ବାପା ହେଲେ କ୍ୟାପଟେନ ବିରାଟ କୋହଲୀ , କ୍ରିକେଟ ପ୍ରେମୀଙ୍କ ପାଇଁ ଆସିଲା ଖୁସି ଖବର
କରନା କାଳରେ ଭାରତୀୟ କ୍ରିକେଟ ଖେଳାଳୀ ବିରାଟ କୋହଲୀ ନିଜ ପ୍ରଶଂସକଙ୍କୁ ଖୁସିର ଖବର ଦେଇଛନ୍ତି । ତେବେ ଭାରତର କ୍ରିକେଟ ଦଳର ଅଧିନାୟକ ବର୍ତ୍ତମାନ ନିଜର ଫ୍ୟାନ ମାନଙ୍କ ପାଇଁ ଏକ ଖୁସିର ଖବର ଦେଇଛନ୍ତି । ତେବେ ତାଙ୍କ ପତ୍ନୀ ବୋଲିଉଡ଼ ର ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ଶର୍ମା ମଧ୍ୟ ନିଜର ଫ୍ୟାନ ମାନଙ୍କ ପାଇଁ ଏହି ଖୁସି ଖବର ଆଣିଛନ୍ତି । ନିକଟ ଅତୀତରେ ବିରାଟ ଏବଂ ଅନୁଷ୍କା ଉଭୟେ ଟ୍ୱିଟ କରି ଅନୁଷ୍କା ଗର୍ଭବତୀ ହେବାର ଖବର ସାରା ଦେଶକୁ ଜଣାଇଥିଲେ ।
ତେଣୁ ଆଜି ମୁମ୍ବାଇ ର ବ୍ରିଜ କେଣ୍ଡି ହସ୍ପିଟାଲରେ ଅନୁଷ୍କା ଶର୍ମା ଜଣେ ଜଣେ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଥିବାର ଜଣା ପଡ଼ିଛି । ଜାନୁୟାରୀ ୧୧ ତାରିଖରେ ସକାଳ ସମୟରେ ଅନୁଷ୍କା ଙ୍କୁ ପ୍ରସବ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ତେବେ ୧୧ ତାରିଖ ଅପରାହ୍ନ ୪ ରେ ସେ ଜଣେ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଥିଲେ । ଯେଉଁ ଖବର କୁ ନିଜେ ବିରାଟ ଟ୍ୱିଟ କରି ସମସ୍ତଙ୍କୁ ଜଣାଇଛନ୍ତି । ତେବେ ଏହି ଖବର ଉଭୟଙ୍କ ପ୍ରଶଂସକଙ୍କ ମନରେ ଖୁସିର ଲହରୀ ଖେଳାଇ ଦେଇଛି ।
ତେବେ ଏହି ଖୁସିର ଖବରକୁ ସମସ୍ତଙ୍କ ସହିତ ସେୟାର କରିବା ପାଇଁ ବିରାଟ ଟ୍ୱିଟ କରି ଲେଖିଛନ୍ତି ଯେ ‘ ଆଜି ଅପରାହ୍ନରେ ଆମେ ଏକ ଶିଶୁ କନ୍ୟାର ମାତା ପିତା ହୋଇଛୁ , ଏବଂ ଏହି ଖବର ଆପଣଙ୍କ ସହିତ ସେୟାର କରି ମୁଁ ବହୁତ ଖୁସି , ଆପଣ ମାନଙ୍କର ଭଲ ପାଇବା ଏବଂ ପ୍ରାର୍ଥନା ପାଇଁ ଆମ ତରଫରୁ ଆପଣ ମାନଙ୍କୁ ଅନେକ ଧନ୍ୟବାଦ , ଅନୁଷ୍କା ଏବଂ ଶିଶୁ ଉଭୟ ସୁସ୍ଥ ଅଛନ୍ତି ଏବଂ ଆମେ ଆଶା କରୁଛୁ ଯେ ଏପରି ସମୟରେ ଆପଣ ମାନେ ଆମ ଗୋପନୀୟତା ନକରିବେ ।
ଆମେ ଏକ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛୁ । ତେଣୁ ଆଶା କରୁଛୁ ଆଗାମୀ ସମୟରେ ମଧ୍ୟ ଆପଣ ମାନେ ଆମ ପ୍ରତି ଭଲ ପାଇବା ସେମିତି ଦେଉଥିବେ । ‘ ତେବେ ଏହା ବିରାଟ ଟ୍ୱିଟ ମାଧ୍ୟମରେ ସମସ୍ତଙ୍କୁ ଜଣାଇଛନ୍ତି । କିନ୍ତୁ ଗୋପନୀୟତା କୁ ଦୃଷ୍ଟି ରେ ରଖି ଶିଶୁ କନ୍ୟାର ଫୋଟକୁ ବିରାଟ ସେୟାର କରି ନାହାଁନ୍ତି ।
ତେବେ ଏସବୁ ସତ୍ତ୍ୱେ ବି ବିବାଟ ପିତା ହେବାର ଖବର ଶୁଣାଯିବା ପରେ ଦେଶର କୋଣ ଅନୁକୋଣରୁ ଶୁଭେଚ୍ଛା ର ସୁଅ ଛୁଟିଛି । ଦେଶ ମଧ୍ୟରେ ଏବଂ ବାହାରେ ଏମିତିରେ ବିରାଟ ଏବଂ ଅନୁଷ୍କା ଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ରହିଛନ୍ତି ।
ତେବେ ଉଭୟ ପିତା ମାତା ହେବାର ଖବର ପ୍ରଚାର ହେବା ପରେ ସମସ୍ତ ପ୍ରଶଂସକ ଙ୍କ ଠାରୁ ସୋସିଆଲ ମିଡ଼ିଆ ଜରିଆରେ ଶୁଭେଚ୍ଛା ର ସୁଅ ଛୁଟିଛି । ପୁଣି ବିରାଟ ଙ୍କ ପରିବାର ଲୋକେ ମଧ୍ୟ ଏହି ଖୁସି ଖବର ପାଇଁ ଖୁବ ଉତ୍ସୁକ ଅଛନ୍ତି ଯାହା ତାଙ୍କ ଟ୍ୱିଟ ରୁ ସ୍ପଷ୍ଟ ଭାବରେ ଜଣା ପଡ଼ୁଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।