ଦେଖନ୍ତୁ ଭିଡ଼ିଓ । ବର୍ଷା – ଅନୁଭବ ଙ୍କ ବିବାଦ ପରେ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଲେ ରଚନା ବାନାର୍ଜୀ..ସତରେ କ’ଣ ରଚନା……

ଆପଣ ମାନେ ସମସ୍ତେ ଅଭିନେତ୍ରୀ ରଚନା ବାନାର୍ଜୀ ଙ୍କୁ ଭଲ ଭାବରେ ଜାଣିଥିବେ।ଯାହାଙ୍କୁ ସୁନ୍ଦରୀ ଚୁଲବୁଲି ନାୟିକା କୁହାଯାଏ ସେ ଏବେ ପୁଣି ଚର୍ଚ୍ଚାରେ। ନିଜକୁ ଅଭିନୟ ଜଗତରେ ସେ ଖୁବ୍ ପ୍ରତିଷ୍ଠିତ କରି ପାରିଛନ୍ତି।ତାଙ୍କର କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ହିଁ ସେ ଏକ ସ୍ବତନ୍ତ୍ର ପରିଚୟ ହାସଲ କରି ପାରିଛନ୍ତି।

ତେବେ ତାଙ୍କର ସେହି ସ୍ବତନ୍ତ୍ର ହୃଦୟସ୍ପର୍ଶୀ ଅଭିନୟର ଯାଦୁ ରେ ଆଜି ବି ଲୋକେ ଝୁମି ଯିବାକୁ ଇଚ୍ଛା କରନ୍ତି ଏବଂ ତାଙ୍କୁ ଏକ ସ୍ବତନ୍ତ୍ର ସ୍ଥାନ ମଧ୍ୟ ଦେଇଥାନ୍ତି। ସେ ହେଉଛନ୍ତି ପଶ୍ଚିମବଙ୍ଗ ର ଅସୀମ ସୁନ୍ଦରୀ ନାୟିକା।

ଅନେକ ଚଳଚ୍ଚିତ୍ର ସହିତ ପଶ୍ଚିମବଙ୍ଗ ରେ ଲୋକପ୍ରିୟ ଟିଭି ଶୋ ମଧ୍ୟ କରିଚନ୍ତି ରଚନା ବାନାର୍ଜୀ। ଏବେ ସେ ନିକଟରେ ଫେସବୁକ୍ ରେ ଲାଇଭ ଆସି ତାଙ୍କ ଫ୍ୟାନ ମାନଙ୍କ ସହିତ ଅଳ୍ପ ସମୟ ବିତାଇଥିଲେ। ସୁଟିଂ ସେଟ୍ ରୁ ସେ ସମୟ ବାହାର କରି ଡ୍ରେସିଂ ରୁମ୍ ରୁ ହିଁ ଫେଶବୁକ୍ ଲାଇଭ କରିଥିଲେ। ତାଙ୍କର ପ୍ରଶଂସକ ମାନଙ୍କ ହାଲଚାଲ ପଚାରି ବୁଝିଥିଲେ ଏବଂ ସେ ବହୁତ୍ ଭଲ ଅଛନ୍ତି, ବହୁତ୍ ଖୁସି ଅଛନ୍ତି ବୋଲି କହିଥିଲେ।

ସେ ଏବେ ବିବି ନମ୍ୱର୍ ୱାନ ସିରିଏଲ ସୁଟିଂ ରେ ବ୍ୟସ୍ତ ରହୁଛନ୍ତି ତେଣୁ ସମୟ ପାଇଲେ ପୁଣି ସେ ତାଙ୍କ ଦର୍ଶକ, ପ୍ରଶଂସକ ମାନଙ୍କ ପାଇଁ ଲାଇଭ ଆସିବେ ବୋଲି କହିଛନ୍ତି। ସମସ୍ତଙ୍କୁ ତାଙ୍କ ର ଅଶେଷ ଭଲପାଇବା ଦେବା ସହିତ ତାଙ୍କର ଭଲ ପାଇବା ସବୁବେଳେ ଦର୍ଶକ ମାନଙ୍କ ସହିତ ଅଛି ବୋଲି ସେ କହିଥିଲେ।ତେବେ ତାଙ୍କର ଅଭିନୟର ଯାଦୁ ଏତେ ନିଆରା ଓ ହୃଦସ୍ପର୍ଶୀ ଅଟେ ଯେ ଯିଏ ବି ହେଉନ କାହିଁକି ତାଙ୍କର ପ୍ରଶଂସା କରିବାକୁ ପଚେଇବା ନାହିଁ।

ଜଣେ ବାସ୍ତବ କଳାକାର ଭାବରେ ତାଙ୍କର ଏକ ପରିଚିତି ରହିଛି। ନିଜକୁ ଏକ ସ୍ବତନ୍ତ୍ର ସ୍ଥାନରେ ସେ ସବୁବେଳେ ଦେଖିବାକୁ ଚାହିଥାନ୍ତି। ଯେଉଁ କାରଣରୁ ସେ ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି ତାଙ୍କର ଅଭିନୟ ପାଇଁ। ବଙ୍ଗଳା ଫିଲ୍ମ୍ ଛଡ଼ା ସେ କନ୍ନଡ଼ ଓ ଓଡ଼ିଆ ସିନେମା ରେ ମଧ୍ୟ ସଫଳତା ଅର୍ଜନ କରିଛନ୍ତି।

ସେ ଅନେକ ଓଡ଼ିଆ ସିନେମା ରେ ଅଭିନୟ କରିଛନ୍ତି ଓ ଅନେକ ପ୍ରଶଂସା ଓ ଭଲପାଇବା ସାଉଁଟି ଛନ୍ତି।ସେ ୧୯୯୦ ମସିହାରେ ବଙ୍ଗୀୟ କୁଇନ ର ବିଜେତା ହୋଇଥିଲେ। ମିସ୍ ଇଣ୍ଡିଆ ରେ ବିଜେତା ହେବା ପାଇଁ ବହୁତ୍ ଇଛା ଥିଲେ ମଧ୍ୟ ସେ ଏହାକୁ ହାସଲ କରି ପାରି ନଥିଲେ।ରଚନା ବାନାର୍ଜୀ ଙ୍କ ଝିଅ ବାହାରେ ପଢୁଥିବା ବେଳେ, ରଚନା ନିଜ ପରିବାର ସହ ବାହାରେ ବୁଲିବା ସହ ମଉଜ ମସ୍ତି କରିବାକୁ ବହୁତ୍ ପଶନ୍ଦ କରିଥାନ୍ତି।

ଏହି ସୁନ୍ଦରୀ ଅଭିନେତ୍ରୀ ଏକ ମଡେଲ ଭାବରେ ତାଙ୍କର କେରୀଆର ଆରମ୍ଭ କରିଥିଲେ ମଧ୍ୟ ସେ ପରେ ଅନେକ ସଫଳତା କୁ ସାଉଁଟି ଥିଲେ।  ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।