BEUTY TIPS -ଭିଟାମିନ E କ୍ୟାପସୁଲ ସହ ଏହାକୁ ମିଶାଇ ମୁହଁରେ ଲଗାନ୍ତୁ, ସବୁଦିନ ପାଇଁ ମୁହଁରୁ କଲାପଣ ହାଟନ୍ତୁ ପ୍ରାକୃତିକ ଉପାୟରେ…

ଆପଣ ମାନେ ଜାଣିଥିବେ ସବୁବେଳେ କିଛି ନା କିଛି ସମସ୍ୟା ମାନ ମଣିଷ ଜୀବନରେ ଲାଗିକି ରହିଥାଏ । ଆଉ ସେହି ସବୁ ସମସ୍ୟା ଭିତରୁ କେତେକ ବଡ଼ ସମସ୍ୟା ହୋଇଥିବା ବେଳେ କେତେକ ସମସ୍ୟା ସାଧାରଣ ହୋଇଥାଏ କିନ୍ତୁ ଆମେ ମାନେ ଅନେକ ସମୟରେ ସେହି ସବୁ ସମସ୍ୟା ପାଇଁ ଚିନ୍ତିତ ଥାଉ ବୋଲି କୁହାଯାଉଛି । ତେବେ ଆଜି ଆମେ ଯେଉଁ ସମସ୍ୟା ବିଷୟରେ ଆଲୋଚନା କରିବାକୁ ଯାଉଛୁ ତାହା ହେଉଛି ମୁହଁ ର ସୌନ୍ଦର୍ଯ୍ୟ କମିଯିବାର ସମସ୍ୟା। ତେବେ ଏହିଭଳି ସମସ୍ୟା କାହିଁକି ହୋଇଥାଏ ଏଥିରୁ ମୁକ୍ତି ପାଇବାର ଘରୋଇ ଚିକିତ୍ସା କଣ ରହିଛି ସେ ସମସ୍ତ ଘଟଣା ଉପରେ ନଜର ପକାଇବା ।

ତେବେ ଆପଣ ମାନେ ସମସ୍ତେ ବେଶ ଭଲ ଭାବରେ ଜାଣିଥିବେ କି ମଣିଷ ସବୁବେଳେ ଚାହିଁଥାଏ କି ସେ ସୁନ୍ଦର ଦେଖା ଯାଉ ବୋଲି । ଆଉ ଏଥିପାଇଁ ସେ ବିଭିନ୍ନ ପ୍ରକାରର ଉପାୟ ମଧ୍ୟ ଆପଣାଇ ଥାଏ । ତେବେ ଆଜି କାଲି କେମିକାଲ ଯୁକ୍ତ ପ୍ରଡକ୍ସ ର ବହୁଳ ବ୍ୟବହାର ଫଳରେ ମୁହଁରେ ଦାଗ ବ୍ରଣ ଦେଖା ଯାଉଛି ଓ ତାହା ସହିତ ମୁହଁରେ ଗ୍ଲୋ କମିବାରେ ଲାଗୁଛି । ତାହେଲେ ବିଶେଷକରି ଶୀତ ଦିନରେ ମୁହଁର ଗ୍ଲୋ କୁ ବଢାଇବା ପାଇଁ କଣ ରହିଛି ସହଜ ଘରେଇ ଉପଚାର ଯାହା ସାହାଯ୍ୟ ରେ ଦାଗ, ବ୍ରଣ ଜନିତ ସମସ୍ୟା ରୁ ମୁକ୍ତି ପାଇ ପାରିବା ସେ ସମସ୍ତ ଘରେଇ ଉପଚାର ବିଷୟରେ ଜାଣିବା ।


ରିମେଡି ପାଇଁ ଆବଶ୍ୟକ ସାମଗ୍ରୀ:-
-ଟମାଟୋ
-ଲେମ୍ବୁ
-ଏଲୋଭେରା ଜେଲ
-ଭିଟାମିନ E କ୍ୟାପିସୁଲ

 

ରିମେଡି ପ୍ରସ୍ତୁତି ପ୍ରଣାଳୀ-

ଏହି ରିମେଡି ତିଆରି କରିବା ପାଇଁ ଆପଣଂକୁ ପ୍ରଥମେ ଆବଶ୍ୟକ ଅନୁସାରେ ସାମଗ୍ରୀ ନିଅନ୍ତୁ ।ଏହାପରେ ଗୋଟିଏ ପାତ୍ର ରେ ଅଧା ଚାମୁଚ ମାପରେ ବିଲାତି ରସ ଚିପୁଡି ନିଅନ୍ତୁ, ତେବେ ଲେମ୍ବୁ ଫେସ ର କଳା ଦାଗ ହଟେଇବାରେ ସାହାଯ୍ୟ କରେ ।ତାପରେ ସେହି ପାତ୍ର ରେ ଅଧା ଚାମୁଚ ଲେମ୍ବୁ ରସ ନିଅନ୍ତୁ, ଏବେ ସେଥିରେ ଗୋଟିଏ ଚାମୁଚ ଏଲୋଭେରା ଜେଲ ନିଅନ୍ତୁ ।ଏହାପରେ ଆପଣ ଅଧା ଚାମୁଚ ଲେଖାଏ ଗ୍ଲିସେରିନ ଓ ଅଲିଭ ଅଏଲ ନିଅନ୍ତୁ ।ଆଉ ଶେଷରେ 2ଟି ଭିଟାମିନ E କ୍ୟାପିସୁଲ ଏଥିରେ ମିଶାଇ ଦିଅନ୍ତୁ ।ଏହାପରେ ସେହିକୁ ଭଲ ଭାବରେ ଗୋଳେଇ ନିଅନ୍ତୁ ତାପରେ ଆପଣଙ୍କ ଏହି ରିମେଡି ତିଆରି ହେଇଯିବ ।

 


ରିମେଡି ର ବ୍ୟବହାର

ତେବେ ଆପଣ ମନେ ରଖନ୍ତୁ ଏହି ରିମେଡି କୁ ଫେସ ରେ ବ୍ୟବହାର କରିବା ପୂର୍ବରୁ ନିଜ ଫେସ କୁ ସ୍କର୍ଵ କରିନିଅନ୍ତୁ ନହେଲେ ଗୋଲାପ ଜଳରେ ପୋଛି ଦିଅନ୍ତୁ ।ଏହାପରେ ସେହି ତିଆରି ରିମେଡି କୁ ବ୍ୟବହାର କଲେ ତାହା ଭଲ କାମ କରିଥାଏ ଫେସରେ ।ତେବେ ଆପଣ ହାତରେ ବା ତୁଳା ସାହାଯ୍ୟ ରେ ସେହି ରିମେଡି କୁ ନିଜ ଫେସ ରେ ଭଲ ଭାବରେ ଲଗାଇବା ପରେ କିଛି ସମୟ ମସାଜ କରନ୍ତୁ ।ତେବେ ମନେ ରଖିବେ ଆପଣ ଏହି ରିମେଡି ର ବ୍ୟବହାର ରାତିରେ ଲଗେଇ ଶୋଇଯିବେ ଆଉ ସକାଳେ ସାବୁନ କିମ୍ବା ଫେସୱାସ ରେ ମୁହଁ ଧୋଇବେ ନାହିଁ ।ଏହା ଜାଗାରେ ଆପଣ ବେଶନ ପାଣିରେ ମୁହଁ ଧୋଇବେ ଏମିତି ଶୀତ ସାରା ଏହି ରିମେଡି କୁ ବ୍ୟବହାର କରି ପାରିବେ ।