Beauty Tips – ମୁହଁରେ ସବୁ ଲଗେଇ ଥକି ଗଲେଣି କି ? ଏହାକୁ ଲଗାନ୍ତୁ ପୁରା ଗ୍ୟାରେଣ୍ଟି ନ ଛାଡିଲେ କହିବ…

ବର୍ତ୍ତମାନର ସମାଜରେ ସମସ୍ତେ ସୁନ୍ଦର ଦେଖାଯିବା ପାଇଁ ପ୍ରାୟାସ କରିଥାନ୍ତି , ସେଥିପାଇଁ ସେମାନେ ବିଭିନ୍ନ ପ୍ରକାର କସମେଟିକ ୟୁଜ ମଧ୍ୟ କରିଥାନ୍ତି । କିନ୍ତୁ ଅନେକ ସମୟରେ ବାହାରର ଡଷ୍ଟ ଆମ ତ୍ୱଚାକୁ ଖରାପ କରିଦେଇଥାଏ । ଅନେକ ଝିଅ ମାନଙ୍କର ତ୍ୱଚାରେ ବ୍ରଣ ବା କଳାଦାଗ ର ସମସ୍ୟା ଦେଖାଯାଇଥାଏ , ଏହାଛଡା ଦେହ ହାତରେ କେଶ ଆସିବା ବା ବେକ ପଛରେ କଳାଦାଗ ଆସିବା ଇତ୍ୟାଦି ସମସ୍ୟାମାନ ଦେଖାଯାଇଥାଏ । ଏହାକୁ ଦୂର କରିବା ପାଇଁ ମହିଳା ମାନେ ଅନେକ ପ୍ରକାର କସମେଟିକ ଜିନିଷ ବ୍ୟବାହର କରିଥାନ୍ତି କିନ୍ତୁ ସେଥିରେ କୌଣସି ଉପଶମ ମିଳି ନଥାଏ ।


ମହିଳା ମାନେ ବ୍ୟବହାର କରିୁଥିବା ବିୟୁଟି ପ୍ରଡକ୍ଟରେ ଅନେକ ପ୍ରକାର କେମିକାଲ ମିକ୍ସ ହୋଇଥାଏ , ଯାହା ଆମ ସୁନ୍ଦରତାକୁ ଖରାପ କରିଦେଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ ଘରୋଇ ଉପାୟ ବିଷୟରେ ଜଣେଇବୁ ଯାହା ଆପଣଙ୍କ ମୁହଁ ରେ ଥିବା ସମସ୍ତ ଦାଗ , ବ୍ରଣ ବା କ୍ଷତ ଭଲ ହୋଇଯିବ । ତେବେ ଆସନ୍ତୁ ଜାଣିବା ସେହି ଘରୋଇ ଉପାୟ ବିଷୟରେ ।

ଆବଶ୍ୟକ ସାମଗ୍ରୀ :-
ସିଝା ଆଳୁ, ଲେମମ୍ବୁ, କସ୍ତୁରୀ ହଳଦୀ, କ୍ଷୀର, ଗୋଲାପ ଜଳ

ପ୍ରସ୍ତୁତି ପ୍ରଣାଳୀ :-

 

ତେବେ ଏହି ଘରେଇ ଉପଚାର କୁ ପ୍ରସ୍ତୁତ କରିବା ପାଇଁ ହେଲେ ଆମକୁ ପ୍ରଥମେ ଆବଶ୍ୟକ ପଡିବ ତାହା ହେଉଛି ସିଝା ଆଳୁ | ତେବେ ତ୍ୱଚା ଜନିତ ସମସ୍ୟା ରୁ ମୁକ୍ତି ପାଇଁ ପ୍ରଥମେ ଆଳୁକୁ ଶିଝେଇ ନେବା | ତାହା ପରେ ସେହି ଆଳୁକୁ ଭଲ ଭାବରେ ପେଷ୍ଟ କରିନେବା ଓ ସେଥିରେ ଗୋଟିଏ ଲେମ୍ବୁ ଫାଳ ପକାଇବା | ତାହା ପରେ ସେଠି କସ୍ତୁରୀ ହଳଦୀ ଗୁଣ୍ଡ ଗୋଟିଏ ଚାମଚ ଦେବା ଓ ଶେଷରେ ଗୋଟିଏ ଚାମଚ ଗୋଲାପ ଜଳ ନେଇକି ମିସାଇକି ଗୋଟିଏ ପେଷ୍ଟ ପ୍ରସ୍ତୁତ କରିବା |

ବ୍ୟବହାର :-

 


ଏହି ଉପଚାର ଟିକୁ ବ୍ୟବହାର କରିବା ପୂର୍ବରୁ ମୁହଁକୁ ଭଲ ଭାବରେ ଧୋଇଦେବା ଓ କ୍ଷୀର ସାହାଯ୍ୟରେ ତୁଳା ରେ କ୍ଷୀର ଲଗେଇକି ପୁଛି ବା | ତାହା ପରେ ସେହି ପେଷ୍ଟ କୁ ଲଗାଇବା ଓ ପୁରା ନ ଶୁଖୁବା ଆଗରୁ ସେହି ପେଷ୍ଟ କୁ ମୁହଁରେ ଘୋଷି ଘୋଷି ଉଠେଇ ଦେବା | ତାହା ପରେ ଆମେ ଥଣ୍ଡା ପାଣିରେ ମୁହଁକୁ ଧୋଇଦେବା | ଏହିଭଳି ଘରେଇଁ ଉପାୟରେ ତ୍ୱଚା ଜନିତ ସମସ୍ୟାରୁ ମୁକ୍ତି ପାଇଁ ପାରିବା |