Bastu Shastra – ଠାକୁର ଘର କେଉଁ ଦିଗରେ ହେବ ଏବଂ ତୁଳସୀ ଚଉରା କେଉଁଠି ହେବା ଉଚିତ୍, ନିଶ୍ଚୟ ଜାଣି ରଖନ୍ତୁ

ସମାଜରେ ହିନ୍ଦୁ ମାନଙ୍କ ପାଇଁ ଗୋଟିଏ ଶାସ୍ତ୍ର ରହିଛି। ଯେ କୌଣସି କାମ କରିବା ପାଇଁ ହେଲେ ତାର ଉପଯୁକ୍ତ ସମୟ ରହିଥାଏ। କୌଣସି ସ୍ଥାନରେ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ହେଉ କିମ୍ବା ଜମି କିଣିବା ପୂର୍ବରୁ ହେଉ ସ୍ଥାନର ବାସ୍ତୁ ବିଚାର କରାଯାଇଥାଏ। ନଚେତ୍ ଘରେ କିଛି ଅଶୁଭ ହୋଇଥାଏ ବୋଲି ମନକୁ ଭୟ ଆସିଥାଏ। ତେଣୁ ସମସ୍ତେ ବାସ୍ତୁ ଶାସ୍ତ୍ର କୁ ପରୋକ୍ଷ ରେ ହେଲେ ମଧ୍ୟ ବିଶ୍ୱାସ କରିଥାନ୍ତି। ତେବେ ବାସ୍ତବ ମଧ୍ୟ ଅଟେ। ପୁରାଣ ଶାସ୍ତ୍ର ପରି ବାସ୍ତୁ ଶାସ୍ତ୍ର ର ମଧ୍ୟ ନିଜସ୍ୱ ଏକ ମହାତ୍ମ୍ୟ ଓ ବିଶେଷତ୍ୱ ରହିଛି।

ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ଘର ର ଶୟନ କକ୍ଷ କେଉଁ ଦିଗ ରେ ହେବା ଉଚିତ୍ ବା ଅନୁଚିତ୍ , ଯାହା ଦ୍ଵାରା ଘର ଉପରେ ଶୁଭ ଫଳ ମିଳିଥାଏ କି ନାହିଁ ତାହା ସୂଚନା ଦେଇଥାଏ।

୧- ଘରର ମୁଖ୍ୟ ଙ୍କ ଶୟନ କକ୍ଷ

 

ପରିବାର ର ଯିଏ ମୁଖ୍ୟ ବା ମୁରବୀ ଅଟେ ତାଙ୍କର ଶୋଇବା ଘର ଗୃହର ଦକ୍ଷିଣ ପଶ୍ଚିମ ଦିଗ ବା ନୈରତ କୋଣ ରେ ହେବା ଉଚିତ୍। ଏହି କକ୍ଷ ରେ ମୁରବୀ ଶୋଇଲେ ତାଙ୍କ ମନରେ ଶାନ୍ତି ଆସିଥାଏ, କ୍ଳାନ୍ତ ଦୂର ହୋଇଥାଏ ଓ ସୁଖ ନିଦ୍ରା ହୋଇଥାଏ। ଯଦି ଏହି କକ୍ଷ ରେ ମୁରବୀ ଙ୍କ ବ୍ୟତୀତ ଛୋଟ ପିଲା ବା ଚାକର ଚାକରାଣୀ ରୁହନ୍ତି ତେବେ ସେମାନେ ଜିଦଖୋର ଓ ଅବାଧ୍ୟ ସ୍ୱଭାବ ର ହୋଇଥାନ୍ତି। ଘରେ କଳହ ଲାଗି ରହିଥାଏ।

