ଦେଖନ୍ତୁ ଭିଡିଓ ! ବର୍ଷା – ଅନୁଭବ ବିବାଦ ପରେ କାହିଁକି ନଦୀ ଙ୍କୁ ଡେଇଁଲେ ଅଭିନେତା ଅମ୍ଲାନ ଙ୍କ ସ୍ତ୍ରୀ, ଘଟଣା କୁ ନେଇ ଅମ୍ଲାନ କହିଲେ ଏମିତି….କାଲି ରାତିରେ….
ଓଡ଼ିଆ ସିନେମା ଜଗତରେ ଜଣେ ଜଣାଶୁଣା ଅଭିନେତା ଭାବରେ ଅମ୍ଳାନ ତାଙ୍କର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି।ସେ ଯେତିକି ରୋମାଣ୍ଟିକ ସେତିକି ହ୍ୟାଣ୍ଡସମ୍ ମଧ୍ୟ। ଅନେକ ସମୟରେ ସେ ଚର୍ଚ୍ଚାରେ ରହିଥାନ୍ତି ତାଙ୍କର ଅଭିନୟ କୁ ନେଇ। କିନ୍ତୁ ଏବେ ସେ ଯେଉଁ ଚର୍ଚ୍ଚାର ପରିସର କୁ ଆସିଛନ୍ତି ଫିଲ୍ମ୍ ଜଗତର ଅଭିନୟ ପାଇଁ ନୁହଁ ବରଂ ତାଙ୍କ ସ୍ତ୍ରୀ ଭୂମିକା ଙ୍କ ପାଇଁ।
ଆଜି ରବିବାର ଏହି ଓଲିଉଡ ଅଭିନେତା ଅମ୍ଲାନଙ୍କ ସ୍ତ୍ରୀ ଭୂମିକାଙ୍କୁ ଉଦ୍ଧାର କରା ଯାଇଛି ମହାନଦୀ ପୋଲ ରୁ।ସେଠାରେ ମଧୁସୂଦନ ସେତୁ ନିକଟରୁ ସ୍ଥାନୀୟ ଲୋକ ଓ ପୋଲିସ ସହାୟତା ରେ ତାଙ୍କୁ ଉଦ୍ଧାର କରା ଯାଇଛି ବୋଲି ଯାହା ସୂଚନା ମିଳିଛି।
ତେବେ ଏହି ଖବର ସୋସିଆଲ ମିଡିଆରେ ଦ୍ରୁତ ଭାବରେ ପ୍ରସାର ହେଉଥିବା ବେଳେ ଏହାକୁ ନେଇ ଅନେକ ମତ ପ୍ରକାଶ ପାଇବାରେ ଲାଗିଛି। କାରଣ ଘଟଣା ଟି ମଧ୍ୟ ସେଇଭଳି ରହିଥିଲା। ଆଜି ଅପରାହ୍ନ ପ୍ରାୟ ସାଢ଼େ ୨ଟାରେ ଅମ୍ଲାନଙ୍କ ସ୍ତ୍ରୀ ମଧୁସୂଦନ ପୋଲ ଉପରକୁ ପହଂଚିଥିଲେ।ଏହାପରେ ସେ ପୋଲ ଉପରେ ସ୍କୁଟିକୁ ଷ୍ଟାଣ୍ଡ କରିଥିଲେ।
ଏହାପରେ ରାସ୍ତାରେ ଯାଉଥିବା ଲୋକେ କେହି କିଛି ଭାବିବା ପୂର୍ବରୁ ହଠାତ୍ ମହାନଦୀକୁ ଡେଇଁ ପଡ଼ିଥିଲେ ଅମ୍ଳାନ ଙ୍କ ସ୍ତ୍ରୀ।ଏହାପରେ ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକେ ଏ ବିଷୟରେ ପୋଲିସ୍ କୁ ଖବର ଦେଇଥିଲେ ଏବଂ ପୋଲିସ୍ ଆସି ତାଙ୍କୁ ଉଦ୍ଧାର କରିଥିଲା ।ତେବେ ନଦୀରେ ପୂଜା ସାମଗ୍ରୀ ବିସର୍ଜନ ବେଳେ ଭୂମିକା ଖସି ପଡିଥିବା ପୋଲିସ ସୂଚନା ଦେଇଛି।
ତେବେ ଉଦ୍ଧାର ହେବା ପରେ ସିଡିଏ ଫେଜ-୨ ଥାନାରେ ଅମ୍ଲାନ ଓ ତାଙ୍କ ସ୍ତ୍ରୀ ଦୁଇଜଣ ପହଞ୍ଚିଛନ୍ତି। ସେମାନେ ଘଟଣା ସମ୍ପର୍କରେ ସ୍ପଷ୍ଟ କରିବା ପାଇଁ ଥାନାରେ ପହଞ୍ଚି ଥିଲେ।ଏବେ ତାଙ୍କ ସ୍ତ୍ରୀ ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ରହିଥିବା କଥା ସେ କହିଛନ୍ତି।ସେ ଏବେ ସୁସ୍ଥ ରହିଛନ୍ତି।ତେବେ ଏହା କଣ ପାଇଁ ଘଟିଲା ଦୁର୍ଘଟଣା ନାଁ ଅନ୍ୟ କିଛି କାରଣ ପୋଲିସ ତଦନ୍ତ କରୁଛି ବୋଲି ଜଣା ପଡ଼ିଛି।
ଅନେକ ଏହାକୁ ନେଇ କହୁଛନ୍ତି ଯେ ଅମ୍ଳାନ ଙ୍କ ସ୍ତ୍ରୀ ଆତ୍ମହତ୍ୟା କରିବା ପାଇଁ ପଦକ୍ଷେପ ନେଉଥିଲେ।ଆଉ ଯଦି ଏହା ସତ ହୋଇଥାଏ ତେବେ ସେ କଣ ପାଇଁ ଆତ୍ମହତ୍ୟା କରିବା ପାଇଁ ଚାହୁଁଛନ୍ତି ଏହା ଏବେ ଏକ ବଡ଼ ପ୍ରଶ୍ନ ଅଟେ ସମସ୍ତଙ୍କ ପାଇଁ। ବରିଷ୍ଠ ଅଭିନେତା ମିହିର ଦାସଙ୍କ ପୁଅ ଅମ୍ଳାନ ଓ ଭୂମିକାଙ୍କ ମଧ୍ୟରେ ପୂର୍ବରୁ ପ୍ରେମ ସମ୍ପର୍କ ରହିଥିଲା ।
ପରେ ସେମାନଙ୍କ ମଧ୍ୟରେ କଟକ ସ୍ଥିତ ବାସଭବନ ରେ ଆର୍ଯ୍ୟ ସମାଜ ଅନୁସାରେ ବାହାଘର ହୋଇ ଥିଲା। ଅମ୍ଳାନ ଙ୍କ ସ୍ତ୍ରୀ ଭୂମିକା ଓଲିଉଡ୍ ଅଭିନେତ୍ରୀ ଭୂମିକା ଦାଶ ନୁହନ୍ତି । ଆଜିର ଏହି ଦୁର୍ଘଟଣା ସମସ୍ତଙ୍କୁ ନିଶ୍ଚିତ ଚକିତ କରିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।