ଭୟଙ୍କର ଚନ୍ଦ୍ର ଗ୍ରହଣ 2022 । ଭୋର ୫ଟା ୫୪ପୂର୍ବରୁ ଡଙ୍ଗାଭସା… ପାକତ୍ୟାଗ ସମୟ ଜାଣି ରଖନ୍ତୁ
ଆମ ପୃଥିବୀରେ ଅନେକ ସମୟରେ ପ୍ରାକୃତିକ ପରିବର୍ତ୍ତନ ଗୁଡ଼ିକ ଦେଖିବାକୁ ମିଳିଥାଏ ଯାହାର ପ୍ରଭାବ ପୃଥିବୀରେ ବସବାସ କରୁଥିବା ସମସ୍ତ ଜୀବଜଗତ ଉପରେ ପଡ଼ିଥାଏ। ତେବେ ଏମିତି ଏକ ପ୍ରାକୃତିକ ପରିବର୍ତ୍ତନ ଆସିବାକୁ ଯାଉଛି ନଭେମ୍ବର 8 ତାରିଖରେ ଯେଉଁ ଦିନ ହେବାକୁ ଯାଉଛି ଭୟଙ୍କର ଚନ୍ଦ୍ର ଗ୍ରହଣ। ତେବେ ଏହି ଗ୍ରହଣ କିଛି ସାଧାରଣ ଗ୍ରହଣ ନୁହେଁ କାରଣ ଏହି ଗ୍ରହଣ ପାଇଁ ପ୍ରକୃତି ତାର ରୁଦ୍ର ରୂପ ଧାରଣ କରିପାରେ ଓ ବିଭିନ୍ନ ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟ ହେବାର ସମ୍ଭାବନା ରହିଛି। ଗ୍ରହଣ ଏକ ଲମ୍ବା ଗ୍ରହଣ ହେବାକୁ ଯାଉଛି।
ଏହି ଗ୍ରହଣ ଓଡ଼ିଶା ସହିତ ଭାରତରେ ସମ୍ପୂର୍ଣ୍ଣ ଦୃଶ୍ୟମାନ ହେବାକୁ ଯାଉଛି ଏବଂ ଏହି ଗ୍ରହଣ ଅନ୍ୟ ଦେଶ ମାନଙ୍କରେ ମଧ୍ୟ ଦୃଶ୍ୟମାନ ହେବ ତାହା ହେଉଛି ଆମେରିଆ, ଋଷ୍, ବ୍ରାଜିଲ, ଚୀନ, ଅଷ୍ଟ୍ରେଲିଆ, ପାକିସ୍ତାନ ଏବଂ ଆଫଗାନିସ୍ତାନ ଇତ୍ଯାଦି ଦେଶ ମାନଙ୍କରେ ଦୃଶ୍ୟମାନ ହେବ।
ଗ୍ରହଣ ସମୟରେ ଏମିତି କିଛି କାର୍ଯ୍ୟ ଥାଏ ଯାହାକୁ କରିବା ଅନୁଚିତ୍ ଅଟେ। ତେବେ ଏହି ଗ୍ରହଣ ପାଇଁ ପୁରୀ ଶ୍ରୀମନ୍ଦିରରେ କଣ ସବୁ ନୀତି ନିର୍ଘଟ ହୋଇଛି ସେ ବିଷୟରେ ଜଣେଇବୁ। ତେବେ ଆସନ୍ତା ମଙ୍ଗଳ ବାର ଦିନ ଚନ୍ଦ୍ର ଗ୍ରହଣ କାରଣରୁ ଶ୍ରୀମନ୍ଦିର ନିତି ନିର୍ଘଟରେ ଅନେକ ପରିବର୍ତନ ହୋଇଛି,ଶ୍ରୀ ଜିଉଁଙ୍କ ପାଇଁ ଚନ୍ଦ୍ର ଗ୍ରହଣ କାରଣରୁ ହେବ ସତନ୍ତ୍ର ରୀତିନୀତି ।
