ଭାତୁଡ଼ି ( SKIN TAGS) କେମିତି ଭଲ ହେବ? ଜାଣନ୍ତୁ ସମ୍ପୃଣ ଉପାୟ – DR. ANU

ଆପଣମାନେ ସମସ୍ତେ ଜାଣିଥିବେ ସମସ୍ତଙ୍କ ଶରୀରରେ କିଛି ନା କିଛି କଳା ଦାଗ ବାହାରିଥାଏ। ସେ ଦାଗ ଭିତରୁ ଛୋଟ ଛୋଟ ଦାନା ଆକୃତିର ବା ତାଠାରୁ ବଡ଼ ଆକୃତିର କିଛି ବାହାରିଲେ ତାକୁ ଆମେ ଭାତୁଡ଼ି କହିଥାଉ। ଆଉ ତାହା ଯଦି ଥରେ ବାହାରେ ସହଜରେ ଭଲ ହୁଏ ନାହିଁ ସେମିତି ରହିଯାଏ। ଏହି ଭାତୁଡ଼ି କୁ ଭଲ କରିବା ପାଇଁ କେହି ଘରୋଇ ଉପଚାର କରିଥାନ୍ତି ଆଉ କେହି କେହି ଡାକ୍ତରଙ୍କ ସହ ପରାମର୍ଶ କରିଥାନ୍ତି। ତେବେ ସେହି ଭାତୁଡ଼ି କୁ ଭଲ କରିବା ପାଇଁ କଣ ସବୁ ଡାକ୍ତରୀ ଉପାୟ ରହିଛି ତାହା ବିଷୟରେ ଆପଣଙ୍କୁ ଜଣେଇବୁ।

ଭାତୁଡ଼ି କୁ କେମିତି ଭଲ କରିବା –

ତେବେ କୁହାଯାଉଛି କି ଭାତୁଡ଼ି କୁ ଭଲ କରିବା ପାଇ ହେଲେ ଆମେ ଯେଉଁ ଘରେ ବ୍ୟବହାର କରିଥାଉ ଚୂନ ଵା କୌଣସି କେମିକାଲ ଜିନିଷ, ତାହା ସହିତ ଅନେକ ସମୟରେ ଭାତୁଡ଼ି ରେ ସୂତା ବାନ୍ଧି ଦିଆ ଯାଇଥାଏ ସେହି ଭଳି କରିବା ଉଚିତ ନୁହଁ ।କାରଣ ଏଭଳି କରିବା ଦ୍ୱାରା ଅନେକ ସମୟରେ ଇନଫେକ୍ସନ ର ବହୁତ କାରଣ ରହିଥାଏ ଯାହା ଯୋଗୁଁ ଆମେ ପରେ ଅସୁବିଧାରେ ପଡିଥାଉ ବୋଲି କୁହାଯାଉଛି ।

ତେଣୁ କୁହାଯାଉଛି କି ଏଥିପାଇଁ ଘରେଇ ଉପଚାର କିଛି କରନ୍ତୁ ନାହିଁ ।ତେବେ ଆଜି କାଲି ଡାକ୍ତରୀ ଉପାୟରେ RFC ଦ୍ୱାରା ଆମେ ମାନେ ଏହି ଭାତୁଡ଼ି ଭଳି ସମସ୍ୟା ରୁ ମୁକ୍ତି ପାଇପାରିବା ବୋଲି ମଧ୍ୟ କୁହାଯାଉଛି । ତେବେ ଏହା ହେଉଛି ବ୍ଲଡ଼ ଲେସ ଟ୍ରିଟମେଣ୍ଟ । ଆଉ ଏହି RFC ଟ୍ରିଟମେଣ୍ଟ ରେ ବ୍ଲଡ଼ ବାହାରି ନ ଥାଏ ।

ଏହା ହେଉଛି ପେନ ଆକାର ର ଜିନିଷ ଯେଉଁଥିରେ ଗୋଟିଏ ସେକେଣ୍ଡ ରେ ଗୋଟିଏ ଭାତୁଡ଼ି କୁ କାଟି ଭଲ କରି ହେବ ବୋଲି କୁହାଯାଉଛି । ଏହା ସହିତ ଏହି ଉପାୟ ରେ ଟଙ୍କା କମ ଖର୍ଚ୍ଚ ହୁଏ, ଇନଫେକ୍ସନ ସେତେ ହୋଇ ନ ଥାଏ ବୋଲି ମଧ୍ୟ କୁହାଯାଉଛି ।ତେଣୁ ଡାକ୍ତର ମାନେ ଯଦି ବଡ଼ ଭାତୁଡ଼ି ବାହାରି ଥାଏ ତେବେ ତାହାର ବେଶ ଅନୁସାରେ ସେହି ଭଳି RFC ଟ୍ରିଟମେଣ୍ଟ କରିଥାନ୍ତି ବୋଲି କୁହାଯାଉଛି ।ତାହା ସହିତ ଡାକ୍ତର ମାନେ ଘରୋଇ କୌଣସି ବି ଉପାୟ କରିବାକୁ ମନା କରିଥାନ୍ତି କାରଣ ତାହା ଦ୍ୱାରା ଇନଫେକ୍ସନ ର ମାତ୍ରା ଅଧିକ ରହିଥାଏ ବୋଲି କୁହାଯାଉଛି ।ତେବେ ଏହା ଥିଲା ଭାତୁଡ଼ି କୁ ଭଲ କରିବା ର ଡାକ୍ତରୀ ଉପାୟ ।