Bastu Tips –ରାତିରେ ପାଖରେ ରଖନ୍ତୁ ତୁଳସୀ ପତ୍ର ଏବଂ ଜାଣନ୍ତୁ ତାହାର ଚମକ୍ତାରିତା
ଆଜି ଆମେ ଆପଣ ମାନଙ୍କୁ ତୁଳସୀ ପତ୍ରର ଏପରି ଏକ ଚମକ୍ତାରିତା ବିଷୟରେ କହିବୁ , ଯାହାକୁ ହୁଏତ ଆପଣ ମାନେ ଜାଣିନଥିବେ । ତୁଳସୀ ହେଉଛି ଏକ ପବିତ୍ର ଶବ୍ଦ ଏବଂ ଗଛ ଅଟେ । ତୁଳସୀର ନାମ ଧରିବା ମାତ୍ରେ ଆମକୁ ବହୁତ ଶାନ୍ତି ମଧ୍ୟ ମିଳିଥାଏ । ଏହା ସହିତ ଏହି ତୁଳସୀ ଗଛର ନିତିଦିନ ପୂଜା କରିବା ଦ୍ୱାରା ଆମର ମନରୁ ଅନେକ ନକରାତ୍ମକ ଭାବନା ଦୂର ହୋଇଥାଏ ଏବଂ ସକରାତ୍ମକ ଭାବନା ଜାଗ୍ରତ ହୋଇଥାଏ ।
ତେଣୁ ପ୍ରତ୍ୟେକ ଘରର ନାରୀ ମାନେ ସକାଳେ ଉଠିକରି ସମସ୍ତ ନିତ୍ୟକ୍ରମ ସାରି ଗାଧେଇ ପ୍ରଥମେ ତୁଳସୀରେ ପାଣି ଅର୍ପଣ କରିଥାନ୍ତି ତାହା ପରେ ଅନ୍ୟ କାମ କରିଥାନ୍ତି । କାରଣ ଏହା କରିବା ଦ୍ୱାରା ଆମର ମନକୁ ଶାନ୍ତି ମିଳିଥାଏ ।
ତୁଳସୀ ଗଛରେ ବା ପତ୍ରରେ ସ୍ୱୟଂ ଲକ୍ଷ୍ମୀ ନାରାୟଣ ବାସ କରନ୍ତି ଯେଉଁଥିପାଇଁ ଆମେ ମାନେ ତାଙ୍କୁ ପୂଜା କରିଥାଉ । ଏହା ସହିତ ଆପଣ ମାନେ ମଧ୍ୟ ଜାଣିଥିବେ କି ଏହି ତୁଳସୀ ପତ୍ରକୁ ଓଷଧୀୟ ବୃକ୍ଷ ରୂପେ ମଧ୍ୟ ଜଣାଯାଇଥାଏ ।
କାରଣ ଏହାକୁ ସେବନ କରିବା ଦ୍ୱାରା ଆମର ଅନେକ ଦୁଃସାଧ୍ୟ ରୋଗ ମଧ୍ୟ ଭଲ ହୋଇଥାଏ । ତେଣୁ କରି ଆମେ ମାନେ ପ୍ରତିଦିନ ଏହି ତୁଳସୀ ପତ୍ରର ସେବନ କରିବା ଉଚିତ ଏବଂ ପ୍ରତ୍ୟେକ ଦିନ ସକାଳେ ଜଳ ଅର୍ପଣ କରିବା ସହିତ ସନ୍ଧ୍ୟା ସମୟରେ ଏହା ମୂଳରେ ଗୋଟିଏ ଦୀପ ଜାଳିବା ନିତାନ୍ତ ଆବଶ୍ୟକ ।
ପ୍ରତ୍ୟେକ ଘରର ବ୍ୟକ୍ତି ମାନଙ୍କର ଘର ଆଗରେ ତୁଳସୀ ଚଉରା ନିଶ୍ଚିତ ରୂପରେ ଥାଏ , କାରଣ ଏହାର କିଛି ମହତ୍ତ୍ୱ ରହିଛି । ତୁଳସୀ ଗଛ ଘର ଆଗରେ ରହିବା ଦ୍ୱାରା ଘରକୁ ନକରାତ୍ମକ ଶକ୍ତିର ପ୍ରଭାବ ପଡିନଥାଏ ଏବଂ ସମସ୍ତ ଦୁଃଖ , କଷ୍ଟ ମଧ୍ୟ ରହେ ନାହିଁ । ମାତ୍ର ଆପଣ ମାନେ ଏହାର ଅନ୍ୟ ଏକ ଗୁଣ ବିଷୟରେ ଜାଣିଛନ୍ତି କି , ନା କେବେ ଏହାର ପ୍ରୟୋଗ କରିଛନ୍ତି କି , ଯଦି ଜାଣିନାହାନ୍ତି ବା କରିନାହାନ୍ତି ତେବେ ଆସନ୍ତୁ ସେ ବିଷୟରେ ଜାଣିବା ଏବଂ ଏହାକୁ ନିଶ୍ଚିତ ରୂପରେ କରିବା ।
ଆପଣ ମାନେ ଯେତେବେଳେ ରାତିରେ ଶୋଇବାକୁ ଯାଉଛନ୍ତି ସେହି ସମୟରେ 4 ଟି ତୁଳସୀ ପତ୍ରକୁ ତକିଆ ତଳେ ରଖିକରି ଶୁଅନ୍ତୁ କାରଣ ଏପରି କରିବା ଦ୍ୱାରା ଆପଣଙ୍କୁ ବହୁତ ଲାଭ ମିଳିଥାଏ । ଏହା ସହିତ ସକାଳେ ଉଠିକରି 4 ଟି ଦୁଇଟିର ସେବନ କରିବା ଦ୍ୱାରା ଆପଣଙ୍କୁ କେବେବି ଦୁଃସ୍ୱପ୍ନ ଆସିନଥାଏ ।
ଏହା ସହିତ ମଧ୍ୟ ଧନର କମି ନହେବା ପାଇଁ ଆପଣ ମାନେ ତୁଳସୀର ଚେରକୁ ଆଣି ତାହାକୁ ଗଙ୍ଗା ଜଳରେ ଧୋଇ କରି ଏକ ହଳଦିଆ କପଡାରେ ବାନ୍ଧି ଠାକୁର ଘରେ ରଖନ୍ତି , ଯାହା ଦ୍ୱାରା କେବେବି ଧନର ଅଭାବ ହେବ ନାହିଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।