ମା ଅପରାଜିତା କହିଲେ ମନର କଥା ! ‘ଫାଷ୍ଟ ଟାଇମ୍ ବାବୁଶାନ୍ ଏମିତି ଫିଲ୍ମ କରିଛି, ସେ ଏଥିପାଇଁ ବହୁତ କଷ୍ଟ କରିଛି, ନିଶ୍ଚୟ ଫିମ ‘ଦମନ ଗୋଟେ ନୂଆ ଯୁଗର…’
ଆପଣ ସୋସିଆଲ ମିଡିଆରେ ଅନେକ ଭିଡିଓ ପ୍ରତ୍ୟେକ ଦିନ ଦେଖୁଥିବେ ନିଶ୍ଚିତ ହେଲେ, ଆପଣଙ୍କ ଅତି ପ୍ରିୟ ଓଡିଆ ସିନେମା ଜଗତର ଷ୍ଟାର ବାବୁସାନ ମହାନ୍ତିଙ୍କୁ ତ ଆପଣ ଜାଣିଥିବେ ନିଶ୍ଚିତ ।ବାବୁସାନ ମହାନ୍ତି ଓଡ଼ିଆ ସିନେମା ଜଗତରେ ଅନେକ ଫିଲ୍ମ କରି ବହୁତ ସୁନାମ ଅର୍ଜନ କରିଛନ୍ତି ।ସେ ଓଡ଼ିଆ ସିନେମାରେ ଏକ ସୁନାମ ଧନ୍ୟ କଳାକାର ଭାବରେ ପରିଚିତ ।
ବାବୁସାନଙ୍କ ପୁରା ପରିବାର ଅର୍ଥାତ ତାଙ୍କ ବାପା ମା ମଧ୍ୟ ଏହି ସିନେମା ଜଗତରେ ବହୁତ ନାଁ କରିଥିଲେ, ଉତ୍ତମ ମହାନ୍ତି ଓ ଅପରାଜିତାଙ୍କ ଯୋଡିକୁ ଲୋକେ ବହୁତ ସନମାନ ଦେବା ସହ ବହୁତ ପସନ୍ଦ ମଧ୍ୟ କରନ୍ତି ।ଉତ୍ତମ ମହାନ୍ତି ଓ ଅପରାଜିତାଙ୍କର ଓଡ଼ିଆ ସିନେମା ଜଗତରେ ଅନେକ ଫିଲ୍ମ ରହିଛି ।
ମୁଁ ଆଜି ଆପଣଙ୍କୁ ଉତ୍ତମ ମହାନ୍ତିଙ୍କ ପୁଅ ବାବୁସାନ ମହାନ୍ତିଙ୍କର ଏକ ଫିଲ୍ମ ଯାହାକି ଏହି କିଛି ଦିନ ପୂର୍ବରୁ ସୁଟିଂ ହେଉଥିଲା ତାହା ଆଜି ରିଲିଜ ହୋଇଛି ବାବୁସାନ ମହାନ୍ତିଙ୍କ ଏହି ସୁନ୍ଦର ଫିଲ୍ମ “ଦମନ” ରିଲିଜ ହୋଇଛି, ତାହା ବେଶ ସୁନ୍ଦର ମଧ୍ୟ ହୋଇଛି।
ତେବେ ଜାଣିବା ଏହି ଫିଲ୍ମ ସମ୍ପୂର୍ଣ୍ଣ ଖବର ବିଷୟରେ ।ଆପଣ ନିଶ୍ଚିତ ଶୁଣିଥିବେ ଯେ ବାବୁସାନ ଏଇ କିଛିଦିନ ହେବ ଏହି ଦମନ ଫିଲ୍ମ ର ସୁଟିଂ ପାଇଁ ବାହାରକୁ ଯାଇଥିଲେ, ଏହି ଫିଲ୍ମ ସେ ପ୍ରକୃତି ମିଶ୍ରଙ୍କ ସହିତ କରିଛନ୍ତି ।ଏହି ଦମନ ଫିଲ୍ମ ସୁଟିଂ ଚାଲିଥିବା ସମୟରେ ବାବୁସାନ ଓ ପ୍ରକୃତିଙ୍କୁ ନେଇ ଏକ ଛୋଟ ଗଣ୍ଡଗୋଳ ହୋଇଥିଲା ତାହା ମଧ୍ୟ ଆପଣ ଜାଣିଥିବେ ।