୨- ପିଲାଙ୍କ ପାଇଁ ଉଚିତ୍ ଶୟନ କକ୍ଷ ର ଦିଗ


ପିଲାଙ୍କ ପାଇଁ ଶୟନ କକ୍ଷ ପୂର୍ବ ଦିଗ ରେ ହେଲେ ଶୁଭ ହୋଇଥାଏ। ତତ୍ସହିତ ପିଲାଙ୍କ ପାଠ ପଢ଼ା ପାଇଁ କକ୍ଷ ଐଶାନ୍ୟ କୋଣ କୁ ଲାଗି ଉତ୍ତର ଦିଗ କୁ କରାଯାଇପାରିବ। ଏହା ପିଲାଙ୍କ ମାନସିକ ଦକ୍ଷତା ଉପରେ ସୁପ୍ରଭାବ ପକାଇଥାଏ।

୩- ଶୟନ କକ୍ଷ ରେ ଥାକ ବା ଆଲମିରା ରହିବା ର ଉଚିତ୍ ଦିଗ

ଶୟନ କକ୍ଷ ର ବାକ୍ସ, ଗର୍ଡରେଜ୍, ଆଲମିରା, ଥାକ ଆଦି ଦକ୍ଷିଣ ଓ ପଶ୍ଚିମ ଦିଗରେ ରହିବା ଉଚିତ୍ ହୋଇଥାଏ। ଏହା ଦ୍ବାରା ଘର କୁ ଧନ ଆଗମନ ର ଯୋଗ ସର୍ବଦା ସୃଷ୍ଟି ହୋଇଥାଏ।

୪- ଶୟନ କକ୍ଷ ରେ ଇଲେକଟ୍ରିକ ଜିନିଷ ରଖିବା ର ଉଚିତ୍ ଦିଗ

ଶୟନ କକ୍ଷ ରେ ଯଦି ରୁମ ହିଟର, ଟିଭି, ଏସି, କୁଲର ଆଦି ବୈଦ୍ୟୁତିକ ଜିନିଷ ରଖୁଛନ୍ତି ତେବେ ସେଗୁଡ଼ିକ କକ୍ଷ ର ଦକ୍ଷିଣ ପୂର୍ବ ବା ଆଗ୍ନେୟ କୋଣରେ ରଖନ୍ତୁ। ଶୁଭ ଫଳ ମିଳିଥାଏ।

୫- ଶୟନ କକ୍ଷ ରେ ବେଡ଼୍ ବା ଖଟ ର ଉଚିତ୍ ସ୍ଥାନ

 

ଶୋଇବା ଘର ର ଖଟ ବା ବେଡ଼୍, ବା ବିଛଣା କକ୍ଷ ର ଦକ୍ଷିଣ ପଶ୍ଚିମ ଦିଗରେ ରହିବା ଉଚିତ୍। ଯେପରି ପୂର୍ବ ଉତ୍ତର ଦିଗକୁ ଅଧିକ ଫାଙ୍କା ସ୍ଥାନ ରହିବ। ଏହା ବ୍ୟତୀତ ବେଡ଼୍ ପୁରା କାନ୍ଥକୁ ନ ଲାଗିବା ଉଚିତ। ଫଳରେ କ୍ଳାନ୍ତ ଦୂର ହେବା ସହ ସୁଖ ନିଦ୍ରା ପ୍ରାପ୍ତ ହୁଏ।

୬- କେଉଁ ଦିଗକୁ ମୁଣ୍ଡ କରି ଶୋଇବା ଉଚିତ୍

ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇଲେ ଗୃହରେ ଧନ, ସମ୍ପଦ, ଯଶ, ଗୌରବ, ପ୍ରାଚୁର୍ଯ୍ୟ ଲାଭ ହୋଇଥାଏ।

୭- ଶୟନ କକ୍ଷ କେଉଁ ଦିଗ ରେ ରହିବା ନିଷେଧ

ଶୟନ କକ୍ଷ ଉତ୍ତର ପୂର୍ବ ବା ଐଶାନ୍ୟ କୋଣରେ ରହିବା ଅନୁଚିତ୍। ନଚେତ୍ ଘରେ ନକରାତ୍ମକ ଶକ୍ତି ର ପ୍ରଭାବ ପଡ଼ିଥାଏ। ମନ ଅସ୍ଥିର, ବିଚଳିତ ଓ ଚଞ୍ଚଳ ହେବା ସହିତ ଶରୀର ଅସୁସ୍ଥ ହୋଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।