BEAUTY TIPS – ମୁହଁର କଳା ପରସ୍ତ ହଟି ମୁହଁ ଗୋରା ଚିକ୍କଣ ହୋଇଯିବ ଗ୍ୟାରେଣ୍ଟି..
ବର୍ତ୍ତମାନ ପ୍ରାୟ ବୁଢ଼ା ଠାରୁ ଛୁଆ ପର୍ଯ୍ୟନ୍ତ ସମସ୍ତେ ନିଜର ସୌନ୍ଦର୍ଯ୍ୟ ପାଇଁ ବହୁତ କେୟାର ଫୁଲ ରହୁଛନ୍ତି। ଯଦି ତାଙ୍କ ମୁହଁରେ କୌଣସି ଦାଗ ହେଲା କିମ୍ବା କୌଣସି ସ୍କିନ୍ କଳା ପଡ଼ିଯିବା ଏବଂ ତାହା ସହିତ ବୟସ ବଢ଼ିବା ସହିତ ଯଦି ସ୍କିନ୍ ରେ ରିଙ୍କିଲସ ଆସିଯାଏ, ତେବେ ସମସ୍ତେ ବ୍ୟସ୍ତ ହୋଇ ପଡ଼ନ୍ତି। ଏହିସବୁ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ସେମାନେ ନିଜ ମୁହଁରେ ବହୁତ କ୍ରିମ୍ ମଧ୍ୟ ବ୍ୟବହାର କରନ୍ତି କିନ୍ତୁ ଅଧିକାଂଶ ସମୟରେ ଏହାର ସାଇଡ୍ ଇଫେକ୍ଟ କାରଣରୁ ସେମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ।
ମୁଁ ଆଜି ଆପଣଙ୍କୁ ଏମିତି ଏକ ସୁନ୍ଦର ଫେସ୍ ପେକ୍ ବିଷୟରେ ଜଣେଇବି ଯାହା ଆପଣ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ମୁହଁରେ ସୌନ୍ଦର୍ଯ୍ୟ କୁ ବଢ଼ାଇ ପାରିବେ। ତେବେ ଜାଣିବା ଏହି ପ୍ରାକୃତିକ ଉପାୟରେ ଏହି ପେକର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ ଜାଣିବା।
ଆବଶ୍ୟକ ସାମଗ୍ରୀ –
ପାଚିଲା କଦଳୀ, ଅରୁଆ ଚାଉଳ ଗୁଣ୍ଡ, ମହୁ, ହଳଦୀ ଗୁଣ୍ଡ, ମନ୍ଦାର ଫୁଲର ପାଉଡର,ଟମାଟୋ ଓ କଫି ପାଉଡର
ପ୍ରସ୍ତୁତି –
ପ୍ରଥମେ ଆପଣ ଏହି ହୋମ ରିମିଡି ପ୍ରସ୍ତୁତ କରିବା ପାଇଁ ଗୋଟିଏ ପାଚିଲା କଦଳୀ ନିଅନ୍ତୁ, ଏହାକୁ ଆପଣ ଚୁପା ସହିତ ମଧ୍ୟ ନେଇପାରିବେ ।ଏହି କଦଳୀଙ୍କୁ ଆପଣ କାଟି ଛୋଟ ଛୋଟ ପିସ କରିନିଅନ୍ତୁ, ପରେ ଆପଣ ଏଥିରେ ଏକ ଚାମୋଚ ଅରୁଆ ଚାଉଳ ଗୁଣ୍ଡ ନିଅନ୍ତୁ, ତାହା ସହିତ ଆପଣ ଏଥିରେ ଏକ ଚାମୋଚ ମହୁ, ଏକ ଚାମୋଚ ମନ୍ଦାର ଫୁଲର ଗୁଣ୍ଡ ଓ ଏକ ଚୁଟକୀ ହଳଦୀ ପାଉଡର ।ପରେ ଆପଣ ଏଥିରେ ଏକ ଫାଳ ଟମାଟୋ ନେଇ ସେଥିରେ ଛୋଟ ଛୋଟ କରି କାଟି ନିଅନ୍ତୁ ଏବଂ ଆପଣ ପ୍ରତ୍ୟକ ଦିନ ବ୍ୟବହାର କରୁଥିବା କଫି ପାଉଡର ମଧ୍ୟ ଆପଣ ଏଥିରେ ଏକ ଚାମୋଚ ନିଅନ୍ତୁ ।ଏହି ସମସ୍ତ ସାମଗ୍ରୀକୁ ଆପଣ ଏକ ଗ୍ରାଇଣ୍ଡିଙ୍ଗ ଜାରରେ ଭଲରେ ଗ୍ରାଇଣ୍ଡିଙ୍ଗ କରି ତାହାର ଏକ ପେଷ୍ଟ ପ୍ରସ୍ତୁତି କରନ୍ତୁ ।
ବ୍ୟବହାର –
ଆପଣ ଏହି ପେଷ୍ଟକୁ ନିଜର ଫେସରେ ଲଗାଇବା ପୂର୍ବରୁ ଆପଣ ନିଜ ମୁହଁକୁ ପ୍ରଥମେ ଭଲରେ ଧୋଇ ନିଅନ୍ତୁ, ପରେ ଆପଣ ପ୍ରସ୍ତୁତ କରି ରଖିଥିବା ପେଷ୍ଟକୁ ନିଜର ମୁହଁରେ ଭଲରେ ଲଗାଇ ନିଅନ୍ତୁ ।ଏହି ପେଷ୍ଟ ନିଜ ମୁହଁରେ ଅତି କାମରେ କୋଡିଏ ରୁ ପଚିଶ ମିନିଟ ପ୍ରଯ୍ୟନ୍ତ ଲଗାଇ ରହିବା ପାଇଁ ଛାଡି ଦିଅନ୍ତୁ ।ପରେ ଆପଣ ଅଳ୍ପ ପାଣି ଦେଉ ଏହି ପେଷ୍ଟକୁ ଛଡାଇ ନର୍ମାଲ ପାଣିରେ ଆପଣଙ୍କ ମୁହଁକୁ ଭଲରେ ଧୋଇ ଏକ ସଫା କପଡ଼ାରେ ପୋଛି ଦିଅନ୍ତୁ ।ଏହି ଫେସ ପେକ ଆପଣ ସପ୍ତାହରେ ତିନି ଥର ନିହାତି ଲଗାନ୍ତୁ ଯଦି ଆପଣ ପାରିବେ ଏହାକୁ ପ୍ରତ୍ୟେକ ଦିନ ଲଗାଇ ପାରିବେ ।ଆପଣ ଏହାକୁ କିଛି ଦିନ ଲଗାଇବା ପରେ ଆପଣଙ୍କ ମୁହଁରେ ଗ୍ଲୋ ବଢିବା ସହିତ ଆପଣଙ୍କ ମୁହଁରେ ରିଙ୍କିଲସ କମିଯିବ, ଏହା ସହିତ ଆପଣ ପ୍ରତ୍ୟକ ଦିନ ଫ୍ରେସ ଫୁଡ ଓ ଅଧିକ ପାଣି ମଧ୍ୟ ପିଅନ୍ତୁ ଯାହା ଦ୍ଵାରା ଆପଣଙ୍କର ଏହିପରି ପ୍ରୋବ୍ଲେମ ଦେଖାଯିବ ନାହିଁ ।