ବାହାଘର ଦିନ ପ୍ରସବ ଯନ୍ତ୍ରଣା ପରେ ସନ୍ତାନ ଜନ୍ମ ଦେଲେ କନ୍ୟା: ଫେରିଗଲେ ଅତିଥି…ଦେଖନ୍ତୁ ପୁରା video

ପୁଅ ହୁଅନ୍ତୁ ବା ଝିଅ, ସମସ୍ତ ଙ୍କ ଇଚ୍ଛା ଥାଏ ତାଙ୍କ ବାହାଘର ଦିନ ଟି ସ୍ମରଣୀୟ ହେଉ । କାରଣ ଏହି ଦିନ ଟି କୁ ଏକ ମଧୁର ସ୍ମୃତି ଭାବେ ସାଇତି ରଖିବାକୁ ସମସ୍ତେ ଚାହିଁଥାନ୍ତି । ତେବେ କିନ୍ତୁ ସମସ୍ତ ଙ୍କ ଭାଗ୍ୟ ରେ ଏମିତି ନ ଥାଏ । କିଛି ଦମ୍ପତି ଙ୍କ ପାଇଁ ଏହା ମଧୁର ସ୍ମୃତି ହୋଇ ରହି ଯାଏ ତ ଆଉ କିଛି ଲୋକ ଙ୍କ ପାଇଁ ଏହା ତିକ୍ତ ଅନୁଭୂତି ଦେଇ ଥାଏ ।

ହେଲେ ଆମେ ଆଜି ଏମିତି ଗୋଟିଏ ଘଟଣା ସଂପର୍କ ରେ ଜଣେଇବାକୁ ଯାଉଛୁ ଯାହା ଏକ ଦମ୍ପତି ଙ୍କ ପାଇଁ ଆଣି ଦେଇଛି ସଂମ୍ପୂର୍ଣ୍ଣ ଭିନ୍ନ ଧରଣ ର ଅନୁଭୂତି । କାହିଁକି ନାଁ ବାହାଘର ଦିନ ପିଲା ଜନ୍ମ କରିଛନ୍ତି କନ୍ୟା ଜଣ ଙ୍କ । ତେବେ କଥା ଟା ହୁଏତ ଆପଣ ଙ୍କୁ ଅଡୁଆ ଲାଗୁ ଥାଇ ପାରେ କିନ୍ତୁ ଏ କଥା ବିଲକୁଲ୍ ସତ ।

ତେବେ ଏପରି ଏକ ଅଶୋଭନୀୟ ଘଟଣା ଘଟିଛି ସ୍କଟଲ୍ୟାଣ୍ଡ ର ଷ୍ଟର୍ଲିଂ ସାୟାର ଅଞ୍ଚଳ ରେ । ରେବେକା ମ୍ୟାକମିଲନ୍ ନାମ୍ନୀ ଜଣେ ହେୟାର ଡ୍ରେସର ଙ୍କ ବାହାଘର ହେବାର ଥିଲା । ତାଙ୍କ ପ୍ରେମିକ ନିକ୍ ଜିଥମ୍ ଙ୍କ ସହ ବିବାହ ପାଇଁ ଦିନ ସ୍ଥିର ହୋଇ ଥିବା ବେଳେ ମ୍ୟାରେଜ୍ ଫଙ୍ଗସନ୍ ପାଇଁ କାଟମୋର ଭିଲେଜ୍ ହଲ୍ ବୁକିଂ ହୋଇ ଥିଲା । ପ୍ରାୟ 2 ଶହ ଜଣ ଅତିଥି ଙ୍କୁ ନିମନ୍ତ୍ରଣ କରା ଯାଇ ଥିଲା ।

ନିମନ୍ତ୍ରିତ ଅତିଥି ମାନଙ୍କ ମଧ୍ୟରୁ ଅଧିକାଂଶ ହଲ୍ ରେ ପହଞ୍ଚି ଯାଇ ଥିଲେ । ହେଲେ ବିବାହ ଆରମ୍ଭ ହେବା ର ମାତ୍ର କିଛି ଘଣ୍ଟା ପୂର୍ବ ରୁ କନ୍ୟା ରେବେକା ଙ୍କ ର ଆରମ୍ଭ ହୋଇ ଯାଇଥିଲା ପ୍ରସବ ଯନ୍ତ୍ରଣା । ଏହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆ ଯାଇଥିଲା । ଆଉ ସେ ସେଠାରେ ଏକ ପୁତ୍ର ସନ୍ତାନ କୁ ଜନ୍ମ ଦେଇ ଥିଲେ । ଏହାପରେ ବିବାହ ପାଇଁ ଆୟୋଜିତ କାର୍ଯ୍ୟକ୍ରମ କୁ ବାତିଲ କରି ଦିଆ ଯାଇ ଥିଲା । ଅତିଥି ମାନଙ୍କୁ ଏହି ଖବର ଦେବା ପରେ ସେମାନଙ୍କୁ ଫେରିଯିବାକୁ ପଡିଥିଲା ।

ଏହାଦ୍ବାରା ଏହି ପ୍ରେମି ଯୁଗଳଙ୍କୁ ପ୍ରାୟ 12 ଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡିଥିଲା । 36 ବର୍ଷିୟ ନିକ ଓ 32 ବର୍ଷିୟା ରେବେକା ଦୀର୍ଘ 5 ବର୍ଷ ଧରି ପରସ୍ପରକୁ ଡେଟିଂ କରିବା ପରେ ଗତବର୍ଷ ଜୁଲାଇରେ ନିର୍ବନ୍ଧ ହୋଇଥିଲା । ରେବେକା ଗର୍ଭବତୀ ଥିବା ବେଳେ ଜୁନ୍ 20ରେ ଡେଲିଭରି ତାରିଖ ଦେଇଥିଲେ ଡାକ୍ତର । ହେଲେ ଏହାର ମାସେ ଆଗରୁ ଅର୍ଥାତ ମେ 21ରେ ଉଭୟଙ୍କ ବାହାଘର ଦିନ ସନ୍ତାନ ଜନ୍ମ ଦେଇଥିଲେ ରେବେକା । ଏହାଦ୍ବାରା ଯଦିଓ ମ୍ୟାରେଜ୍ ଫଙ୍ଗସନ୍ ବାତିଲ ହେବା ସହ ସେମାନଙ୍କ ଅନେକ ଟଙ୍କା ପାଣିରେ ପଡିଥିଲା ତଥାପି ସନ୍ତାନ ଜନ୍ମର ଖୁସି ଆଗରେ ଏହା କିଛି ନୁହେଁ ବୋଲି କହିଛନ୍ତି ଏହି ପ୍ରେମୀଯୁଗଳ ।