ମାଳିକାର ବଡ ଭବିଷ୍ୟବାଣୀ ! ଭଦ୍ରକ- ଯାଜପୁର ରେ ଶୁଭିଲା ପ୍ରଚଣ୍ତ ଶବ୍ଦ ! ସତ ହେଲା ମାଳିକା ବଚନ…..
ନିକଟରେ କିଛି ଦିନ ତଳେ ଭଦ୍ରକ- ଯାଜପୁର ରେ ଏକ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଛି।ଏହି ଶବ୍ଦ ଶୁଣିବା ପରେ ସମସ୍ତଙ୍କ ମନରେ ଛେନକା ପଶି ଯାଇଛି ଯେ କାହିଁକି ଏହିଭଳି ଏକ ପ୍ରଚଣ୍ଡ ଶବ୍ଦ ଶୁଭାଗଲା। ଏହାର କାରଣ କଣ ଅଟେ ଏବଂ ଏହା କେଉଁ ପ୍ରକାର ର ସଂକେତ ଦେଉଛି। ଯାହାକୁ ନେଇ ବାବା ସାରଦା ପ୍ରସାଦ ବାବା ଯାହା କହିଛନ୍ତି ତାହା ଆମେ ଜାଣିବା, ଯାହା ମାଳିକା ରେ ବର୍ଣ୍ଣିତ ରହିଛି ପୂର୍ବରୁ।ସେ ମନଗଢ଼ା କଥା କିଛି କହି ନଥାନ୍ତି।
ଏହି ପ୍ରଚଣ୍ଡ ଶବ୍ଦ ବିଷୟରେ ସେ ଯାହା କହିଛନ୍ତି ତାହା ହେଉଛି କଳି ଯୁଗ ଶେଷ ହେବାର ବା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିବାର ଏକ ବଡ଼ ସଂକେତ। ଯେଉଁ ପାଇଁ ଏହିଭଳି ଶବ୍ଦ, ଗର୍ଜନ ଏବଂ ଘଡ଼ଘଡ଼ି ଭଳି ଶବ୍ଦ ଆଦି ଶୁଣିବାକୁ ମିଳିବ। ଯାହା ମାଳିକା ରେ ବର୍ଣ୍ଣିତ ରହିଛି ।
ସେହି ଅନୁସାରେ ବର୍ତ୍ତମାନ ଯେଉଁ ଭାବରେ ଦୁନିଆରେ ପାପ, ଦୁର୍ନୀତି, ଅନ୍ୟାୟ ବଢ଼ି ବଢ଼ି ଚାଲିଛି ସେଥିପାଇଁ ଏହା ଆଉ ସହ୍ୟ ହେଇ ପାରୁନାହିଁ, ଯେଉଁ କାରଣରୁ ଏହିସବୁ କ୍ରିୟା ରେ ଅତିଷ୍ଟ ହୋଇ କଳିଯୁଗ ଅନ୍ତ ଘଟିବାକୁ ଯାଉଛି। ପାପ ଏବଂ ଅତ୍ୟାଚାର, ଅପରାଧ ଶୀର୍ଷ ରେ ପହଞ୍ଚିଲାଣି। ମଣିଷ ମଣିଷ ଉପରେ ଅକଥନୀୟ ଅତ୍ୟାଚାର କରୁଛି, ସମ୍ପର୍କ କୁ ସମ୍ମାନ ଦେଉନାହିଁ। ପିତା ମାତା, ପୂର୍ବ ପୁରୁଷ ମାନଙ୍କର କର୍ମ ଠିକ୍ ଭାବରେ କରୁନାହିଁ ଏବଂ ସେସବୁ କୁ ଅବଜ୍ଞା କରୁଛି।
ଯେଉଁ ସବୁ କାରଣରୁ ଏହିଭଳି ସବୁ ସଂକେତ ଆମକୁ ମିଳୁଛି ଯେ କଳିଯୁଗ ଶେଷ ପର୍ଯ୍ୟାୟରେ ଦଣ୍ତାୟମାନ।ତେବେ ଏହି ସବୁ ସଂକେତ ପାଇ ଆମେ ଡରିବା ବା ଭୟଭୀତ ହେବାର ପ୍ରଶ୍ନ ଉଠୁନାହିଁ।ଏହା ଆମକୁ ଭୟଭୀତ କରିବା ପାଇଁ ନୁହେଁ ବରଂ ଏହା ପରିବର୍ତ୍ତନ ର ଆହ୍ବାନ ସଦୃଶ।ଏହା ପରିବର୍ତ୍ତନ ପାଇଁ ଆମକୁ ସୂଚନା ଦେଉଛି। କିଭଳି ସତ୍ ମାର୍ଗରେ ନିଜକୁ ଆମେ ପରିଚାଳିତ କରିବା ଏବଂ ଅନ୍ୟାୟ ଅନୀତି ଛାଡ଼ି ଇଶ୍ୱରଗାମି ହେବା ନିମନ୍ତେ ଭଗବାନ ଙ୍କ ଚରଣା ଶ୍ରିତ ହୋଇ ପାରିବା ସେଥିପ୍ରତି ଆମେ ସତତଃ ଯତ୍ନଶୀଳ ହେବା।
ତେଣୁ ଏଥିରେ ଭୟଭୀତ ନହୋଇ ଆମେ ପରିବର୍ତ୍ତନ ଆଡ଼କୁ ନିଜକୁ ପ୍ରସ୍ତୁତ କରିବା ଏବଂ ଆଧ୍ୟାତ୍ମିକ ମାର୍ଗ କୁ ଆପଣେଇ ବା। ଯାଜପୁର ରେ ମାଆ ବିରଜା ଦେବୀ ପୂଜା ପାଉଛନ୍ତି ଏବଂ ମହାପ୍ରଭୁ ଜଗନ୍ନାଥ ମଧ୍ୟ ଓଡ଼ିଶାରେ ବିରାଜମାନ। ତେଣୁ ଓଡ଼ିଶାରେ ଏତେ ବଡ଼ ବିପଦ ଘଟିବାର ସମ୍ଭାବନା ନାହିଁ। କାରଣ ଭଗବାନ ତାଙ୍କ ଭକ୍ତ ମାନଙ୍କ ପାଇଁ ଅଶେଷ କୃପା ଦୃଷ୍ଟି ରଖିଛନ୍ତି। ତେଣୁ ଆପଣ ମାନେ ସତର୍କ ହୁଅନ୍ତୁ ଏବଂ ଭୟଭୀତ ହୁଅନ୍ତୁ ନାହିଁ। ନିଜକୁ ପରିମାର୍ଜିତ କରନ୍ତୁ ଏବଂ ନ୍ୟାୟ ରାସ୍ତାରେ ପରିଚାଳିତ କରନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।