ବେଶ୍ୟା ସନ୍ଧାନରେ ଯାଇଥିଲେ ଭାଇ…କିନ୍ତୁ ସେଠାରେ ମିଳିଗଲା ଭଉଣୀ ଦେଖନ୍ତୁ ତା’ ପରେ କଣ

ଆଜି ଆମେ ଆପଣ ମାନଙ୍କୁ ଏକ ବହୁତ ବଡ ଚକିତ କରିଦେବା ଭଳି ଘଟଣା ବିଷୟରେ କହିବୁ ଯେଉଁ ଘଟଣା ସଂପର୍କରେ ଆପଣ ମାନେ କେବେବି ଭାବିନଥିବେ କି ଲୋକମାନେ ତାଙ୍କର ମନ୍ଦ ଉଦ୍ଦେଶ୍ୟ ପାଇଁ କାହାକୁ ବି ଛାଡନ୍ତି ନାହିଁ । ଆପଣମାନେ ଜାଣିଥିବେ ବେଳେବେଳେ ଆମର କିଛି ଏମିତି ନିଜର ଜିନିଷ ହଜିଯାଏ ଯାହାକୁ ଆମେ ଯେତେ ଖୋଜିଲେ ମଧ୍ୟ ପାଇନଥାଉ । ପୁଣି ଏମିତି କଛି ପରିସ୍ଥିତି ସୃଷ୍ଟି ହୋଇଥାଏ ଯାହା ଆମର ବହୁ ଦିନରୁ ହଜି ଯାଇଥିବା ଅତି ଆପଣାର ତଥା ନିଜର ଜିନିଷ ହଠାତ୍ ମିଳିଯାଇଥାଏ ବା ଆମେ ତାକୁ ଫେରି ପାଇଥାଉ । ଆଉ ଆମେ ସେହି କଥାକୁ କଳ୍ପନା ମଧ୍ୟ କରିପାରିନଥାଉ ।

ତେବେ ଆଜି ଆମେ ଆପଣଙ୍କୁ ସେମିତି ଏକ ଅତି ଆଶ୍ଚର୍ଯ୍ୟକର ଘଟଣା ବିଷୟରେ କହିବାକୁ ଯାଉଛୁ । ଏହି ଘଟଣାରେ ଜଣେ ଯୁବକ ବେଶ୍ୟା ସନ୍ଧାନରେ ଯାଇ ପହଞ୍ଚିଥିଲେ ଏକ କୋଠରୀରେ କିନ୍ତୁ ସେଠାରେ ତାଙ୍କୁ ଆଶ୍ଚର୍ଯ୍ୟଜନକ ଭାବେ ମିଳିଗଲା ତାଙ୍କର ବହୁ ଦିନରୁ ହଜି ଯାଇଥିବା ଭଉଣୀ । ଆଉ ତାପରେ ଯାହା ଘଟଣା ଆପଣ ଶୁଣିଲେ ପୂରା ଆଶ୍ଚର୍ଯ୍ୟ ହୋଇଯିବେ,

ଘଟଣାଟି ଆମ ଦେଶର ରାଜଧାନୀ ଦିଲ୍ଲୀର ଏକ ରେଡ୍ ଲାଇଟ୍ ଏରିଆରେ ,କିନ୍ତୁ ବିହାର ରୁ ଯାଇଥିବା ଜଣେ ଯୁବକ ଦିନେ ବେଶ୍ୟା ସନ୍ଧାନରେ ଯାଇ ପହଞ୍ଚିଥିଲେ ସେହି ରେଡ୍ ଲାଇଟ୍ ଏରିଆରେ ଥିବା ଏକ କୋଠିରେ । ଯେତେବେଳେ ସେଠାରେ ଥିବା ସମସ୍ତ ଝିଅଙ୍କୁ ତାଙ୍କ ସାମ୍ନାକୁ ଅଣାଗଲା ସେତେବେଳେ ସେ ସେଠାରେ ଯାହା ଦେଖିଲେ ତାଙ୍କର ହୋସ୍ ଉଡିଗଲା ।

ସେଠାରେ ଯୁବକ ଜଣଙ୍କ ଦେଖିଲେ ତାଙ୍କର ବହୁ ଦିନରୁ ହଜି ଯାଇଥିବା ଜଣେ ସଂପର୍କିୟ ଭଉଣୀ ସେଥିରେ ସାମିଲ୍ ଅଛନ୍ତି । ଏହାପରେ ସେ ଏକ ଯୋଜନା କରି ଭଉଣୀଙ୍କ ସହିତ ରୁମକୁ ଯିବାକୁ କୋଠିର ମାଲିକାଣୀକୁ କହିଲେ ।


ଦୁହେଁ ରୁମରେ କଥା ହେବା ପରେ ଭଲଭାବରେ ପରିଚିତ ହେଲେ ଏବଂ ଜାଣିବାକୁ ପାଇଲେ ଯେ କିପରି ଅଶୋକ ଖୋଲିପ ନାମକ ଯୁବକ ତାଙ୍କ ଭଉଣୀଙ୍କ ସହିତ ଭଲପାଇବାର ନାଟକ କରି ଏଠାରେ ଜୋର ଜବରଦସ୍ତ ଆଣି ଛାଡି ଯାଇଛି । ସବୁ କଥା ଜାଣିବା ପରେ ସଂମ୍ପର୍କିୟ ଭାଇ ଜଣକ ଭଉଣୀର ପରିବାରବର୍ଗଙ୍କୁ ଏବଂ ପୋଲିସକୁ ଜଣାଇବା ସହିତ ଏକ ପ୍ଲାନ କରିଥିଲେ । ଏହାର କିଛି ଦିନ ପରେ ପୁଣି ସେହି ସ୍ଥାନକୁ ଯାଇଥିଲେ ଯୁବକ ଜଣଙ୍କ ଏବଂ ବେଶ୍ୟା ରୂପେ ଭଉଣୀକୁ ନେଇ ରୁମକୁ ଯାଇଥିଲେ ।

ଏହାପରେ ରୁମ ଭିତରକୁ ଯାଇ ପୋଲିସକୁ ଖବର ଦେଇଥିଲେ ଏବଂ ମାତ୍ର 5ମିନିଟ୍ ପରେ ପୋଲିସ୍ ଆସି ସେଠାରେ ପହଞ୍ଚିଲା । ଏହାପରେ ଯୁବତୀଙ୍କୁ ସେହି ଦଲାଲମାନଙ୍କ ଠାରୁ ଉଦ୍ଧାର କରି ଭଉଣୀଙ୍କୁ ନେଇ ଘରକୁ ଫେରିଥିଲେ । ତେଣୁ ଆମର ଆପଣ ମାନଙ୍କୁ କେବଳ ଗୋଟିଏ ଅନୁରୋଧ କାହାକୁ ବିଶ୍ବାସ କରିବା ପୂର୍ବରୁ ଥରେ ଭଲ ଭାବରେ ଚିନ୍ତା କରିନିଅନ୍ତୁ, ନଚେତ୍ ଆପଣଙ୍କ ସହିତ ବି ଏପରି ହୋଇପାରେ ।