ଭଗବାନ କ’ଣ ଏମିତି ନିଷ୍ଠୁର ହୋଇପାରନ୍ତି ! ଦୁନିଆକୁ ଚିହ୍ନିବା ପୂର୍ବରୁ କୁନି ପୁଅକୁ କାହିଁକି ଏତେ କଷ୍ଟ ? ପିଲାଟିର ସମୟ ସରିସରି ଆସୁଛି ମାତ୍ର 40 ଦିନରେ ଦରକାର 40 ଲକ୍ଷ….

ବିବାହ ପରେ ପ୍ରତ୍ୟେକ ବାପା ଓ ମା ସନ୍ତାନ ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି। ଆଉ ଯେତେବେଳେ ସନ୍ତାନ ଟି ଜନ୍ମ ହୋଇଥାଏ ସେତେବେଳେ ବାପା ମା ବହୁତ ଖୁସି ହୋଇଯାନ୍ତି। କାରଣ ସେମାନେ ଜୀବନରେ ଯେମିତି ସବୁକିଛି ପାଇଗଲେ ବୋଲି ଅନୁଭବ କରିଥାନ୍ତି। ଆଉ ଯଦି ପୁତ୍ର ସନ୍ତାନ ଜନ୍ମ ହୋଇଥାଏ ତେବେ ବାପା ଓ ମା ଓ ପୁରା ପରିବାର ଟିକିଏ ଅଧିକ ଖୁସି ହୋଇଥାନ୍ତି।

ତେବେ ଜନ୍ମ ହେବାର କିଛି ମାସ ପରେ ଯଦି ଜଣା ପଡେ କି ପିଲାର କିଛି ରୋଗ ଅଛି ତାହେଲେ ଆପଣ ମାନେ ଭାବି ପାରୁଥିବେ ବାପା ମା ହୋଇ କିପରି ସହ୍ୟ କରି ପାରିବେ। ଆଜ୍ଞା ହଁ ସେମିତି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସତରେ ଯିଏ ଶୁଣିବ ଆଖିରେ ଲୁହ ଜୋକେଇ ଆସିବ।

ତେବେ ଯେତେବେଳେ ସନ୍ତାନ ମାନଙ୍କର ବହୁତ ଦିନ ଧରି ଦେହ ଖରାପ ହୋଇଥାଏ, ଆଉ ତାହା ବହୁତ ଦିନ ଧରି ପର୍ଯ୍ୟନ୍ତ ଭଲ ହୋଇ ନଥାଏ ସେତେବେଳେ ବାପା ମା ପୁରା ଚିନ୍ତାରେ ପଡ଼ି ଯାଆନ୍ତି। ତେବେ ଏହି ଘଟଣାଟି ମଧ୍ୟ ଠିକ୍ ସେହିପରି। ଏଠାରେ ଜଣେ କୁନି ପୁଅଟି ଖଟ ଉପରେ ଖେଳୁଛି, ଆଉ କେତେବେଳେ ମୋବାଇଲ ଧରି ଭିଡିଓ ଦେଖୁଛି ଆଉ ବହୁତ ଖୁସି ହେଉଛି।

ତେବେ ବାହାରୁ ସିନା ବହୁତ ଖୁସି ଜଣା ପଡ଼ୁଛି କିନ୍ତୁ ଭିତରେ ଏତେ ଯନ୍ତ୍ରଣା ରେ ଅଛି ପିଲାଟି ତାହା ଜାଣିଲେ ଆପଣ ମାନେ ନିଶ୍ଚିତ ଭାବରେ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ। ସେ କୁନି ପୁଅର ନାମ ହେଉଛି ସ୍ୱରୂପ ମିଶ୍ର। ଦୁନିଆ ବିଷୟରେ କିଛି ଜାଣିବା ପୂର୍ବରୁ ରୋଗ ଯନ୍ତ୍ରଣା ଭିତରେ ଘାଣ୍ଟି ହେଉଛି ଏହି କୁନି ପୁଅ ସ୍ୱରୂପ। ତାର କଷ୍ଟକୁ ସେ ବୁଝି ପାରୁଛି ନା ଅନ୍ୟ କାହାକୁ ବୁଝାଇ ପାରୁଛି।

ଯେତେବେଳେ ସ୍ୱରୂପ ଜନ୍ମ ହୋଇଥିଲା ସେତେବେଳେ ପରିବାରରେ ଖେଳି ଯାଇଥିଲା ଖୁସିର ଲହରୀ। କିନ୍ତୁ ଜନ୍ମ ହେବାର ୬ ମାସ ପରେ ଖୁସିରେ ପଡ଼ିଥିଲା ଯବନିକା। କାରଣ ଜଣା ପଡ଼ିଥିଲା କି ସ୍ୱରୂପ ଥାଲେମେସିଆ ରୋଗରେ ପୀଡ଼ିତ। ପୁଅର ରୋଗ ଶୁଣି ପୁରା ପରିବାର ସ୍ତବ୍ଧ ହେବା ସହିତ ପୁଅ କିପରି ଭଲ ହେବ ଚିନ୍ତାରେ ପଡ଼ି ଯାଇଥିଲେ ବାପା ରଶ୍ମିରଞ୍ଜନ ଓ ମା ପୂଜା।

ରଶ୍ମିରଞ୍ଜନ ବିଦ୍ୟୁତ୍ ବିଭାଗରେ ଜଣେ ସାଧାରଣ କର୍ମଚାରୀ। ଯେତିକି ଟଙ୍କା ପାଏ ସେହି ଟଙ୍କାରେ ପରିବାର ବହୁତ କଷ୍ଟରେ ଚଳିଥାଏ। ଆଉ ପୁଅକୁ ଭଲ କରିବା ପାଇଁ ପରିବାର ଲୋକେ ନବରଙ୍ଗପୁର ଠାରୁ ଆରମ୍ଭ କରି ଭୁବନେଶ୍ବର ଏମ୍ସ ପର୍ଯ୍ୟନ୍ତ ଡାକ୍ତର ଦେଖାଇଛନ୍ତି। ଆଉ ଶେଷରେ ସ୍ୱରୂପ ବେଙ୍ଗାଲୁରୁ ର ନାରାୟଣୀ ମେଡିକାଲ ରେ ଚିକିତ୍ସା ହେଉଛନ୍ତି।

ଡାକ୍ତର କହିଛନ୍ତି ବୋନ୍ ଟ୍ରାନ୍ସପ୍ଲାଣ୍ଟ ହେଲେ ସ୍ୱରୂପ ଭଲ ହୋଇପାରିବ, ଆଉ ଯାହା ପାଇଁ ଏବେ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହିଛନ୍ତି। ସେଥିପାଇଁ ରଶ୍ମିରଞ୍ଜନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସାହାଯ୍ୟ ମାଗିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ କୌଣସି ସାହାଯ୍ୟ ମିଳି ନାହିଁ। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ସ୍ୱରୂପଙ୍କୁ RBSK ଯୋଜନାରେ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦିଆଯିବ। ଯଦି କେହି ସ୍ୱରୂପଙ୍କୁ ସାହାଯ୍ୟ କରିବା ପାଇଁ ଚାହୁଁଛନ୍ତି ତେବେ, Account holder name – Puja Panda, Account no. – 625102010009436,IFSC CODE -UBIN0562513,Mob no. – 9437868227 ରେ ଯୋଗାଯୋଗ କରିବା ସହ ସାହାଯ୍ୟ କରିବେ।