BEAUTY TIPS – ଦିନରେ ମାତ୍ର ୧ ଥର ଲଗାନ୍ତୁ କଳାପଣ ଦୂର ହୋଇଯିବ, ଚେହେରା ହୀରା ଭଳି ଚମକିବ
ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ସୌନ୍ଦର୍ଯ୍ୟ କୁ ନେଇ ଅଧିକ ଯତ୍ନବାନ ହୋଇଥାନ୍ତି। ତାହା ବ୍ୟତୀତ ମୁହଁରେ ଚମକ ଆଣିବା ସହିତ ଦାଗ ଜନିତ ସମସ୍ୟା କୁ ଦୂର କରିବା ପାଇଁ ଅନେକ ସମୟରେ ଆମର ଯୁବପିଢି ମାନେ କେମିକାଲ ପ୍ରଡକ୍ଟ ର ବ୍ୟବହାର କରୁଛନ୍ତି। ଆଉ ଏହିଭଳି କିଛି କେମିକାଲ ଯୁକ୍ତ ପ୍ରଡକ୍ଟ ର ବ୍ୟବହାର ଫଳରେ ତ୍ୱଚା ଜନିତ ସମସ୍ୟା ଅନେକ ସମୟରେ ଦେଖିବାକୁ ମିଳିଥାଏ ବୋଲି କୁହାଯାଇଛି। ତେବେ ଏହା ବ୍ୟତୀତ ଆମର ବୟସ ବଢ଼ିବା ମଧ୍ୟ ତ୍ୱଚା ଜନିତ ସମସ୍ୟା ର ମୁଖ୍ୟ କାରଣ ହୋଇଥାଏ।
ତେବେ ଆମେ ମାନେ ଆମର ତ୍ୱଚା ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମର ଖାଦ୍ୟ ଉପରେ ବିଶେଷ ଧ୍ୟାନ ଦେବା ଉଚିତ । ତାହା ବ୍ୟତୀତ ଆମେ ମାନେ ପ୍ରଚୁର ପରିମାଣ ରେ ପାଣି ପିଇବା ଆବଶ୍ୟକ ହୋଇଥାଏ ଓ ଶୋଇବା ଠିକ ରଖିବା ଆବଶ୍ୟକ ।ତାହେଲେ ଏବେ ଜାଣିବା ସହଜ ଘରେଇ ଉପଚାର ବିଷୟରେ ଯାହାକୁ ବ୍ୟବହାର କରି ଆପଣମାନେ ଆପଣଙ୍କ ମୁହଁର ଗ୍ଲୋ କୁ ବଢ଼େଇ ପାରିବେ।
ଆବଶ୍ୟକୀୟ ଉପକରଣ
–
ବେସନ, ମହୁ, ଏଲୋବେରା, ଲେମ୍ବୁ, ମିଳ୍କ ପାଉଡର, ବିଟ ରସ
ପ୍ରସ୍ତୁତି ପ୍ରଣାଳୀ –
ଏହି ସହଜ ଘରୋଇ ଉପଚାର କୁ ପ୍ରସ୍ତୁତ କରିବା ପାଇଁ ହେଲେ ଆମକୁ ପ୍ରଥମେ ଆବଶ୍ୟକ ପଡିବ ତାହା ହେଉଛି ବେସନ । ତେବେ ଆମେ ପ୍ରଥମେ ଗୋଟିଏ ଚାମଚ ବେସନ ନେବା ଓ ସେଥିରେ ଗୋଟିଏ ଚାମଚ ଏଲୋବେରା ଜେଲ ମିଶାଇବା ।
ତାହା ପରେ ସେଥିରେ ଲେମ୍ବୁ ଗୋଟିଏ ଫାଳ ମିଶାଇବା ଓ ତାହା ପରେ ସେଥିରେ କିଛି ମହୁ ମିଶାଇବା ଓ ତାହାକୁ ଭଲ ଭାବରେ ମିକ୍ସ କରେଇବେ । ତାହା ପରେ ଆମେ ସେଥିରେ କିଛି ମିଲ୍କ ପାଉଡର କୁ ମିକ୍ସ କରେଇବା ଓ ଶେଷରେ ଗୋଟିଏ ଚାମଚ ବିଟ ରସ କୁ ମିଶାଇବା ଓ ଏକ ପେଷ୍ଟ ପ୍ରସ୍ତୁତ କରିବା ।
ବ୍ୟବହାର :-
ତେବେ ଏହି ଉପଚାର କୁ ବ୍ୟବହାର କରିବା ପାଇଁ ମୁହଁକୁ ପ୍ରଥମେ ଧୋଇ ଦେବା ଓ ପରେ ସେଥିରେ ଏହି ପ୍ରସ୍ତୁତ କରିଥିବା ପେଷ୍ଟ କୁ ମୁହଁରେ ଲଗେଇବା ଓ ତାହା ମୁହଁରେ ଶୁଖିଲା ପର୍ଯ୍ୟନ୍ତ ରଖିବା । ଆଉ ଶୁଖିଗଲା ପରେ ଏହାକୁ ଧୋଇଦେବା ।ତାପରେ ଆପଣ ତାର ରେଜଲ୍ଟ ଜାଣିପାରିବେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।