍କିମର ଭାରତ-ଚୀନ୍‌ ନାଥୁଲା ସୀମା ନିକଟରେ ଏହି ଦୁର୍ଘଟଣା ଘଟିଥିଲା।ଆଉ ସେଠାରେ ସେନାର ଏକ ଗାଡ଼ିରେ ଯବାନ୍‌ମାନେ ଯାଉଥିବା ବେଳେ ବରଫ ରାସ୍ତାରେ ଗାଡ଼ିଟି ରାସ୍ତା ତଳକୁ ଖସି ଯାଇଥିଲା। ଫଳରେ ଗାଡ଼ିରେ ଥିବା ଚାରି ଜଣ ଯାକ ଯବାନ୍‌ ଙ୍କର ଉକ୍ତ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା।

ଆଉ ଜଣେ ଗୁରୁତରଙ୍କୁ ହେଲିକପ୍ଟର ଯୋଗେ କୋଲକାତା ଅଣାଯାଇ ଚିକିତ୍ସା କରା ଯାଉଛି। ତେବେ ଏ ସମ୍ପର୍କରେ ପୂର୍ବ ସିକ୍କିମର ଏସ୍‌ପି ସୂଚନା ଦେଇଛନ୍ତି। ଏହାପରେ ସାରା ଦେଶରେ ଏକ ଶୋକର ଛାୟା ଖେଳି ଯାଇଛି।

ଅନ୍ୟ ପକ୍ଷରେ ଚୀନ ସୀମାନ୍ତରେ ଘଟିଥିବା ଏହି ଦୁର୍ଘଟଣା ରେ ଜଣେ ଓଡ଼ିଆ ଯବାନଙ୍କର ମଧ୍ୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି।ସେ କାର୍ଯ୍ୟରତ ଥିଲା ବେଳେ ଏକ ଜିପ ଦୁର୍ଘଟଣାରେ ଏହି ଓଡ଼ିଆ ଯବାନଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କ ସଂପର୍କୀୟ ଓ ଗ୍ରାମବାସୀଙ୍କ ପକ୍ଷରୁ ସୂଚନା ମିଳିଛି।ତେବେ ଯାହା ସୂଚନା ମିଳିଛି ଏହି ସହିଦ ଯବାନ୍‌ ଜଣକ ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଆଠଗଡପାଟଣା ଗାଁର ଯଜ୍ଞନାରାୟଣ କର ବୋଲି କୁହା ଯାଉଛି।

ତାଙ୍କ ପରିବାର ଲୋକଙ୍କୁ ସେନା ବିଭାଗର ଜଣେ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।ଏହାପରେ ଯଜ୍ଞ ଙ୍କ ଗ୍ରାମରେ ଏକ ଦୁଃଖଦ ପରିସ୍ଥିତି ସୃଷ୍ଟି ହୋଇଛି।ଉକ୍ତ ଅଂଚଳରେ ଯଜ୍ଞନାରାୟଣ କର ଙ୍କ ମୃତ୍ୟୁ ଖବର ପହଞ୍ଚିବା ପରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି।ତେବେ ସୂଚନା ମୁତାବକ କବିସୂର୍ଯ୍ୟନଗର ତହସିଲଦାର ପ୍ରକାଶ ମିଶ୍ରଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଯଜ୍ଞ ନାରାୟଣଙ୍କ ମର ଶରୀର ଗାଁକୁ ଆସୁଛି।

ତାଙ୍କ ମରଶରୀର କୁ ତାଙ୍କ ଜନ୍ମସ୍ଥାନ ଆଠଗଡପାଟଣା ରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇ ଶେଷକୃତ୍ୟ କରାଯିବ ବୋଲି କହିଛନ୍ତି ପ୍ରକାଶ ମିଶ୍ର। ପୁଅର ମୃତ୍ୟୁ ଖବର ପାଇବା ପରେ ବାପା ମାଆ ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଛନ୍ତି। ନିଜକୁ ସମ୍ଭାଳି ପାରୁ ନାହାନ୍ତି ସେମାନେ। ପୁଅର ମୃତ୍ୟୁ ସେମାନଙ୍କୁ ଏକ ଗଭୀର ଦୁଃଖ ପହଞ୍ଚାଇ ଅଛି।

ତେବେ ସୂଚନା ଥାଉ କି ଓଡ଼ିଆ ପୁଅ ଯଜ୍ଞ ନାରାୟଣ ଗତ ବର୍ଷ ବିବାହ କରିଥିଲେ। ଆଉ ଏବେ ସ୍ଵାମୀଙ୍କ ମୃତ୍ୟୁରେ ଭାଙ୍ଗି ପଡ଼ିଛନ୍ତି ତାଙ୍କ ସ୍ତ୍ରୀ।ଆଉ ଏବେ ପୁଅର ମୃତ୍ୟୁରେ ଏବେ କେବଳ ପରିବାର ନୁହଁ ବରଂ ପରିବାର ସମେତ ସାରା ଗାଁ ଶୋକରେ ରହିଛନ୍ତି। ସମସ୍ତଙ୍କୁ ଗଭୀର ଆଘାତ ଏବଂ ଦୁଃଖ ଦେଇଛି ଯଜ୍ଞଙ୍କ ମୃତ୍ୟୁ।ତେବେ ଆପଣଙ୍କୁ କହି ରଖୁଛୁ କି ଘଟିଥିବା ଏହି ଦୁର୍ଘଟଣା ରେ ଏଥିରେ ଯଜ୍ଞଙ୍କୁ ମିଶାଇ ମୋଟ ଚାରି ଜଣ ଯବାନ୍‌ଙ୍କ ମୃତ୍ୟୁ ଘଟିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।