ଦେଖନ୍ତୁ ଭିଡ଼ିଓ । ଭଙ୍ଗା ସାଇକେଲ ରୁ ମର୍ଶିଡିଜ୍ ରେ ବୁଲିଲେ ବେଣୁ ମଉସା, କଣ ସତରେ ମଉସାଙ୍କୁ…..

ବୟସର ଅପରାହ୍ନରେ ରାଜନୀତି କରିବାକୁ ଦୃଢ଼ ଆତ୍ମବିଶ୍ବାସ ର ସହିତ ଆଗେଇ ଆସିଥିବା ବାଲେଶ୍ଵର ସଦର ନିର୍ବାଚନ ମଣ୍ଡଳୀର ବେଣୁ ମଉସା ଅରଫ୍ ବେଣୁଧର ବାରିକ ଏବେ ସୋସିଆଲ ମିଡିଆର ସେନସେଶନ ପାଲଟି ଯାଇଛନ୍ତି। କିଛି ଦିନ ଧରି ବେଶ୍ ଚର୍ଚ୍ଚା ରେ ରହିଛନ୍ତି ଏହି ୮୦ ବର୍ଷୀୟ ସ୍ଵାଧୀନ ପ୍ରାଥୀ। ବୟସ ସିନା ୮୦ ହେଲେ ତାଙ୍କର ଅଦମ୍ୟ ସାହସ ଓ ଦୃଢ଼ ମନୋବଳ ଦେଖି ଲାଗୁଛି ସେ ଏବେବି ଯୁବକ ଠାରୁ କମ୍ ନୁହଁ।

ନୋମିନେସନ୍ ଫାଇଲ୍ ହେବା ପରଦିନ ଠାରୁ ସେ ଏହି ଲଢେଇ ଲଢ଼ି ଆସୁଛନ୍ତି। ତାଙ୍କର ରାଜନୀତି କରିବାର କଳା ମଧ୍ୟ ବେଶ୍ ନିଆରା ଏବଂ ଚିନ୍ତାଧାରା ମଧ୍ୟ ସ୍ୱଚ୍ଛ।

ଯେଉଁ କାରଣରୁ ତାଙ୍କ ପଛରେ ରହିଛନ୍ତି ଅନେକ ସମର୍ଥକ ଏବଂ ତାଙ୍କ ପାଇଁ କରୁଛନ୍ତି ମାଗଣା ପ୍ରଚାର। ତାଙ୍କର ନୀତି ଆଦର୍ଶ ଏବଂ ରାଜନୀତି କରିବାର ଉଦ୍ଦେଶ୍ୟ କୁ ବୁଝିବା ପରେ ଅନେକ କଳାକାର, ସମାଜସେବୀ ଏବଂ କିନ୍ନର, ଯୁବ ସମାଜ ମାନେ ମଧ୍ୟ ତାଙ୍କର ସାଥ ଦେଇଛନ୍ତି। ସ୍ୱଚ୍ଛ, ନିର୍ମଳ ଏବଂ ଦୁର୍ନୀତି ମୁକ୍ତ ଅବାଧ ରାଜନୀତି ରେ ବିଶ୍ୱାସ କରୁଥିବା ବେଣୁଧର ବାରିକ ବାସ୍ତବରେ ଜଣେ ସଚ୍ଚୋଟ ମଣିଷ ।

ଗରିବ ମାନଙ୍କୁ ନ୍ୟାୟ ଦେବାପାଇଁ ଏବଂ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ତାଙ୍କର ଏ ଲଢେଇ।ତେବେ ସେ ଭାରତର ସ୍ଵାଧୀନତା ସଂଗ୍ରାମ ପାଖରୁ ବିଭିନ୍ନ ପ୍ରକାର ଆନ୍ଦୋଳନ ରେ ଯୋଗ ଦେଇଛନ୍ତି ଏବଂ ଦେଶ ଜାତି ପାଇଁ ତାଙ୍କର ସ୍ୱର ଉଠାଇଛନ୍ତି । ବାଲେଶ୍ଵର ରେ ହୋଇଥିବା ମେଡିକାଲ୍ କଲେଜ୍ ପାଇଁ ମଧ୍ୟ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଏଥିପାଇଁ ସେ ୫ ଦିନ ଆମରଣ ଅନଶନରେ ମଧ୍ୟ ବସିଥିଲେ।

