ବାଥରୁମ୍‌ରେ ମହିଳାଙ୍କୁ ଦଂଶନ କରିବାକୁ ଉଦ୍ୟମ କଲା ନାଗ, ଅଳ୍ପକେ ବର୍ତ୍ତିଗଲେ ମହିଳା

ସାଧାରଣତଃ ସରୀସୃପ ବହୁତ ବିଷଧର ହୋଇ ଥାଆନ୍ତି ଯାହା ଆପଣ ମାନେ ନିଶ୍ଚିତ ଭାବରେ ଜାଣି ଥିବେ | ସାପ ବିଭିନ୍ନ ପ୍ରକାର ର ଦେଖିବାକୁ ମିଳି ଥାଏ ଏବଂ ଯେଉଁଠି ନାଇ ସେଇଠି ମଧ୍ୟ ଆମେ ଦେଖିବାକୁ ପାଇ ଥାଉ | ତେବେ କିଛି କିଛି ସାପ ବହୁତ ବିଷଧର ହୋଇ ଥିବା ଆଉ କିଛି ସାପ ଅଛନ୍ତି ଦେଖିବାକୁ ବହୁତ ଭୟଙ୍କର ଲାଗି ଥାଏ ଏବଂ ଆଉ କିଛି ସାପ ବହୁତ ଶାନ୍ତ ହୋଇ ଥାଆନ୍ତି ଯାହାର ବିଷ ନଥାଏ |

ଏହି ସାପ କୁ ପ୍ରାୟ ସାଧାରଣତଃ ଯିଏ ବି ଦେଖେ ସେ ଭୟ କରି ଥାଏ ଏବଂ ଏହି ସାପ ର ଦଂଶନ ରେ ପ୍ରାୟ ଙ୍କର ଜୀବନ ମଧ୍ୟ ଚାଲି ଯାଇ ଥାଏ ଏଣୁ ସାପ ନିକଟକୁ ଯିବା ପାଇଁ ସାଧାରଣ ଲୋକ ଭୟ କରି ଥାଆନ୍ତି | ତେବେ ସାପ କୁ ନେଇ ପୁଣି ଏକ ଘଟଣା ଦେଖିବାକୁ ମିଳିଛି ଯାହା ଚାରି ଆଡେ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି, ଆସନ୍ତୁ ଘଟଣା ଉପରେ ନଜର ପକାଇବା |

ଘଟଣା ଟି ହେଉଛି ଏକ ବାଥରୁମ ଭିତରେ ସାପ ଟି ଏକ ମହିଳା ଙ୍କୁ ଦଂଶନ କରିବାର ଉଦ୍ୟମ କରିଛି କିନ୍ତୁ ମହିଳା ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଛି | ତେବେ ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ଏବଂ ଭୟଙ୍କର ଦୃଶ୍ୟ ଭୁବନେଶ୍ୱର ର ପୋଖରୀ ପୁଟ ଅଞ୍ଚଳ ରେ ଦେଖିବା ପାଇଁ ମିଳିଛି | ସୂଚନା ଅନୁଯାଇ ଭୁବନେଶ୍ୱର ର ପୋଖରୀପୁଟ ରେ ଅବସ୍ଥିତ ପ୍ଲଟ ନମ୍ବର 558 ରେ ଦିପ୍ତିମୟୀ ମୂର୍ଖାଜି ନାମକ ଜଣେ ମହିଳା ରୁହନ୍ତି |

 

ତେବେ ସେ ସକାଳୁ ଉଠି ବାଥରୁମ କୁ ଯାଇ ଥିଲେ କିନ୍ତୁ ହଠାତ ତାଙ୍କ ସାମ୍ନା କୁ ଏକ ବିଷଧର ନାଗ ସାପ ଚାଲି ଆସି ଥିଲା କିନ୍ତୁ ମହିଳା ଙ୍କୁ ଚଟ ମାରିବାର ଉଦ୍ୟମ କରିବା ସମୟ ରେ ସାପ ଟି ସାୱାର ର ତଳେ ପଡି ଯାଇ ଥିଲା | ଏହା ପରେ ସେହି ବିଷଧର ସାପ ଟି ବାଥରୁମ ରେ ଥିବା ଜାଲି ରେ ଯିବା ପାଇଁ ଚେଷ୍ଟା କରି ଥିଲା କିନ୍ତୁ ଅଧା ଜାଲି ରେ ସାପ ଟି ଫସି ଯାଇ ଥିଲା |

ଏହା ପରେ ଦିପ୍ତିମୟୀ ବାଥରୁମ ର କବାଟ କୁ ବନ୍ଦ କରି ଦେଇ ସାପ ଧରାଳି ଙ୍କୁ ଫୋନ କରି ଘଟଣା ସ୍ଥଳ କୁ ଡକାଇ ଥିଲେ ଏବଂ ସାପ ଧରାଳି ମଧ୍ୟ ସଙ୍ଗେ ସଙ୍ଗେ ଆସି ପହଞ୍ଚି ଥିଲେ | ଏହା ପରେ ସାପ ଧରାଳି ବହୁତ ଚେଷ୍ଟା କଲା ପରେ ସାପ ଟିକୁ ଉଦ୍ଧାର କରି ପାରି ଥିଲେ | ତେବେ ଆମେ କହି ରଖୁଛୁ ଯଦି ଆପଣ କୌଣସି ସ୍ଥାନ ରେ ବିଷଧର ସାପ ଦେଖୁଛନ୍ତି ତେବେ ତୁରନ୍ତ ସାପ ଧରାଳି ଙ୍କୁ ଯୋଗାଯୋଗ କରନ୍ତୁ, କାରଣ ଆପଣ ଯଦି ସାପ କୁ ମାରି ଦେବେ ତେବେ ସାପ ମଧ୍ୟ ଦିନେ ନା ଦିନେ ଲୋପ ପାଇ ଯିବ |