ହେ ଭଗବାନ ! କଟକ ସନ୍ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ପୁରା ଭିଡିଓ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ…..

କଟକ ସନ୍ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ତେବେ କଟକ ର ଏକ ଏକ ଘରୋଇ ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । କିନ୍ତୁ ସୂଚନା ଅନୁସାରେ , ସମସ୍ତ ହସ୍ପିଟାଲ୍ କର୍ମଚାରୀ,ଷ୍ଟାଫ ଏବଂ ରୋଗୀ ସୁରକ୍ଷିତ ଅଛନ୍ତି । ଅଗ୍ନିକାଣ୍ଡ ଘଟିବା ସମୟରେ ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରା ଯାଇ ଥିବାର ସୂଚନା ରହିଛି । ଅଗ୍ନିକାଣ୍ଡ ହେବା ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ କୁ ଆୟତ୍ତ କରିଛି , କିନ୍ତୁ ଅଗ୍ନିକାଣ୍ଡ ର କାରଣ କଣ ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ଏବଂ ହସ୍ପିଟାଲର ଉପର ମହଲାରେ ନିଆଁ ଲାଗିଛି ।

ତେବେ କଟକ ର ସନ୍ ହସ୍ପିଟାଲ୍ ଯେଉଁଟା ବିଜୁ ପଟ୍ଟନାୟକ ଛକ ନିକଟରେ ରହିଛି ସେହି ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଛି ଏବଂ ସଂମ୍ପୂର୍ଣ୍ଣ ହସ୍ପିଟାଲର ଉପର ମହଲା ଭୟଙ୍କର ଭାବରେ ନିଆଁ ରେ ପ୍ରଭାବିତ ହୋଇଛି ହୁ ହୁ ହୋଇ ନିଆଁ ପୂରା ଉପର ମହଲାକୁ ଗ୍ରାସ କରିଛି ।

ଏହାପରେ ସେଠାରେ ଅଗ୍ନିଶମ ବାହୀନି ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି ଏବଂ କଟକ ଡିସିପି ମଧ୍ୟ ଆସି ସେଠାରେ ପହଞ୍ଚି ଘଟଣାକୁ ନିରିକ୍ଷଣ କରୁଛନ୍ତି । ଏହା ସହିତ 4-5 ଟି ଦମକଳ ବାହୀନି ମଧ୍ୟ ଲାଗିଛନ୍ତି ନିଆଁ ଲିଭା କାମରେ ଏବଂ ହସ୍ପିଟାଲ ନିକଟରେ ଥିବା ବଲ୍ଡିଂ ଗୁଡିକରୁ ମଧ୍ୟ ପାଣି ସ୍ପ୍ରେ କରା ଯାଉଛି ।


ନିଆଁ ଲାଗିବାର କିଛି ସମୟ ମଧ୍ୟରେ ସେଠାରେ ମୁନସିପାଲିଟି କମିଶନର, ଫାୟାର ଅଫିସର ଏବଂ କଟକ ଡିସିପି ଆସି ପହଞ୍ଚି ଥିଲେ । ତେବେ ସବୁଠାରୁ ବଡ ଖବର ହେଉଛି ହସ୍ପିଟାଲ ଭିତରେ ଯେତିକି ବି ପେସେଣ୍ଟ ଥିଲେ ଠିକ୍ ସମୟରେ ସେମାନଙ୍କୁ ବାହାରକୁ ସ୍ଥାସାନ୍ତର କରି ଦିଆ ହୋଇଛି ।

ପ୍ରାଥମିକ ସୂଚନା ରୁ ଏହା ଜଣା ପଡିଛି ଯେ, ଯେହେତୁ ଉପର ମହଲାରେ ପ୍ଲା୍ଷ୍ଟିକର ବ୍ୟବହାର ଅଧିକ ହେଉଥିଲା ଏବଂ ରୋଷେଇ ସାମଗ୍ରି ରହିଥିଲା ତେଣୁ ସେହିଠାରେ ସର୍ଟସର୍କିଟ ହୋଇ ନିଆଁ ଲାଗି ଥିବାର ସନ୍ଦେହ କରା ଯାଉଛି । ହସ୍ପିଟାଲରେ ଥିବା ରୋଗୀଙ୍କୁ ଆମ୍ବୁୁଲାନ୍ସ ସହାୟତାରେ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରା ଯାଇଛି ।

ତେବେ ଲ୍ୟାଡର ସାହାଯ୍ୟରେ ଅଗ୍ନିଶମାର କର୍ମଚାରୀ ହସ୍ପିଟାଲର ଉପର ମହଲାକୁ ଯାଇଥିଲେ ଏବଂ ନିଆଁ ଲିଭା କାର୍ଯ୍ୟ ଜାରି ରହିଛି , ସୂଚନା ମିଳିଛି ବର୍ତ୍ତମାନ ସୁଦ୍ଧା ନିଆଁକୁ ଆୟତ କରାଯାଇ ପାରିଛି । କଟକ ଡିସିପିଙ୍କ କହିବା ଅନୁଯାୟୀ ଆଉ କୌଣସି ପ୍ରକାର ଭୟଭୀତ ହେବାର କିଛି ବି କାରଣ ନାହିଁ ନିଆଁ ବର୍ତ୍ତମାନ ଆୟତାଧୀନ ହୋଇପାରିଛି ।

ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏଥିରେ କାହାର କିଛି ବି କ୍ଷତି ହୋଇ ନାହିଁ କେବଳ ହସ୍ପିଟାଲର ଜିନିଷପତ୍ର ସବୂୁ ପୋଡି ନଷ୍ଟ ହୋଇଯାଇଛି । କିନ୍ତୁ ବର୍ତ୍ତମାନ ସମୟରେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି କି କେମିତି ହସ୍ପିଟାଲରେ ନିଆଁ ଏହି ଭୟଙ୍କର ଅଗ୍ନିକାଣ୍ଡ ଘଟିଲା ? ନିଆଁ ଲାଗିବା ପଛରେ କଣ ରହିଛି କାରଣ ?

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।