Bastu Tips – ହଳଦୀ ଡବାରେ ପକାଇ ଦିଅନ୍ତୁ ଏହି ଗୋଟିଏ ଜିନିଷ, ମା ଲକ୍ଷ୍ମୀ ବର୍ଷାଇବେ ଧନ
ମଣିଷ ଜୀବନରେ ବହୁତ ଦୁଃଖ କଷ୍ଟ ଭରି ରହିଛି l ସେ ସବୁକୁ ନେଇ ମଣିଷ ସବୁ ସମସ୍ୟାର ସମାଧାନ କରି ଚାଲି ଆସିଛି l ଆଜିର ଦୁନିଆରେ ଟଙ୍କା ହେଉଛି ବହୁତ ବଡ ସମସ୍ୟା l ଏହି ଟଙ୍କା ପାଇଁ ଲୋକମାନଙ୍କ ଭିତରେ ନିଜ ନିଜ ସମ୍ପର୍କ ଭିତରେ ବହୁତ କଳହ ସୃଷ୍ଟି ହେଉଛି l ଟଙ୍କା ପାଇଁ ସବୁ କିଛି ଭୁଲି ଯାଉଛନ୍ତି l ଭଗବାନ ଯାହାକୁ ଦେଇଥାନ୍ତି ତାକୁ କୌଣସି କଥାରେ ଅଭାବ ରଖନ୍ତି ନାହିଁ, ଆଉ ଯାହାକୁ ଦେଇ ନଥାନ୍ତି ସେ ବହୁତ କଷ୍ଟରେ ରହି ଥାଏ l
ଏମିତି କିଛି ଲୋକ ଅଛନ୍ତି l ଯେ ସେମାନେ ଟଙ୍କା ପାଇଁ ବହୁତ ଛୋଟ କାମ ମଧ୍ୟ କରି ଥାନ୍ତି l ଆଜି ଆମେ ହଳଦୀ ବିଷୟରେ ଜାଣିବା ଯେଉଁଥିରେ କି ଆମେ ମାତା ଲଷ୍ମୀଙ୍କୁ ପ୍ରସନ୍ନ କରିପାରିବା l
ଆମେ ହଳଦୀ ବହୁତ କାମରେ ଲଗାଇ ଥାଉ l ହଳଦୀର ବହୁତ ଉପକାରିତା ବିଷୟରେ ଆମେ ଜାଣିଛେ l ସେପରି ହଳଦୀକୁ ଆମେ ପୂଜା କରିବା ସମୟରେ ମଧ୍ୟ ବ୍ୟବହାର କରିଥାଉ l ସେହି ହଳଦିରେ ଆମେ ଗୋଟିଏ ଏମିତି ଜିନିଷ ଅଛି ତାକୁ ସେଥିରେ ପକାଇ ଦେଲେ ଆମ ଉପରେ ମାତା ଲଷ୍ମୀଙ୍କର କୃପା ଦୃଷ୍ଟି ପଡିବ, ଆଉ ଆମକୁ କୌଣସି ଦୁଃଖ ସହିବାକୁ ପଡିବ ନାହିଁ l ହଳଦୀ ଆମ କୁଣ୍ଡଳୀରେ ବୃହସ୍ପତି ଅଟନ୍ତି l ବୃହସ୍ପତିମାନେ ସନ୍ତାନ, ବିବାହ ଓ ଧନ ଆଦି ସବୁ ଅଟେ l
ଯଦି ବୈବାହିକ ଜୀବନରେ ଅସୁବିଧା ରହିଛି ତେବେ ଗାଧୋଇବା ସମୟରେ ପାଣିରେ ହଳଦୀ ପକାଇ ଗାଧୋଇଲେ ବିବାହ ଯୋଗ ଖୋଲିଯିବ l ହଳଦୀର ତିଳକ ଆମେ ପ୍ରତିଦିନ ଆମ ମୁଣ୍ଡରେ ଲଗାଇଲେ ଆମର ମନ ଶାନ୍ତ ରହେ ଓ ବାହାରକୁ ଯିବା ପୂର୍ବରୁ ଲଗାଇ ଗଲେ ଯଶ ସମ୍ମାନ ବଢେ l
ଗାଧୋଇ ସାରିବା ପାରେ ଅଳ୍ପ ହଳଦୀକୁ ନେଇ ଶ୍ରୀହରିଙ୍କ ଚରଣରେ ଦିଅନ୍ତୁ ଓ ସେହି ହଳଦୀକୁ ଆଣି ମଥାରେ ଓ ବେକରେ ଲଗାନ୍ତୁ ଆପଣଙ୍କର ସବୁ ଦିଗରେ ବିଜୟ ଲାଭ ହେବେ l ଏମିତି କିଛି ଜିନିଷ ରହିଛି ହଳଦୀ ଡବାରେ ରଖି ଦେଲେ ଆମେ ଏବଂ ଆମର ଘରୁ ନକାରାତ୍ମକ ଶକ୍ତି ଦୂରେଇ ରହି ଥାଏ l
ଯଦି ଆପଣମାନେ ଆପଣଙ୍କ ଘର ଚାରି ପଟରେ ପାଚେରୀ କରିଛନ୍ତି ତେବେ ଆପଣ ଘର ଚାରି ପଟରେ ହଳଦୀର ରେଖା ଟାଣିଦେବେ ତେବେ ଘରେ କୌଣସି ପ୍ରକାରର ନକାରାତ୍ମକ ଶକ୍ତି ପ୍ରବେଶ କରି ପାରେ ନାହିଁ l ଯଦି ଆପଣ ବାହାରେ ଭଡା ଦେଇ ରହୁ ଛନ୍ତି, ତାହେଲେ ଘରର ମୁଖ୍ୟ ଦ୍ୱାରରେ ହଳଦୀକୁ ଲଗାଇ ଦିଅନ୍ତୁ, ଆପଣଙ୍କୁ ବହୁତ ଶୁଭଫଳ ପ୍ରାପ୍ତି ହେବ l
ହଳଦୀକୁ ଆମେ ବହୁତ ଉପାୟରେ ବ୍ୟବହାର କରିଥାନ୍ତି ତେବେ ଏହି ସବୁ କଥା କଲେ ଆମ ଜୀବନରେ ବହୁତ ଖୁସି ଆସିବା ସହିତ ଧନର ମଧ୍ୟ ଅଭାବ ରହିବ ନାହିଁ lଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।