ବୟସ ମାତ୍ର ୭ ବର୍ଷ ପଢୁଛନ୍ତି ତୃତୀୟ ଶ୍ରେଣୀରେ କିନ୍ତୁ ମୁଣ୍ଡରେ ଭର୍ତ୍ତି ବିଚକ୍ଷଣ କମ୍ପ୍ୟୁଟର ଜ୍ଞାନ ! ଏହି ଓଡିଆ ପୁଅ ପାଇଁ ଗୋଟିଏ ସେୟାର ଏବଂ ଲାଇକ ନିଶ୍ଚିତ କରନ୍ତୁ….

ସାଧାରଣତଃ ପ୍ରଫେସନଲ କୋର୍ସ କରିବା ପାଇଁ ହେଲେ ଗ୍ରାଜୁଏଟ କିମ୍ବା ପୋଷ୍ଟ ଗ୍ରାଜୁଏଟ କରିବା ପାଇଁ ପଡିଥାଏ। ଯଦି ସ୍କୁଲ ସମୟରେ ପ୍ରଫେସନଲ କୋର୍ସରେ ସମ୍ମାନିତ ହେବା ବା ଘରେ ବସି ମୋବାଇଲ ଏପ ଡିଜାଇନ କରିବା କାମ ଯଦି ୭ବର୍ଷର ପିଲା ଏତେ ସବୁ କରିପାରୁଛି, ତାହାଲେ ନିଶ୍ଚିତ ଭାବରେ ଆମ ଭାଷାରେ କହିବା ବିସ୍ମୟ ବାଳକ। ଆଜି ଆମେ ଆମ ଓଡ଼ିଶାର ଏହିପରି ଏକ ବିସ୍ମୟ ବାଳକ ବିଷୟରେ କହିବୁ ଯାହା ଜାଣିଲେ ଆପଣ ମାନେ ନିଶ୍ଚତ ଭାବରେ ଗର୍ବ ଅନୁଭବ କରିବେ।

ଏହି ବିସ୍ମୟ ବାଳକ ବଲାଙ୍ଗୀରରେ ଭେଙ୍କଟ ରୋମନ ପଟନାୟକ। ବୟସ ତାଙ୍କର ମାତ୍ର ୭ ବର୍ଷ ଏବଂ ସେ ତୃତୀୟ ଶ୍ରେଣୀରେ ପାଠ ପଡୁଛନ୍ତି। ସେ ସ୍କୁଲ ଯାଆନ୍ତି ନାହିଁ ହୋମସ୍କୁଲିଂ କରନ୍ତି ଏବଂ ସେ କମ୍ପୁଟରରେ ପାଠ ପଢନ୍ତି। ସେ କମ୍ପୁଟରରେ ପ୍ରଗ୍ରାମମିଙ୍ଗ ଏବଂ ଏଫ ଡ଼ିଜାଇନ କରନ୍ତି।

ସେ ମାଇକ୍ରୋସଫ୍ଟଙ୍କ ତରଫରୁ ଏମ ଟି ଏ ଡିଗ୍ରି ହାସଲ କରିଛନ୍ତି। ଚେନ୍ନାଇ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି, ହୁଆଇଟ ହାର୍ଟ ଏଜୁକେସନାଲ ଇନଷ୍ଟିଚ୍ୟୁଟ ଅଫ ମୁମ୍ବାଇ ଏହିପରି ଅନେକ ସ୍ଥାନରେ ସେ ଜଣେ ଟେକ୍ନୋ ସ୍ପିକର ଭାବରେ ପରିଚିତ ହୋଇଛନ୍ତି। ସେ ଜାଭା, ସି ପ୍ଲସ ପ୍ଲସ, ଏଚ ଟି ଏମ ଏଲ ଏବଂ ପାଇଥନ ଭଳି କମ୍ପୁଟର ଲାଙ୍ଗୁଏଜ ଶିଖିଯାଇଛନ୍ତି।