ବାଲେଶ୍ଵର ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ସର୍ବଦା ଚେଷ୍ଟିତ।ତେବେ ଗରିବ, ଖଟିଖିଆ, ବସ୍ତି ବାସିନ୍ଦା ଏବଂ ସର୍ବହରା ଶ୍ରେଣୀର ଲୋକମାନଙ୍କ ର ଦୁଃଖ ଦୁର୍ଦ୍ଦଶା କୁ ବୁଝିବା ପାଇଁ କେହି ରାଜନୈତିକ ଦଳ ଚେଷ୍ଟା ନକରିବାରୁ ଏବଂ ସେମାନଙ୍କ ସ୍ବାର୍ଥ ନିମିତ୍ତ ବିଧାନସଭା ରେ କୌଣସି କଥା ନ ଉଠାଇବାରୁ ସେ ଏଥିରେ ଦୁଃଖିତ ହୋଇ ବାଧ୍ୟହୋଇ ବୟସର ଅପରାହ୍ନରେ ହେଉ ପଛକେ ଏହି ଶ୍ରେଣୀର ଲୋକଙ୍କ ଉନ୍ନତି ପାଇଁ ଲଢେଇ କରିବାକୁ ଶେଷରେ ସେ ବାଲେଶ୍ଵର ସଦର ନିର୍ବାଚନ ମଣ୍ଡଳୀରେ ସ୍ଵାଧୀନ ପ୍ରାଥି ଭାବରେ କେଟିଲି ଚିହ୍ନ ନେଇ ନିର୍ବାଚନ ରଣାଙ୍ଗନକୁ ଉଲ୍ଲାଇଲେ।

ନାହିଁ ତାଙ୍କର କୋଠା ଘର, ପାଦରେ ନାହିଁ ଚପଲ, ନାହିଁ ତାଙ୍କର ବାଣ୍ଟିବା ପାଇଁ ଟଙ୍କା କିନ୍ତୁ ରହିଛି ଆଦର୍ଶତା ଏବଂ ଦୃଢ଼ ଇଚ୍ଛାଶକ୍ତି। ବିଶ୍ୱାସ ରଖିଛନ୍ତି ସେ ନିର୍ବାଚନ ଜିତିବେ। ପ୍ରଥମେ ଭଙ୍ଗା ସାଇକେଲ ରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଥିବା ବେଣୁ ମଉସା ଙ୍କ ସହ ଥିଲେ ମାତ୍ର ଦୁଇଜଣ।ଏବେ ସେ ଖୋଲା ଜିପ୍,ରଥ, ହୋଣ୍ଡା ସିଟି କାର୍ ପରେ ମର୍ଶିଡିଜ୍ ରେ ପ୍ରଚାର କରୁଛନ୍ତି ହିରୋଇନ୍ ମାନଙ୍କ ସହିତ। ତାଙ୍କୁ ସମର୍ଥନ ଦେବା ପାଇଁ ବହୁତ ଲୋକ ଏବେ ଆଗେଇ ଆସୁଛନ୍ତି ।

ସମାଜସେବୀ, କଳାକାର, କିନ୍ନର,ଯୁବ ଗୋଷ୍ଠୀ ଏବେ ତାଙ୍କ ସମର୍ଥନରେ।ତେବେ ଦେଖିବାକୁ ବାକି ରହିଲା ବାଲେଶ୍ଵର ବାସୀ କାହାକୁ ତାଙ୍କର ଲୋକ ପ୍ରତିନିଧି ଭାବରେ ବାଛୁଛନ୍ତି? ମଦ, ମାଂସ, ଟଙ୍କା ବାଣ୍ଟି ମିଛ ପ୍ରତିଶ୍ରୁତି ର ପାହାଡ଼ ଛିଡ଼ା କରୁଥିବା ଅନ୍ୟ ଦଳ ମାନଙ୍କର କୋଟିପତି ପ୍ରାର୍ଥୀ ଙ୍କୁ ନା ସ୍ୱଚ୍ଛ, ନିର୍ମଳ ଗଣତନ୍ତ୍ର ରେ ବିଶ୍ୱାସ କରି ଜନସାଧାରଣ ଙ୍କ ସ୍ବାର୍ଥ ପାଇଁ ଲଢେଇ କରୁଥିବା ବେଣୁ ମଉସା କୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।