8ତାରିଖ ମଙ୍ଗଳବାର ଦିନ ମଧ୍ୟ୍ୟ ରାତ୍ରି 12ଟାରେ ଶ୍ରୀ ଜୀଉଙ୍କ ଦ୍ଵାର ଫିଟା ନିତି ଆରମ୍ଭ ହେବ, ଆଉ ପରେ ମଙ୍ଗଳ ଆରତୀ, ମାଇଲମ ଓ ଅବକାଶରେ ପୂଜା ହେବେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ।ଏହା ପରେ ପ୍ରଭୁଙ୍କ ସୁନା ବେଶ ହେବ ଏବଂ ପରେ ପରେ ଗୋପାଳ ବଲ୍ଲଭ ଭୋଗ ମଣ୍ଡପ ନିତି ହେବ ।ଏହି ଗ୍ରହଣ କାରଣରୁ ଛାତିଶ ନିଜ ବୈଠକରେ ନିଷ୍ପତି ନେଇଛନ୍ତି ଯେ ମଙ୍ଗଳ ବାର ଦିନ ଭୋର 5 ଟା 45 ମିନିଟ 53 ସେକେଣ୍ଡ ରେ ପାକ ନିଷେଧ କାର୍ଯ୍ୟ ବନ୍ଦ ରହିବ ।
କିନ୍ତୁ ପୂର୍ବରୁ ନିତି ନିର୍ଘଣ୍ଟ ହୋଇଥିଲା ଯେ ମଙ୍ଗଳ ବାର ଦିନ ସକାଳ 8ଟା 29 ମିନିଟରେ ପାକ ନିଷେଧ ହେବ କିନ୍ତୁ ଗତକାଲିର ବୈଠକରେ ଏହି ନିଷ୍ପତିକୁ ବଦଳି ଦିଆଯାଇଛି ।ଏହି ଚନ୍ଦ୍ର ଗ୍ରହଣର ମୋକ୍ଷ ପ୍ରାପ୍ତି ହେବ ସନ୍ଧ୍ୟା 6 ଟା 18 ମିନିଟ 47 ସେକେଣ୍ଡରେ, ଏହି ସମୟକୁ ଲକ୍ଷ୍ୟ କରି ପଞ୍ଚୋକ ରୀତିନୀତି କାର୍ଯ୍ୟକୁ ଶୃଙ୍ଖଳିତ କରିବା ପାଇଁ ସମସ୍ତ ସେବାୟତଙ୍କ ସାହାଯ୍ୟ ଲୋଡିଛନ୍ତି ପ୍ରଶାସନ ।
ଏହି ଶ୍ରୀଜୀଉଙ୍କ ନିତି ନିୟମ ଅନୁଯାୟୀ ପଞ୍ଚୋକ ପୂର୍ଣ୍ଣମୀ ଦିନ ଚନ୍ଦ୍ର ଗ୍ରହଣ ରହିଥିବାରୁ ଡ଼ଙ୍ଗା ଭସା କାର୍ଯ୍ୟରେ ଧ୍ୟାନ ଦେବାପାଇଁ ପଡିବ, ଏହି ସମସ୍ତ ପଞ୍ଚୋକ ଭକ୍ତମାନଙ୍କୁ ଭୋର 5ଟା ପୂର୍ବରୁ ଡ଼ଙ୍ଗା ଭସା କାର୍ଯ୍ୟ ସମାପ୍ତ କରିବାକୁ କହିଛନ୍ତି ।
କାରଣ 5ଟା ପରେ ଗ୍ରହଣ ସମୟ ହୋଇଯିବ ତେଣୁ ଏହି ସମୟରେ ଡ଼ଙ୍ଗା ଭସିବା ଫଳପ୍ରଦ ହେବନାହିଁ ତେଣୁ ଆପଣ ଏହି ନିତି ରୀତିକୁ ଆଖି ଆଗରେ ରଖି କାର୍ଯ୍ୟ କରିବା ଉଚିତ ।ଶ୍ରୀ ଜିଉଁଙ୍କ ପାଇଁ ଏହି ନିଷ୍ପତି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।