ଭଗଵାନ ଙ୍କ ଅଦ୍ଭୁତ ଚମତ୍କାର । ଏ ଝରଣା ର ପାଣି “ପାପୀ ମଣିଷ ଉପରେ ପଡ଼ି ନଥାଏ । ଜାଣନ୍ତୁ ଏହି ଝରଣା ବିଷୟରେ…..

ଆପଣ ମାନେ ନିହାତି ଝରଣା ବିଷୟ ରେ ଶୁଣି ଥିବେ କିମ୍ବା ବହୁତ୍ ସ୍ଥାନ ରେ ଦେଖି ଥିବେ । ଯେଉଁ ମାନେ ନିଜର ମହାନ୍ ଗୁଣ ପାଇଁ ପ୍ରସିଦ୍ଧ ହୋଇ ଅଛନ୍ତି । ତେବେ ଏହି ଝରଣା ମାନେ ନିଜର ସୁନ୍ଦରତା ପାଇଁ ତ କେଉଁ ମାନେ ନିଜର ଔଷଧୀୟ ଗୁଣ ପାଇଁ । ତେବେ ଆଜି ଆମେ ଏଇ ଏମିତି ଝରଣା ବିଷୟ ରେ କହିବାକୁ ଯାଉଛୁ ଯେଉଁ ଝରଣା ର ପାଣି ସମସ୍ତ ଙ୍କ ଉପରେ ପଡ଼ି ନଥାଏ ।

ଏହି ଝରଣା ପାଣି ଅନ୍ୟ ଝରଣା ପରି ପାହାଡ଼ ରୁ ତଳକୁ ଖସି ଥାଏ । କିନ୍ତୁ ଆଶ୍ଚର୍ଯ୍ୟ କଥା ଅଟେ ଯେ ଏହି ଝରଣା ର ପାଣି ପାପୀ ମଣିଷ ମାନଙ୍କ ଉପରେ ପଡ଼ି ନଥାଏ ।

ତେବେ ଆସନ୍ତୁ ଜାଣିବା ଏହି ଝରଣା ବିଷୟ ରେ ଓ ଏହାର ରହସ୍ୟ ବିଷୟ ରେ । କଣ ରହିଛି ଏହି ଝରଣା ର ରହସ୍ୟ ଆଜି ଆମେ ଜାଣିବା । ତେବେ ଆମେ ଯେଉଁ ଝରଣା ବିଷୟ ରେ ଏଠାରେ ଆଲୋଚନା କରୁଛୁ ଏହା କୌଣସି ସାଧାରଣ ଝରଣା ନୁହେଁ । ଏହି ଝରଣା ର ନାମ ବସୁଧାର ଫଲ୍ । ଏଠାରେ ଅନ୍ୟ ଝରଣା ମାନଙ୍କ ପରି ପାହାଡ ରୁ ପାଣି ତଳକୁ ଖସି ଥାଏ ।

କିନ୍ତୁ ଏହା ପାପୀ ମଣିଷ ମାନଙ୍କ ଉପରେ ପଡ଼ି ନଥାଏ । ଏଠାରେ ପଞ୍ଚୁ ପାଣ୍ଡବ ମାନଙ୍କ ମଧ୍ୟ ରୁ ସହଦେବ ଏହି ଝରଣା ପାଖରେ ନିଜ ପ୍ରାଣ ତ୍ୟାଗ କରି ଥିଲେ । ବଦ୍ରିନାଥ ରୁ ପ୍ରାୟ 8 କିମି ଦୂର ରେ ଏହି ଝରଣା ରହିଛି। ଏହାର ପାଣି ପ୍ରାୟ 400 ଫୁଟ୍ ଉପରୁ ତଳକୁ ପଡି ଥାଏ ।

ହେଲେ ଆଶ୍ଚର୍ଯ୍ୟ କଥା ଯେ ଏହି ପାଣି ସବୁ ଲୋକ ମାନଙ୍କ ଉପରେ ପଡ଼ି ନଥାଏ । କୁହା ଯାଏ ଏତେ ଉପରୁ ପଡୁ ଥିବା ଏହାର ପାଣି ମୋତି ପରି ଦେଖା ଯାଇ ଥାଏ । ଯାହା ପାପୀ ମଣିଷ କୁ ବିଝାଇ ନଥାଏ ।

ଏହା ଅଷ୍ଟ ବସ୍ତୁ ଙ୍କ ତପ ସ୍ଥାନ ଅଟେ । ଏବଂ ଏହାର ପାଣି ପାପୀ ମଣିଷ କୁ ଛୁଇଁ ନଥାଏ । ମାନ୍ୟତା ଅଛି ଯେ ଯଦି ଏହି ଝରଣା ଜଳ ଆପଣ ଙ୍କ ଉପରେ ପଡ଼ିବ ତେବେ ବୁଝି ନେବେ ଯେ ଆପଣ ପାପୀ ନୁହନ୍ତି । ଆପଣ ପୁଣ୍ୟ କରିଛନ୍ତି । ଏହି ଜଳ ପ୍ରପାତ ରାସ୍ତା ରେ ଅନେକ ଜଡ଼ିବୁଟି ର ଗଛ ରହିଛି। ଏବଂ ଯାହା ଉପରେ ଏହି ପବିତ୍ର ପାଣି ପଡି ଥାଏ ସେ ନିରୋଗ ରହି ଥାଏ ।

ତେବେ ବଦ୍ରିନାଥ ଯାଇଥିବା ବ୍ୟକ୍ତି ମାନେ ବସୁଧରା ୱାଟର ଫଲ୍ କୁ ନିଶ୍ଚୟ ଯାଇ ଥାଆନ୍ତି । ତେବେ ଯଦି ଆପଣ କେବେ ଏହି ପବିତ୍ର ସ୍ଥାନ କୁ ଯାନ୍ତି ତେବେ ଏହି ପବିତ୍ର ଝରଣା କୁ ନିଶ୍ଚୟ ଯିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।