Breking News – ଏବେ ଏବେ ଆସିଲା ବଡ ଦୁଖଦଃ ଖବର, ବର୍ଷ ଶେଷରେ ଆଉ ଜଣେ ପ୍ରସିଦ୍ଧ କଳାକାରଙ୍କ ମୃତ୍ୟୁ । ପାଣିରେ ବୁଡି ଗଲା ଜୀବନ, ଚାରିଆଡେ ଖେଳିଗଲା ଶୋକର ଛାୟା….

ଯାଉ ଯାଉ ବର୍ଷ ଶେଷରେ ଅଭିନୟ ଜଗତକୁ ପୁଣି ଏକ ବଡ଼ ଦୁଃଖ ଦେଇଛି ବର୍ଷ ୨୦୨୦। ପୁଣି ଏକ ଦୁଃଖଦ ଖବର ମନୋରଞ୍ଜନ ଦୁନିଆରୁ ଶୁଣିବାକୁ ମିଳିଛି। ଯାହା ସମସ୍ତଙ୍କୁ ଭାଙ୍ଗି ପକାଇଛି।ଯେଉଁ କାରଣରୁ ଏବେ ମାଲାୟାଲାମ ସିନେମା ଜଗତରେ ସୃଷ୍ଟି ହୋଇଚି ଏକ ଅଭାବନୀୟ ସ୍ଥିତି। କାରଣ ପ୍ରସିଦ୍ଧ ମାଲାୟାଲମ ଅଭିନେତା ଅନୀଲ ନେଦୁମଙ୍ଗଦ ଆଉ ଏବେ ଏ ଦୁନିଆରେ ନାହାନ୍ତି। ତାଙ୍କ ର ଗତ ଶୁକ୍ରବାର ଦିନ ମୃତ୍ୟୁ ଘଟିଛି।

ତେବେ ସୂଚନା ଅନୁସାରେ ସେ ସାଙ୍ଗ ମାନଙ୍କ ସହ କେରଳର ଏକ ଥୋଡୁପୁଝା ମଲନକାରା ଡ୍ୟାମରେ ଗାଧୋଉଥିବା ବେଳେ ଗଭୀର ପାଣିରେ ବୁଡ଼ି ଯାଇଥିଲେ। ଆଉ ପରେ ସେଠାରେ ବୁଡି ଯିବା ପରେ ସେହି ସ୍ଥାନରେ ତାଙ୍କର ମୃତ୍ୟୁ ଘଟିଥିବା ଯାହା ସୂଚନା ମିଳିଛି।

ଆପଣଙ୍କୁ କହି ରଖୁଛୁ ଯାହା ସୂଚନା ରହିଛି ଯେ, ଅନୀଲ ଫିଲ୍ମ ‘ପିସ’ ର ଶୁଟିଂ ପାଇଁ ଥୋଡୁପୁଝା ଯାଇଥିଲେ। ଆଉ ଏହାପରେ ସୁଟିଂ ଚାଲିଥିବା ସମୟରେ ମଝିରେ ଶୁଟିଂର ଇଣ୍ଟରଭାଲ ସମୟରେ ଅନୀଲ ଓ ତାଙ୍କର କିଛି ସହଯୋଗୀ ଡ୍ୟାମକୁ ଗାଧୋଇବା ପାଇଁ ଯାଇଥିଲେ।ଆଉ ଠିକ୍ ଏତିକି ବେଳେ ଗାଧୋଉଥିବା ସମୟରେ ଅନୀଲ ଗଭୀର ପାଣିରେ ବୁଡି ଯାଇଥିଲେ। ପରେ ତାଙ୍କର ସାଙ୍ଗମାନେ ଗଭୀର ପାଣିରୁ ଅନୀଲଙ୍କୁ ଉଦ୍ଧାର କରିଥିଲେ।

ଆଉ ଏହାପରେ ଅନିଲଙ୍କୁ ସେମାନେ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।ଆଉ ସେଠାରେ ଡାକ୍ତର ଅନୀଲଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପାଇବା ପାରେ ସେଠାରେ ତାଙ୍କର ସହଯୋଗୀ ମାନେ ଦୁଃଖରେ ଭାଙ୍ଗି ପଡିଥିଲେ। କେବଳ ଫିଲ୍ମ୍ ର ଅନ୍ୟ ସଦସ୍ୟ ନୁହେଁ ବରଂ ଅନିଲ ଙ୍କ ପ୍ରଶଂସକ ମାନେ ମଧ୍ୟ ଏଥିରେ ଗଭୀର ଆଘାତ ପାଇଛନ୍ତି।

ଅନିଲ ଙ୍କ ପରଲୋକ ଖବର ଶୁଣିବା ପରେ ସେମାନେ ମର୍ମାହତ ହେଇ ପଡିଛନ୍ତି। ଏହାଛଡା କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ମଧ୍ୟ ଅନିଲ ଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରଛନ୍ତି ଏବଂ ତାଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ଅନିଲଙ୍କ ଅଭିନୟ ସବୁଦିନ ସ୍ମରଣୀୟ ରହିବ ବୋଲି ସେ କହିଛନ୍ତି।

ତେବେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଅନିଲଙ୍କର ଏପରି ଅକସ୍ମାତ ବିୟୋଗ ମଲାୟଲମ ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ଏକ ଦୁଃଖଦ ଘଟଣା ବୋଲି କହିଛନ୍ତି।ତେବେ ଏଭଳି ଜଣେ କଳାକାର ବା ଅଭିନେତା ଙ୍କୁ ହରାଇ ମାଲାୟାଲାମ ଫିଲ୍ମ୍ ଜଗତରେ ଖେଳି ଯାଇଛି ଶୋକ ର ଛାୟା।ତେବେ ଗତ ୨୫ ତାରିଖ କ୍ରିସମାସ ଥିବା ବେଳେ,ଏହି ଅବସରରେ ପ୍ରିୟ ଅଭିନେତାଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଗଭୀର ଦୁଃଖ ଏବଂ ଆଘାତ ଦେଇଛି। ତାଙ୍କ ମୃତ୍ୟୁ ପରେ ଏବେ ସୋସିଆଲ ମିଡିଆରେ ଶୋକର ଲହରୀ ଦେଖିବାକୁ ମିଳିଛି।

ସମସ୍ତେ ତାଙ୍କର ପ୍ରିୟ ଅଭିନେତାଙ୍କ ସ୍ମୃତିକୁ ଝୁରୁଛନ୍ତି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।