ବାପ ରେ ଏତେ ସମ୍ପତ୍ତି ! ଏବେ ସାରା ଓଡ଼ିଶାରେ ଚର୍ଚ୍ଚାରେ ଥିବା ବେଣୁ ମାଉସ ଙ୍କ ସମ୍ପତ୍ତି ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…..
ରାତାରାତି ସୋସିଆଲ ମିଡିଆରେ ଷ୍ଟାର୍ ବନି ଯାଇଥିବା ବେଣୁ ମଉସା ଏବେ ଓଡ଼ିଶାରେ ଏକ ଚର୍ଚ୍ଚିତ ଚେହେରା ପାଲଟି ଯାଇଛନ୍ତି। ବାଲେଶ୍ଵର ସଦର ନିର୍ବାଚନ ମଣ୍ଡଳୀର ସେ ହେଉଛନ୍ତି ସ୍ଵାଧୀନ ପ୍ରାଥି ଏବଂ ତାଙ୍କ ଚିହ୍ନ କେଟିଲି ଚିହ୍ନ। ବାଲେଶ୍ଵର ରେ ଜମୁଛି ପ୍ରଚାର ଆଉ କମ୍ପୁଛି ମଇଦାନ। ଆପଣ ଜାଣିଛନ୍ତି ନଭେମ୍ୱର ୩ ତାରିଖରେ ହେବ ତିର୍ତ୍ତୋଲ ଓ ବାଲେଶ୍ୱର ସଦ ଉପନିର୍ବାଚନ ।
ମଝିରେ ଆଉ ୨ ଦିନ ବାକି ରହିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ସେଥିପାଇଁ ପ୍ରଚାରରେ ମାତିଛନ୍ତି ସବୁ ଦଳର ହେଭିୱେଟ ନେତା ମାନେ। ନିଜ ସପକ୍ଷରେ ଭୋଟରଙ୍କୁ ନେବା ପାଇଁ ହାଇଭୋଲଟେଜ୍ କ୍ୟାମ୍ପେନିଂ ମଧ୍ୟ କରୁଛନ୍ତି ଏହି ନେତା ମାନେ।
ଏକ ପ୍ରକାର ସରଗରମ ହୋଇ ଉଠିଛି ବାଲେଶ୍ଵର ସଦର ନିର୍ବାଚନ ମଣ୍ଡଳୀ।ତେବେ ଏଠାରେ ବାଲେଶ୍ୱର ସଦର ବିଧାନସଭା ଆସନକୁ ହାତେଇବା ପାଇଁ ଶାସକ ବିଜେଡି ଏବେ ନିଜର ସମସ୍ତ କଳବଳ କୌଶଳ ଲଗାଇ ଦେଇଥିବା ବେଳେ ବିକାଶ ଓ ଅନୁକମ୍ପା କାର୍ଡ ଖେଳି ନିଜର ଏହି ଆସନକୁ ପୁଣିଥରେ ନିୟନ୍ତ୍ରଣକୁ ନେବାକୁ ବିଜେପି ପ୍ରାଣମୂର୍ଚ୍ଛା ଉଦ୍ୟମ କରିଛି। କେହି କାହାକୁ କମ୍ ଜଣା ଯାଉ ନାହାନ୍ତି ।
ବିଜେଡି ଓ ବିଜେପି ମଧ୍ୟରେ ଘମାସନ ଲଢ଼େଇ ମଧ୍ୟରେ କଂଗ୍ରେସ ମଧ୍ୟ ପଛରେ ରହିନାହିଁ। ଠିକ୍ ଏତିକି ବେଳେ ସ୍ୱାଧୀନ ପ୍ରାର୍ଥୀ ଭାବରେ ୮୦ବର୍ଷୀୟ ବେଣୁଧର ବାରିକ ଯାହାଙ୍କୁ ସମସ୍ତେ ବେଣୁ ମଉସା ଭାବରେ ଡାକୁଛନ୍ତି,ସେ ଚଳିତ ଉପନିର୍ବାଚନ ରେ ରାତାରାତି ଚର୍ଚ୍ଚିତ ଚେହେରା ଏବଂ ସୋସିଆଲ ମିଡିଆରେ ହିରୋ ପାଲଟି ଯାଇଛନ୍ତି କହିଲେ ଚଳେ।
ତେବେ ସ୍ୱାଧୀନ ପ୍ରାର୍ଥୀ ଭାବରେ ତାଙ୍କ ପଛରେ ରହିଛନ୍ତି ଅନେକ ସମାଜସେବୀ, କଳାକାର, ଶୁଭେଚ୍ଛୁ ଏବଂ ଶୁଭ ଚିନ୍ତକ ମାନେ। ସ୍ୱାଧୀନ ପ୍ରାର୍ଥୀ ଭାବରେ ବେଣୁ ମଉସାଙ୍କର ପ୍ରଚାରର ଷ୍ଟାଇଲ ସମସ୍ତଙ୍କୁ ଆକୃଷ୍ଟ କରି ଦେଇଛି। ନିଜ ପାଖରେ ଟଙ୍କା ଟିଏ ବି ନଥିଲେ କଣ ହେବ ସେ ମଧ୍ୟ ପ୍ରଚାରରେ କାହାଠାରୁ କମ୍ ନୁହଁ।
ପ୍ରଥମେ ଭଙ୍ଗା ସାଇକେଲ ରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଥିବା ବେଣୁ ମଉସା ଏବେ ଖୋଲା ଜିପ୍,ରଥ, ହୋଣ୍ଡା ସିଟି କାର୍ ପରେ ମର୍ଶିଡିଜ୍ ରେ ପ୍ରଚାର କରୁଛନ୍ତି ତାଙ୍କର ସମର୍ଥକ ମାନଙ୍କ ସହିତ। ଲୋକଙ୍କ ସାହାଯ୍ୟ ସହାନୁଭୂତି ପାଇ ସେ ଆଜି ଆଗକୁ ମାଡି ଚାଲିଛନ୍ତି।ମନରେ କେବଳ ଗୋଟିଏ କଥା, ବାଲେଶ୍ଵର ର ବିକାଶ ଏବଂ ପ୍ରଗତି ର ଧାରାକୁ ଆଗେଇ ନେବା।
ନୋମିନେସନ୍ ରେ ସେ ଦାଖଲ କରିଥିବା ତଥ୍ୟ ଅନୁସାରେ ତାଙ୍କର ସ୍ଥାବର ଅସ୍ଥାବର ସମ୍ପତ୍ତି କିଛି ନାହିଁ। ଆକାଉଣ୍ଟ ରେ ଟଙ୍କା ନାହିଁ କି ନଗଦ ଟଙ୍କା ମଧ୍ୟ କିଛି ନାହିଁ। ବୃତ୍ତି ତାଙ୍କର ନାପିତ ଏବଂ ନାପିତ କର୍ମ କରି ଯାହା ଟଙ୍କା ଆସେ ସେଥିରୁ ପରିବାର ଚଲାନ୍ତି। ବୟସ ତାଙ୍କର ୮୦। ବିନା ଟଙ୍କା ବଳରେ ସ୍ୱଚ୍ଛ ରାଜନୀତି କରି ଲୋକଙ୍କୁ ଆକୃଷ୍ଟ କରିବା ଗଣତନ୍ତ୍ର ର ସୌନ୍ଦର୍ଯ୍ୟ ହୋଇଥିବା ବେଳେ ଏଥିରେ ବେଣୁ ମଉସା କେତେ ସଫଳ ହେଉଛନ୍ତି ଦେଖିବାକୁ ବାକି ରହିଲା।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।