ଭାଇରାଲ ହେଲା ୨ଟି ପୋଲିସ୍ ଅଫିସର ଙ୍କ ଭିଡ଼ିଓ ଦେଖିଲା ପରେ ଆପଣଙ୍କ ଆଖିରୁ ଲୁହ ଝରି ଆସିବ, ଗୋଟେ ସେୟାର ନିଶ୍ଚୟ କରନ୍ତୁ….
ଏବେବି ବଞ୍ଚି ରହିଛି ମଣିଷ ପଣିଆ ର ଚିହ୍ନ ଏବଂ ତାର ଗୁରୁତ୍ଵ। ଦୁନିଆରେ ସମସ୍ତଙ୍କୁ ସମାନ ମାପକାଠି ରେ ମାପିବା କେବେବି ଠିକ୍ ହେବ ନାହିଁ। କାରଣ ସମସ୍ତେ ସମାନ ମାନସିକ ଗଠନ ଏବଂ ଉଦାରତାବାଦି ନୁହନ୍ତି।ତେବେ ସ୍ୱାଭାବିକ ଭାବରେ ପୋଲିସ୍ କୁ ନେଇ ଆପଣଙ୍କ ମଧ୍ୟରେ ଏକ ଭିନ୍ନ ଧାରଣା ସୃଷ୍ଟି ହୋଇଥିବ। ସାଧାରଣତଃ ପୋଲିସ ମାନଙ୍କ ସ୍ଵଭାବ କୁ ନେଇ ସାଧାରଣରେ ଏହା ଧାରଣା ଥାଏ କି ସେମାନେ ବହୁତ୍ କଠୋର ଏବଂ ରାଗି ମିଯାଜ ର ଲୋକ ।
ଅଧିକାଂଶ କ୍ଷେତ୍ରରେ ଏହା ସାମାନ୍ୟ ସତ ହୋଇଥିଲେ ମଧ୍ୟ ଏହା ସବୁ କ୍ଷେତ୍ରରେ ଯଥାର୍ଥ ନୁହେଁ। ଅନେକ ଙ୍କ ପାଖରେ ବି ଏବେବି ଅସହାୟ, ଗରିବ ଙ୍କୁ ସାହାଯ୍ୟ କରିବାକୁ ରହିଛି ବଡ଼ ହୃଦୟ ଏବଂ ଖୋଲା ମନ।
ତେବେ ଦୁନିଆରେ ଏମିତି ବି ଲୋକ ଅଛନ୍ତି ଯେଉଁ ମାନେ ଦୁଃଖ ଯନ୍ତ୍ରଣା ରେ ରହି ନିଜକୁ ବଞ୍ଚାଇ ରଖିବାକୁ ଚେଷ୍ଟା ମଧ୍ୟ କରୁଛନ୍ତି।ତେବେ ଦୁନିଆର ଏହି ଅଜିବ ବିଧାନ କୁ ତ ଆମ ସମସ୍ତଙ୍କୁ ମାନିବାକୁ ପଡ଼ିବ ଯାହାକୁ ସ୍ଵୟଂ ସୃଷ୍ଟି କର୍ତ୍ତା ତିଆରି କରିଛନ୍ତି।ତେବେ ଦୁନିଆରେ ଧନୀ ହେଉ କି ଗରିବ ସମସ୍ତଙ୍କ ପାଖରେ ଦୁଃଖ ଓ ସମସ୍ୟା ଭରି ରହିଛି।
