ବାପାଙ୍କ ଚାକିରୀ ଚାଲି ଯିବାରୁ ଅଟୋ ଚଳାଇ ଘର ଚଳୁଛନ୍ତି ଏହି ଦୁଇ ଭଉଣୀ।ବାଃ.. ରେ ଝିଅ ବାଃ….ଏହି ଭଉଣୀ ମାନଙ୍କ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ
ଆଜିର ଏହି ବିଜ୍ଞାନ ଯୁଗର ମାତା ପିତା ମାନେ ଝିଅକୁ ଏକ ଅଭିଶାପ ବୋଲି ଭାବୁଛନ୍ତି।ଝିଅକୁ ଏକ ବୋଝ ବୋଲି ଭାବୁଛନ୍ତି।ତେଣୁ ସେମାନେ କନ୍ୟା ଭ୍ରୁଣ ହତ୍ୟା କରୁଛନ୍ତି।ସରକାର ଙ୍କ ତରଫରୁ ଯେତେବି ସଚେତନତା ଅଭିଯାନ ଆରମ୍ଭ କରା ଗଲେ ମଧ୍ୟ ଆଜିବି ଅନେକ ପିତା ମାତା କନ୍ୟା ସନ୍ତାନ କୁ ନିଜ ପାଇଁ ଏକ ଅଭିଶାପ ବୋଲି ଭାବୁଛନ୍ତି।ତେଣୁ ଆଜି ଦେଶରେ ଝିଅ ସଂଖ୍ୟା କମି କମି ଯାଉଛି।
ମାତ୍ର ସେହି ମାତା ପିତା ମାନେ ଜାଣି ପାରୁ ନାହାନ୍ତି କି ଆଜିର ଦିନରେ ଝିଅ ମାନେ ଯାଇ ମହାକାଶରେ ପହଞ୍ଚି ସାରିଲେଣି।ଆଜି ଝିଅ ମାନେ ବିମାନ ଚଳାଉଛନ୍ତି।ଝିଅ ମାନେ ଆଜି ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ହେଉଛନ୍ତି।
ତେଣୁ କେନ୍ଦ୍ର ସରକାର ଝିଅ ମାନଙ୍କ ସୁରକ୍ଷା ପାଇଁ “ବେଟି ବଚାଓ ବେଟି ପଢ଼ାଓ” ପରି ଯୋଜନା ମଧ୍ୟ ଆରମ୍ଭ କରିଛନ୍ତି।ମାତ୍ର ଏତେ ସବୁ ପରେବି ଆଜିର ସମାଜରେ ଝିଅକୁ ସମସ୍ତେ ବୋଝ ବୋଲି ଭାବୁଛନ୍ତି।
ଏହି ପରି ଚିନ୍ତା ଧାରା ଥିବା ପିତା ମାତାଙ୍କୁ ଏବେ ବନଜିତ କର ଏବଂ ଦବିଦର କର ନାମକ ଦୁଇ ଝିଅ ଏମିତି କିଛି କରି ଦେଖାଇଛନ୍ତି ଯାହା ପାଇଁ ସେମାନଙ୍କ ଚିନ୍ତାଧାରା ବଦଳି ଯିବ।କାରଣ ଏହି ଦୁଇ ଝିଅ ଏମିତି କିଛି କରି ଦେଖାଇଛନ୍ତି ଯାହା ଜଣେ ପୁଅ ମଧ୍ୟ କରି ପାରିବ ନାହିଁ।ଜାମ୍ମୁ କାଶ୍ମୀର ର ଅଧମପୁର ରେ ଏହି ଦୁଇ ଜଣ ଭଉଣୀ ସମସ୍ତ ଝିଅ ମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି।
Female Auto driver dropping me to my workplace from station . She was much better than male auto drivers and very polite .
We women can ride an auto and also fly a plane … #womenempowerment pic.twitter.com/IlitGIiEPx— [email protected] N ???????? (@SnehaNa13439620) January 12, 2021
କରୋନା ଭାଇରସ ର ସଂକ୍ରମଣ ରୁ ଦେଶ କୁ ରକ୍ଷା କରିବା ପାଇଁ ସାରା ଦେଶରେ ଲକ ଡାଉନ ଜାରି ହୋଇ ଥିଲା।ଏହି ଲକ ଡାଉନ ଦୀର୍ଘ ୬ ମାସ ଧରି ଚାଲି ଥିଲା।ତେଣୁ ଏହି ୬ ମାସ ପାଇଁ ସମଗ୍ର ଦେଶ ଯେମିତି ଶାନ୍ତ ହୋଇ ଯାଇ ଥିଲା।ଏହି କାରଣରୁ ଅନେକ ଲୋକ ନିଜର ଚାକିରୀ ଓ ଜୀବିକା ହରାଇ ଥିଲେ।
ସରଦାର ଗୋରଖ ସିଂ ନାମକ ଜଣେ ବ୍ଯକ୍ତି ସ୍କୁଲ ବସ୍ ଚଲେଇ ନିଜର ଗୁଜୁରାଣ ମେଣ୍ଟଉଥିଲେ।ମାତ୍ର ଏହି ଲକ ଡାଉନ ଯୋଗୁଁ ସେ ତାଙ୍କର ଚାକିରୀ ହରାଇ ଥିଲେ।ମାତ୍ର ଘର ଚଳାଇବା ପାଇଁ ସେ ଏକ ଅଟୋ ଚଲେଇବା ଆରମ୍ଭ କରି ଥିଲେ।
ମାତ୍ର ଏହା ଦ୍ଵାରା ମଧ୍ୟ ସେ ଯଥେଷ୍ଟ ଟଙ୍କା ରୋଜଗାର କରି ପାରୁ ନଥିଲେ। ତେଣୁ ତାଙ୍କର ଦୁଇ ଝିଅ ବାପାଙ୍କୁ କହି ଥିଲେ କି ସେମାନେ ମଧ୍ୟ ଅଟୋ ଚଳାଇବେ।ତେଣୁ ତାଙ୍କ ବାପା ସେମାନଙ୍କୁ ଅଟୋ ଚଲେଇବା ଶିଖାଇ ଥିଲେ।ଏବେ ଏହି ଦୁଇ ଭଉଣୀ ଆଉ ଦୁଇଟି ଅଟୋ ଚଳାଉଛନ୍ତି।
୨୧ ବର୍ଷୀୟ ବନଜିତ କର ଏବେ ସେକଣ୍ଡ୍ ଇୟର ର ଷ୍ଟୁଡେଣ୍ଟ ଅଟନ୍ତି ।କଲେଜ ରୁ ଫେରି ସେ ଅଟୋ ଚଳାନ୍ତି।ତାଙ୍କ ଭଉଣୀ ଦବିଦର କର ମଧ୍ୟ ଅଟୋ ଚଳାନ୍ତି।ତେବେ ଏହି ଭଉଣୀ ଏବେ ଅନ୍ୟ ଝିଅ ମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।