ଦେଖନ୍ତୁ ଭିଡିଓ ! ଭଉଣୀ ବାହାଘରରେ ଅର୍ଚ୍ଚିତାଙ୍କର ଧମାକାଦାର ଡ୍ୟାନ୍ସ ନିଆଁ ଭଳି ଭାଇରାଲ୍ ହେବାରେ ଲାଗିଛି……..

ଆପଣ ମାନେ ସମସ୍ତେ ଓଡିଆ ଫିଲ୍ମ ନିଶ୍ଚୟ ଦେଖୁଥିବେ , ତେବେ ସେଥିରେ କାମ କରୁଥିବା କଳାକାର ମାନଙ୍କୁ ବହୁତ ଭଲ ଭାବରେ ଜାଣିଥିବେ । ତେବେ ତାଙ୍କର ପର୍ସନାଲ ଲାଇଫ୍ କଥା ମଧ୍ୟ ଅଳ୍ପ ବହୁତ ଜାଣିଥିବେ । ଏହି କଳାକାର ମାନେ ନିଜର ଚେଷ୍ଠା, ନିଷ୍ଠା ଏବଂ ସଂଘର୍ଷ ମାଧ୍ୟମରେ ଆଜି ଏପର୍ଯ୍ୟନ୍ତ ପହଞ୍ଚି ପାରିଛନ୍ତି । ଆଉ ତାଙ୍କର ଅବଦାନ ମଧ୍ୟ ଅନେକ ରହିଛି ଓଡିଆ ଚଳଚିତ୍ର ଦୁନିଆକୁ । ଆଜି ମାନେ ଆପଣଙ୍କୁ ଅଲିଉଡ ର ଚୁଲବୁଲି ନାୟିକା ତଥା ସିନେମା ଜଗତର ଗ୍ଲାମରିୟସ୍ ହିରୋଇନ୍ ଅର୍ଚ୍ଚିତା ସାହୁଙ୍କ ବିଷୟରେ କଛି କହିବୁ ।

ସେ ତାଙ୍କର ବିଚକ୍ଷଣ ଅଭିନୟ ଏବଂ ସୁନ୍ଦରତାର ଯାଦୁରେ ଦର୍ଶକ ମାନଙ୍କର ହୃଦୟରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରି ପାରିଛନ୍ତି । ତାଙ୍କର ରୂପ ଯେମିତି ଅଭିନୟ ମଧ୍ୟ ତାଠରୁ ଅଧିକ ମନଲୋଭା । ଆଉ ତାଙ୍କର ଏହି ସୁନ୍ଦରତା ପାଇଂ ସେ ଆଜି ହଜାର ହଜାର ଲୋକଙ୍କର ଦ୍ବିୱାନା ହୋଇପାରିଛନ୍ତି ।

ଅଭିନୟ ଜଗତରେ ଏଣ୍ଟ୍ରି ମାରିବା ପରେ ସେ ନିଜର ବିଚକ୍ଷଣ ତଥା ଚମତ୍କାରୀ ଅଭିନୟ ମାଧ୍ୟମରେ ଲୋକଙ୍କୁ ତାଙ୍କୁ ଆଡକୁ ଆକର୍ଷିତ କରିଥିଲେ । ଆଉ ଧିରେ ଧିରେ ତାଙ୍କର ଅଭିନୟରେ ସମସ୍ତେ ମୁଗ୍ଧ ହେବାକୁ ଲାଗିଲେ ଏବଂ ସେ ହୋଇଗଲେ ସମସ୍ତଙ୍କର ପସନ୍ଦର ପ୍ରଥମ ଅଭିନେତ୍ରୀ ।