ନିଜକୁ ଠିକ୍ ଭାବରେ ପରିଚାଳନା କରି ଦୁନିଆରେ ତିଷ୍ଠି ରହିବା ପାଇଁ ସମସ୍ତେ ପ୍ରୟାସ କରିବାରେ ଲାଗିଛନ୍ତି। କିନ୍ତୁ ବେଳେବେଳେ ଆମ ଚାରିପଟେ ଏମିତି ପ୍ରକାରର ଅଭାବ ଅନଟନ ଦେଖିବାକୁ ମିଳିଥାଏ ତାହା ସମସ୍ତଙ୍କୁ ଦୁଃଖୀ କରି ଦେଇଥାଏ ଓ ବହୁତ୍ ଗମ୍ଭୀର ଦୁଃଖ ପହଞ୍ଚାଇ ଥାଏ। କିନ୍ତୁ ସେମାନେ ବେଳେବେଳେ ଏମିତି ହୃଦୟବାନ ବ୍ୟକ୍ତି ବିଶେଷ ଙ୍କ ସଂସ୍ପର୍ଶରେ ଆସନ୍ତି ଯାହା ସେମାନଙ୍କ ଇଚ୍ଛାକୁ ଆଶାକୁ ପୂରଣ କରିଥାଏ।
ତେବେ ସେହିଭଳି ଏକ ଦୁଃଖ, ଭାବପୂର୍ଣ୍ଣ ଓ ଅଭାବନୀୟ ଘଟଣା ଘଟିଛି ଏକ ରେଲୱେ ଷ୍ଟେସନ ନିକଟରେ । ଏଠାରେ ଏକ ପୋଲିସ କର୍ମଚାରୀ ଫ୍ଲଟଫର୍ମ ରେ ଯାଉଥିବା ସମୟରେ ହଠାତ ଜଣେ ବୁଢ଼ୀ ଲୋକଙ୍କ ସଂସ୍ପର୍ଶରେ ଆସିଲେ ଏବଂ ତାଙ୍କ ଟ୍ରେନଟି ଅନ୍ୟ ପ୍ଲାଟଫର୍ମରେ ଆସିବାକୁ ଥିବା ବେଳେ ବୁଢ଼ୀ ଜଣଙ୍କ ପାହାଚ ଚଢି ଉକ୍ତ ପ୍ଲାଟଫର୍ମ କୁ ଆସିବାକୁ ଅସମର୍ଥ ଥିଲେ।ଏହି ସମୟରେ ବୁଢ଼ୀ ସହ ଥିବା ଅନ୍ୟ ଜଣେ ସ୍ତ୍ରୀଲୋକ ଏହି ପୋଲିସ କର୍ମୀଙ୍କୁ ସାହାଯ୍ୟ ମାଗିିଥିଲେ।
ଏହାପରେ ପୋଲିସ୍ ଜଣଙ୍କ କୌଣସି ଉପାୟ ନ ପାଇ ନିଜ ହାତରେ ବୃଦ୍ଧା ଙ୍କୁ ଉଠାଇ ଆର ପାରିରେ ଛାଡିଥିଲେ।ଏହାପରେ ସ୍ଥାନୀୟ ଲୋକେ ଏହି ପୋଲିସ୍ କର୍ମୀଙ୍କୁ ବେଶ୍ ପ୍ରଶଂସା କରିଥିଲେ।ସେହିପରି ଅନ୍ୟ ଘଟଣାରେ ଜଣେ ପାଗେଳି ଭିକାରୁଣି ରାସ୍ତା କଡ଼ରେ ବସି ଭୋକ ଦାଉରୁ ଅସହାୟଙ୍କ ଭଳି ହେଉଥିବାର ଦେଖି ଜଣେ ମହିଳା ପୋଲିସ୍ ସେଠାରେ ନିଜ ଗାଡ଼ିକୁ ଛିଡ଼ା କରି ତାଙ୍କୁ କିଛି ଖାଇବା ଆଣି ଖୁଆଇ ଦେଇ ମୁଣ୍ଡ ଆଉଁସି ଦେଇଥିଲେ।
ଯାହା ଦେଖି ସେଠାକାର ଲୋକଙ୍କ ଛାତି କୁଣ୍ଢେମୋଟ ହୋଇ ଯାଇଥିଲା ପୋଲିସ କର୍ମୀଙ୍କ ଏଭଳି ମହାନତା ପାଇଁ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।