ମାତ୍ର ତାହା ଏବେ ସବୁ ଠିକ ହୋଇଗଲାଣି ।ବର୍ତ୍ତମାନ ସବୁଠାରୁ ବଡ଼ କଥା ଏହା ଯେ ଆଜି ରିଲିଜ ହୋଇଥିବା ଦମନ ଫିଲ୍ମ ବହୁତ ସୁନ୍ଦର ହୋଇଛି ବୋଲି କହିଛନ୍ତି ଅପରାଜିତା ମହାନ୍ତି ।
ଅପରାଜିତା ମହାନ୍ତି ତାଙ୍କ ବହୁ ତୃପ୍ତିଙ୍କ ସହିତ ଏହି ଦମନ ପିକଚର ଦେଖିବା ପାଇଁ ସିନେମା ହଲ ଯାଇଥିବାର ଦେଖିବାକୁ ମିଳିଛି, ଅପରାଜିତା ଏହି ଫିଲ୍ମ ବହୁତ ସୁନ୍ଦର ହୋଇଛି ବୋଲି କହିଛନ୍ତି ।ସେ କହିଛନ୍ତି ଯେ ଫାଷ୍ଟ ଟାଇମ ପାଇଁ ସେ ଏପରି ଏକ ଷ୍ଟୋରିବାଲା ଫିଲ୍ମ ଦେଖିଲେ, ଏହି ଫିଲ୍ମ ରେ ଡିରେକସନ, ଫୋଟୋଗ୍ରାଫି ଓ ଲୋକେସନ ମଧ୍ୟ ବହୁତ ଭଲ ହୋଇଛି ବୋଲି କହିଛନ୍ତି ।
ଏହି ଫିଲ୍ମ ସବୁ ବର୍ଗର ଲୋକମାନଙ୍କୁ ବହୁତ ଭଲ ଲାଗିବା ସହିତ ଏହାକୁ ସପରିବାର ମଧ୍ୟ ବସି ଦେଖିପାରିବେ ।କାରଣ ଏଥିରେ ଅଧିକ କିଛି ରୋମାଣ୍ଟିକ ସଙ୍ଗ ମଧ୍ୟ୍ୟ ରହିନାହିଁ ଏହା କେବଳ ଗୋଟିଏ ରିଏଲ ଷ୍ଟୋରୀକୁ ନେଇ ହୋଇଛି ।ଏହି ଦମନ ଫିଲ୍ମ ସବୁ ଫିଲ୍ମ ଠାରୁ ବହୁତ ଡିଫରେଣ୍ଟ ହୋଇଛି, ଏଥିରେ ସବୁ ଡିପାଟମେଣ୍ଟ ବହୁତ ସୁନ୍ଦର ଭାବରେ କାର୍ଯ୍ୟ କରିଛନ୍ତି ।ସମସ୍ତଙ୍କ ସହଯୋଗରେ ଦମନ ଫିଲ୍ମ ସୁପରହିଟ ମଧ୍ୟ୍ୟ ହୋଇପାରେ, ଦର୍ଶକ ମାନଙ୍କ ଭଲ ପାଇବ ରହିଲେ ବାବୁସାନ ମଧ୍ୟ ଏହିପରି ସୁନ୍ଦର ଫିଲ୍ମ ଆଗକୁ କରିବେ ।ବର୍ତ୍ତମାନ ଏହି ଦମନ ଫିଲ୍ମ ଚର୍ଚ୍ଚା ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।