ମୁଖ୍ୟ କଥା ହେଉଛି ତାକୁ କେହି ଶିଖାଉନାହାନ୍ତି ସେ ନିଜେ ଗୁଗୁଲରେ ଦେଖି ଶିଖିଛନ୍ତି ଏବଂ ସେ ତନ୍ମୟ ବକ୍ସିବାରି ପାଖରୁ ଅଭିପ୍ରେରିତ ହୋଇଛନ୍ତି। ତନ୍ମୟ ବକ୍ସିବାରି ଯେ କି ପୃଥିବୀର ସବୁଠାରୁ ଛୋଟ ପିଲା ପ୍ରଗ୍ରାମୋର।

ଭେଙ୍କଟଙ୍କ ମାଆ କହିଥିଲେ ଯେ, ତାଙ୍କୁ ବେସି କିଛି ଶିଖେଇବାକୁ ପଡିନଥାଏ। ତା ମନ ମଧ୍ୟରେ ଅନେକ କିଛି ଜାଣିବାର କୌତୁହଳ ଥାଏ। ତନ୍ମୟ ନିଜେ ଗୁଗୁଲ କରି ଶିଖିଥାଏ ଏବଂ ତାଙ୍କ ବାପା ଗାଇଡ଼ କରନ୍ତି ବୋଲି ତାଙ୍କ ମାଆ କହିଥିଲେ। ଭେଙ୍କଟଙ୍କ ପାଠ ପଢ଼ାରେ ମଧ୍ୟ କୌଣସି ପ୍ରଭାବ ନାହିଁ ଏବଂ ଭଲ ମଧ୍ୟ ପଢୁଛି। ତନ୍ମୟଙ୍କ କାର୍ଯ୍ୟ ପାଇଁ ତାଙ୍କ ମାଆ ବହୁତ ଅଛନ୍ତି।

ଏହା ପରେ ଭେଙ୍କଟଙ୍କ ବାପାଙ୍କ ସହ କଥା ହୋଇଥିଲୁ , ଭେଙ୍କଟଙ୍କ କେଉଁ କାମରେ ରୁଚି ଅଛି ଜାଣିବା ପାଇଁ ସେ କରାଟି, କ୍ରିକେଟ ଭଳି ସ୍ଥାନକୁ ନେଇ କୋଚ୍ ସହ ପରିଚିତ କରାଇଥିଲେ। କିନ୍ତୁ ଏହି ସବୁ ଜିନିଷରେ ତନ୍ମୟର ରୁଚି ନଥିଲା। ତାଙ୍କ ବାପା ତନ୍ମୟ ବକ୍ସିବାରିଙ୍କ ଭିଡ଼ିଓ ଦେଖାଇଥିଲେ, ତନ୍ମୟଙ୍କ ଠାରୁ ହିଁ ଅଭିପ୍ରେରିତ ହୋଇଥିଲା।

ତେବେ ତାଙ୍କ ବାପା ମଧ୍ୟ ତାଙ୍କୁ ଗାଇଡ଼ କରୁଥିଲେ। ଭେଙ୍କଟ ରୋମନ କମ୍ପୁଟର ଲାଙ୍ଗୁଏଜ ଜାଭା, ଏଚଟିଏମଲ, ପାଇଥନ ଶିଖିଯାଇଛନ୍ତି ଏହାର ସହାୟତାରେ ସେ ନିଜେ ମଧ୍ୟ ଏପ ଡିଜାଇନ କରୁଛନ୍ତି। ତେବେ ତାଙ୍କର ସ୍ୱପ୍ନ ଆଛି ବଡ ହେଲେ ସେ ମହାକାଶ ବୈଜ୍ଞାନିକ ହେବେ। ତେବେ ଆମ ମାନଙ୍କର ଭଗବାନଙ୍କ ନିକଟରେ ଏତିକି ପ୍ରାଥନା ତାର ସବୁ ସ୍ୱପ୍ନ ପୂରଣ ହେଉ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।