ଭାତୁଡ଼ି ( SKIN TAGS) କେମିତି ଭଲ ହେବ? ଜାଣନ୍ତୁ ସମ୍ପୃଣ ଉପାୟ – DR.swapna
ବର୍ତ୍ତମାନ ପିଲା ଠାରୁ ବୃଦ୍ଧ ଯାଏଁ ସମସ୍ତେ ନିଜର ସୌନ୍ଦର୍ଯ୍ୟ ପାଇଁ ବହୁତ ସଚେତନ ଥାଆନ୍ତି, ଯଦି କାହାର ମୁହଁ ରେ କିମ୍ବା ଆଉ ଶରୀରର ଆଉ କୌଣସି ସ୍ଥାନରେ ଦାଗ ହୋଇଯାଏ କିମ୍ବା କିଛି ବାହାରିଯାଏ ତେବେ ସେଥିପାଇଁ ସମସ୍ତେ ଚିନ୍ତାରେ ପଡ଼ି ଯାଇଥାନ୍ତି। ଆପଣଙ୍କ ମୁହଁରେ କୌଣସି ଦାଗ ଆସିବା ଦ୍ଵାରା ଆପଣଙ୍କୁ କୌଣସି ସ୍ଥାନକୁ ଯିବା ପାଇଁ କାହା ସହିତ ମିଶିବା ପାଇଁ ଭଲ ଲାଗି ନଥାଏ। ଏଥିପାଇଁ ଆପଣ ବିଭିନ୍ନ ପ୍ରକାରର ଟ୍ରିଟମେଣ୍ଟ ମଧ୍ୟ କରିଥାନ୍ତି।
ତେବେ ଅଧିକାଂଶ ବ୍ୟକ୍ତିଙ୍କ ପାଖରେ ଭାତୁଡ଼ି ହେବାର ଅଧିକ ଦେଖାଯାଏ। ଏହି ଭାତୁଡ଼ି କେଉଁ ବ୍ୟକ୍ତି ଙ୍କ କ୍ଷେତ୍ରରେ ଅଳ୍ପ ମାତ୍ରାରେ ଦେଖାଯାଏ ତ ଆଉ କାହା କ୍ଷେତ୍ରରେ ବହୁତ ମାତ୍ରାରେ ଦେଖାଯାଏ। ଆଉ ଯଦି ଏହି ଭାତୁଡ଼ି ମୁହଁ ରେ ବାହାରିଥାଏ, ତାହେଲେ ଏଥିପାଇଁ ବ୍ଯକ୍ତି ସବୁବେଳେ ଚିନ୍ତାରେ ରହିଥାନ୍ତି।
ତେବେ ଏହି ଭାତୁଡ଼ି ସମସ୍ୟା କୁ କେମିତି ଦୂର କରିବେ ଏବଂ ତାର ଚିକିତ୍ସା ବିଷୟରେ ଆଜି ଆମେ ଆପଣଙ୍କୁ ଜଣେଇବୁ। ଅଧିକାଂଶ ବ୍ୟକ୍ତି ବର୍ତମାନ ଏହି ସମସ୍ୟାର ସମ୍ମୁଖୀନ ହେବାର ଦେଖିବାକୁ ମିଳିଛି, ମାତ୍ର ଆପଣ କେବେ ଘର ପାଖରେ ଏହାର ଚିକିତ୍ସା କରନ୍ତୁ ନାହିଁ ।ଭାତୁଡ଼ିରେ ଆପଣ କେବେ ଘରୋଇ ଉପଚାର ପ୍ରୟୋଗ କରନ୍ତୁ ନାହିଁ, କାରଣ ଏହା ଦ୍ଵାରା ଆପଣଙ୍କ ଭାତୁଡି ଅଧିକ ଇନଫେକ୍ସନ ହୋଇଯାଏ ।
ଯଦି ଆପଣଙ୍କ ଭାତୁଡ଼ିରେ ଆପଣ ସୁତା କିମ୍ବା କୌଣସି ବାଳ ବାନ୍ଧି ତାକୁ ଛିଣ୍ଡି ଦେବା ପାଇଁ ଚେଷ୍ଟା କରନ୍ତି ତେବେ ଆପଣଙ୍କ ଭାତୁଡି ଅଧିକ ଇନଫେକ୍ସନ ହେବା ସହିତ ଏହା ଏକ ବଡ଼ ଆକାରର ଘା ମଧ୍ୟ ହୋଇଯାଇ ପରେ ।
ତେଣୁ ଆପଣ କେବେ ଘରେ ଭାତୁଡ଼ିର ଚିକିତ୍ସା କରନ୍ତୁ ନାହିଁ ।ସାଧାରଣତଃ ଦେଖିଥିବେ ଯଦି ବୃଦ୍ଧ ବୟସର ବ୍ୟକ୍ତିଙ୍କ ପାଖରେ ଏହି ସମସ୍ୟା ଦେଖାଯାଏ ତେବେ ସେମାନେ ଏହାର ଚିକିତ୍ସା କରନ୍ତି ନାହିଁ, କିନ୍ତୁ ୟଙ୍ଗ ଏଜର ବ୍ୟକ୍ତିମାନେ ଏହାର ଚିକିତ୍ସା କରନ୍ତି ।ଆପଣଙ୍କର ଏହି ସମସ୍ୟା ଥିଲେ ଆପଣ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ, ଏବଂ ଏହାର ଚିକିତ୍ସା କରନ୍ତି ।ଏହି ଭାତୁଡି ଜନିତ ଚିକିତ୍ସା ପାଇଁ ଏହାକୁ ଛୋଟ ସର୍ଜରୀ ଭଳି କରିବାକୁ ପଡିଥାଏ, ଆପଣଙ୍କ ଭାତୁଡ଼ି ବହୁତ ଛୋଟ ଛୋଟ ଥିଲେ ଏହାକୁ ଡାକ୍ତର ତାଙ୍କର ଷ୍ଟେରାଇଲ କଟର ସାହାଯ୍ୟରେ କରି ଏହାର ଚିକିତ୍ସା କରନ୍ତି ।
ଯାହାକି ଆପଣଙ୍କ ବହୁତ କମ ସମୟରେ ହେବା ସହିତ ଏହା ଦ୍ଵାରା କୌଣସି କଷ୍ଟ ମଧ୍ୟ ଅନୁଭବ ହୋଇନଥାଏ । ଯଦି ଆପଣଙ୍କର ବଡ଼ ଭାତୁଡ଼ି ରହିଥାଏ ତେବେ ଡାକ୍ତର ଏହାକୁ କାଟି ଛୋଟ ଷ୍ଟିଜ ମଧ୍ୟ ପକାଇ ଥାନ୍ତି,ଏଥିରେ କୌଣସି ବ୍ଲଡ଼ ରୋଗୀ ଦେଖିବକି ପାଇ ନଥାଏ ।
ତେଣୁ ଭାତୁଡି ଜନିତ ସମସ୍ୟା ଥିଲେ ଆପଣ ଘରେ ଏହାର ଉପଚାର କରି ଏହାକୁ ଅଧିକ ଇନଫେକ୍ସନ କରିବା ଅପେକ୍ଷା ଏହାର ପ୍ରୋପର ଚିକିତ୍ସା ଡାକ୍ତରଙ୍କ ଦ୍ଵାରା କରନ୍ତୁ ।ଯାହା ଦ୍ଵାରା ଆପଣଙ୍କ ପ୍ରତି କୌଣସି ରିସ୍କ ନଥାଏ କି ଏହା ଇନଫେକ୍ସନ ମଧ୍ୟ ହୋଇନଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।