ଚର୍ଚ୍ଚାରେ କନିଆ : ଓଃ କି ଭିଡ ! ବରକୁ ସ୍କୁଟିରେ ବସାଇ ଶାଶୂଘର ଗଲା ବୋହୂ, ଦେଖିବା ପାଇଁ ଲାଗିଲା ଲୋକଙ୍କ ଭିଡ଼
ନାଲି ବାନାରସି ଶାଢ଼ୀ ସହିତ ହାତ ରେ ନାଲି ଶଙ୍ଖା ଓ ମଥାରେ ସିନ୍ଦୂର ଆଉ ସାରା ଦେହରେ ଅଳଙ୍କାର ଓ ମୁଣ୍ଡ ରେ ନବ ବଧୁ ର ଦୋଳ ମୁକୁଟ ଆଉ ସ୍କୁଟି ଚଳାଇ ନିଜ ଜୀବନସାଥି ଙ୍କ ସହିତ ବଧୁ ବେଶ ରେ ଶାଶୁଘର କୁ ଗଲେ ଝିଅ । ପାଲିଙ୍କି ବଦଳ ରେ ସ୍କୁଟି ରେ ଶାଶୁଘର ଗଲେ ଝିଅ । ତେବେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କୋଲକାତା ସହର ରୁ । ତେବେ କଣ ରହିଛି ସମ୍ପୂର୍ଣ ଖବର ଆସନ୍ତୁ ଜାଣିବା;
ସାଧାରତଃ ମହିଳା ମାନେ ସ୍କୁଟି ଚଳାଇବା ପାଇଁ ଖୁବ୍ ପସନ୍ଦ କରି ଥାଆନ୍ତି । ସବୁ ମହିଳା ମାନଙ୍କ ପରି ଏହି ମହିଳା ଜଣଙ୍କ ମଧ୍ୟ ଅବିବାହିତ ଥିବା ବେଳେ ସ୍କୁଟି ଚଳାଇବା ପାଇଁ ଖୁବ୍ ପସନ୍ଦ କରୁଥଲେ । ଆଉ ବିବାହ ପରେ ମହିଳା ଜଣଙ୍କ ବଧୁ ବେଶରେ ନିଜ ସ୍ବାମୀ ଙ୍କ ସହିତ ଶାଶୁଘର କୁ ଯାଇଥିଲେ । ନିଜ ଘର ସିଲିଗଡ ରୁ ସେ ସ୍କୁଟି ରେ ବାଗଡାଗ୍ରା ଯାଇଥିଲେ । ତେବେ ମହିଳା ଙ୍କ ସ୍ବାମୀ ସୁଦର୍ଶନ ବରକୃଷ୍ଣ ଦେ ଜଣେ ଜଣାଶୁଣା ବ୍ୟବସାୟୀ ଅଟନ୍ତି ଓ ସେ ମଧ୍ୟ ନିଜ ସ୍ତ୍ରୀ ର ଏମିତି ଇଛା କୁ ପୂରଣ କରିବା ସହିତ ନିଜେ ମଧ୍ୟ ଖୁବ୍ ଉପୋଭୋଗ କରିଥିଲେ ।
ନବ ବଧୁ ର ସ୍କୁଟି ରେ ଶାଶୁଘର କୁ ଯିବା ଦୃଶ୍ୟ ଦେଖିବା ପାଇଁ ସ୍ଥାନୀୟ ଲୋକ ମାନଙ୍କ ଭିଡ଼ ଜମି ଥିଲା। ଆଉ ଲୋକ ମାନେ ଏହି ଦୃଶ୍ୟ କୁ ଖୁବ୍ ଉପୋଭୋଗ ମଧ୍ୟ କରିଥିଲେ। ଆଉ କିଛି ଲୋକ ଏହି ଦୃଶ୍ୟ ର ଭିଡିଓ ମଧ୍ୟ ମୋବାଇଲ ରେ ଶୁଟ କରିଥିଲେ କେବଳ ସ୍ଥାନୀୟ ଲୋକ ମାନେ ନୁହେଁ ସୁଦର୍ଶନଙ୍କ ଜେଜେବାପା ସୌତ୍ରିକ ବସୁ ଙ୍କ ଜେଜେବାପା ମଧ୍ୟ ବର କନିଆଁ ଙ୍କ ର ଏହି ବିରଳ ଓ ଚମତ୍କାର ଦୃଶ୍ୟ କୁ ନିଜ କ୍ୟାମେରା ରେ କଏଦେ କରିଥିଲେ ।
ଆଉ ବର୍ତ୍ତମାନ ଏହି ଭିଡିଓ ଟି ସୋସିଆଲ ମିଡିଆରେ ଖୁବ୍ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି। ଲୋକ ମାନେ ଏହି ଫଟୋ ଓ ଭିଡିଓ କୁ ଖୁବ୍ ମାତ୍ରା ରେ ପସନ୍ଦ କରୁଛନ୍ତି ଓ ଲାଇକ କରି ଏହି ଭିଡିଓ କୁ ସେୟାର ମଧ୍ୟ କରୁଛନ୍ତି ।
ତେବେ ସୋସିଆଲ ମିଡ଼ିଆ ରେ ଆମେ ପ୍ରତିଦିନ ଏମିତି ଅନେକ ନୂଆ ନୂଆ ଦୃଶ୍ୟ ଦେଖିବାକୁ ପାଇ ଥାଉ କିନ୍ତୁ ଏହି ଦୃଶ୍ୟ ଟି ଖୁବ୍ ଭିନ୍ନ ବୋଲି ସମସ୍ତେ ମତ ଦେଇଛନ୍ତି । ଏହି ଦୃଶ୍ୟ ରେ ମହିଳା ଜଣଙ୍କ କନିଆଁ ବେଶ ରେ ଥିବା ବେଳେ ଧୋତି ପଞ୍ଜାବୀ ପିନ୍ଧି ତାଙ୍କ ସ୍ଵାମୀ ମଧ୍ୟ ତାଙ୍କ ସହିତ ଥିଲେ । ତେବେ ଆପଣ ଙ୍କୁ ବର କନିଆଁ ଙ୍କ ର ଏହି ଚମତ୍କାର ଦୃଶ୍ୟ କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମ ରେ ନିଶ୍ଚୟ ଜଣାନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।