ନିଜର ଅପୂର୍ବ ସୁନ୍ଦରତା ସାଙ୍ଗକୁ ହୃଦୟସ୍ପର୍ଶି ଅଭିନୟ ସତେ ଯେମିତି ଲୋକଙ୍କ ହୃଦୟରେ ଏକ ଭିନ୍ନ ଧରଣର ଛାପ ଛାଡି ଦେଇଥିଲା । ତେବେ ଏହି ଅଭିନେତ୍ରୀ ଜଣଙ୍କ ଅଲିଉଡର ପ୍ରାୟ ସମସ୍ତ ସୁପରଷ୍ଟାର ତଥା ଆଗ ଧାଡିର ସଫଳ ଅଭିନେତା ମାନଙ୍କ ସହିତ ଅଭିନୟ କରିବାର ସୁଯୋଗ ପାଇଁ ନିଜକୁ ବେଷ୍ଟ ବୋଲି ପ୍ରମାଣିତ କରିଛନ୍ତି । ଅର୍ଚ୍ଚିତା ଅଭିନୟ ଜଗତକୁ ଆସିବା ପୂର୍ବରୁ ଜଣେ ଭଲ କ୍ଲାସିକାଲ୍ ଡ୍ୟାନ୍ସର୍ ମଧ୍ୟ ଥିଲେ । ନିକଟରେ ଆପଣ ମାନେ ତାଙ୍କର ସୁପରହିଟ୍ ଫିଲ୍ମ ଦୁର୍ଗତୀନାଶିନୀ ନିଶ୍ଚିୟ ଦେଖିଥିବେ ।


ନିକଟରେ ଅର୍ଚ୍ଚିତା ତାଙ୍କ ସାନ ଭଉଣୀ ଏବଂ ସିଷ୍ଟର ଇନ୍ ଲ ଙ୍କ ବିବାହରୋ ଯୋଗ ଦେଇଥିଲେ । ଅର୍ଚ୍ଚିତାଙ୍କ ସହିତ ତାଙ୍କର ଅନ୍ୟ ଭଉଣୀମାନେ ମଧ୍ୟ ଏହି ବିବାହରେ ଯୋଗ ଦେଇ ବହୁ ମଜାମସ୍ତି କରିବା ସହିତ ଫୋଟ ଏବଂ ଡ୍ୟାନ୍ସ ମଧ୍ୟ କରିଥିଲେ । ଯେଉଁଥିରେ ଅର୍ଚ୍ଚିତା ଏକ ହଳଦିଆ ରଙ୍ଗର ଗାଉନ୍ ଏବଂ ବହୁ ଅଳଙ୍କାର ପିନ୍ଧି ବହୁ ସୁନ୍ଦର ଦେଖାଯାଉଥିବାର ଦେଖାଯାଇଛି ।

ସୋସିଆଲ ମିଡିଆରେ ଏହି ଫୋଟକୁ ଦେଖି ତାଙ୍କର ଫ୍ୟାନ୍ ମାନେ କମେଣ୍ଟ ସେକ୍ସନ୍ ରେ କହିଛନ୍ତି ଦିଦି ଆପଣ କେବେ ମ୍ୟାରେଜ୍ କରୁଛନ୍ତି , କିନ୍ତୁ ଅର୍ଚ୍ଚିତା ଏହାର କିଛି ଉତ୍ତର ଦେଇନାହାଁନ୍ତି । ହେଲେ ତାଙ୍କ ମାଁ ଏବଂ ଭଉଣୀ କହିଛନ୍ତି ସେ ଖୁବ୍ ଶିଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ।

ତେବେ ଅର୍ଚ୍ଚିତା ଭଉଣୀଙ୍କ ବିବାହରେ ବହୁତ ଖୁସି ଥିବାର ଜଣାପଡିଛି ଏବଂ ଅନ୍ୟ ଭଉଣୀ ମାନଙ୍କ ସହିତ ନାତ, ଗୀତ ଏବଂ ଜବରଦସ୍ତ ଡ୍ୟାନ୍ସ ମଧ୍ୟ କରିଛନ୍ତି । ଦେଖାଯାଉ ଅର୍ଚ୍ଚିତା କେବେ ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।