ସରକାରଙ୍କ ବଡ ନିଷ୍ପତି ! ବିକ୍ରି ହେବ 4 ବ୍ୟାଙ୍କ୍ , ସରକାରୀ ବ୍ୟାଙ୍କର କାହିଁକି ଘରୋଇକରଣ କରୁଛନ୍ତି ମୋଦି ସରକାର ?
ଦେଶର ସବୁଠୁ ବଡ ବ୍ୟାଙ୍କ୍ କର୍ମଚାରୀ ସଂଗଠନ ୟୁନାଇଟେଡ ଫୋରମ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ହରତାଳ ପାଇଁ ଆହ୍ୱାନ ଦେଇଛନ୍ତି ।ଏହି ହରତାଳ ରେ ଦେଶର ବ୍ୟାଙ୍କ କର୍ମଚାରୀ ଓ ଅଫିସରଙ୍କ 9 ଗୋଟି ସଂଗଠନ ସାମିଲ୍ ହୋଇଛନ୍ତି ।ୟୁନିୟନ୍ କହିଛନ୍ତି – ଯେତେବେଳେ ସରକାରୀ ବ୍ୟାଙ୍କ୍ କୁ ମଜବୁତ୍ କରି ଅର୍ଥବ୍ୟବସ୍ଥା ତ୍ୱରାନ୍ୱିତ ପାଇଁ ଦାୟିତ୍ୱ ଦିଆଯିବା ଆବଶ୍ୟକ । ଠିକ୍ ଏହି ସମୟରେ ସରକାର ଓଲୋଟା ପଦକ୍ଷେପ ନେଉଛନ୍ତି । ଆଇଡିଆଇବିଆଇ ବ୍ୟତୀତ ଅନ୍ୟ ସରକାରୀ ବ୍ୟାଙ୍କର ଘରୋଇକରଣକୁ ବ୍ୟାଙ୍କ ୟୁନିୟନ୍ ବିରୋଧ କରୁଛନ୍ତି ।ଚଳିତ ବର୍ଷ 2 ଟି ସରକାରୀ ବ୍ୟାଙ୍କ ଓ ଗୋଟିଏ ସାଧାରଣ ଜୀବନ ବୀମା କମ୍ପାନୀକୁ ଘରୋଇକରଣ କରାଯିବା ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଅଧିବେଶନରେ ଘୋଷଣା କରିଥିଲେ ।
ଏହା ପୂର୍ବରୁ ଆଇଡିବିଆଇ ବ୍ୟାଙ୍କକୁ ବିକ୍ରି କରିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଜୀବନ ବୀମା ନିଗମରେ ସରକାରୀ ଅଂଶଧନ ବିକ୍ରି ଲାଗି ଗତ ବର୍ଷ ବଜେଟରେ ସରକାର ଘୋଷଣା କରିଥିଲେ ।କିନ୍ତି ଏ ପର୍ଯ୍ୟନ୍ତ କେଉଁ ବ୍ୟାଙ୍କରୁ ସରକାର ସମ୍ପୁର୍ଣ୍ଣ ଅଂଶଧନ କିମ୍ବା କିଛି ଅଂଶ ବିକ୍ରି ପାଇଁ ଚାହୁଁଛନ୍ତି ସେ ନେଇ କିଛି ଘୋଷଣା କରିନାହାନ୍ତି ।
ତେବା ଚର୍ଚ୍ଚା ହେଉଛି ସରକାର 4 ଗୋଟି ବ୍ୟାଙ୍କକୁ ବିକ୍ରି କରିଦେବ । ସେହି ବ୍ୟାଙ୍କ୍ ଗୁଡିକ ହେଉଛି ବ୍ୟାଙ୍କ୍ ଅଫ୍ ମହାରାଷ୍ଟ୍ର , ବ୍ୟାଙ୍କ୍ ଅଫ୍ ଇଣ୍ଡିଆ,ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ୍ ଏବଂ ସେଣ୍ଟ୍ରାଲ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ।ତେବା ସରକାରଙ୍କ ପକ୍ଷରୁ ଏ ନେଇ କୌଣସି ବିଧିବଦ୍ଧ ଘୋଷଣା କରିନାହାନ୍ତି ।ତେବା ଏହି ଚାରି ବ୍ୟାଙ୍କ ର ପ୍ରାୟ 1 ଲକ୍ଷ 30 ହଜାର କର୍ମଚାରୀ ଙ୍କ ସହ ଅନ୍ୟକର୍ମଚାରୀ ବ୍ୟାଙ୍କ ଏହି ଚର୍ଚ୍ଚାକୁ ନେଇ ଆତଙ୍କିତ ଅଛନ୍ତି ।
ବ୍ୟାଙ୍କର ରାଷ୍ଟ୍ରୀୟକରଣ –
1969 ମସିହାରେ ଇନ୍ଦିରା ଗାନ୍ଧୀ ସରକାର 14 ଗୋଟି ବ୍ୟାଙ୍କର ରାଷ୍ଟ୍ରୀୟକରଣ କରିଥିଲେ । ବ୍ୟାଙ୍କଗୁଡିକ ଦେଶରେ ସମସ୍ତଙ୍କ ଉନ୍ନତି ଲାଗି ସାମାଜିକ କର୍ତ୍ତବ୍ୟର ପାଳନ କରୁନାହାନ୍ତି ବୋଲି ଅଭିଯୋଗ ହୋଇଥିଲା ।ବରଂ ମାଲିକଙ୍କ ହାତରେ ସଖି କଣ୍ଢେଇ ହୋଇ ରହିଛନ୍ତି ।
ଏହା ପରେ ହୋଇଥିଲା ବ୍ୟାଙ୍କଗୁଡିକର ରାଷ୍ଟ୍ରୀୟକରଣ ।ତେବେ ଏହା ପୂର୍ବରୁ ସରକାର 1955 ରେ ଷ୍ଟେଟ୍ ବ୍ୟଙ୍କ ଅଫ୍ ଇଣ୍ଡିଆ କୁ ହାତକୁ ନେଇଥିଲେ ।1991 ରେ ଆର୍ଥିକ ସୁଧାର ପରେ ବାରମ୍ବାର କୁହାଯାଉଛି କି ସରକାରଙ୍କ କାମ ବ୍ୟବସାୟକରିବା ନୁହେଁ । ପ୍ରଧାନମନ୍ତ୍ରୀ ମୋଦି ଏହି କଥାକୁ ଦୃଢତାର ସହ ଦୋହରାଇ ଦେଇଛନ୍ତି ।
ରାଷ୍ଟ୍ରୀୟକରଣ ପରେ ସମସ୍ୟା-
ବ୍ୟାଙ୍କ କ୍ଷେତ୍ରରେ ବଡ ସମସ୍ୟା ହେଉଛି ବିଗତ ବର୍ଷରେ ଥିବା ସରକାର ଜନତାଙ୍କୁ ଭୂତେଇବା ଲାଗି ଏବଂ ଭୋଟ୍ ବ୍ୟାଙ୍କ୍ ଲାଗି ଏମିତି କିଛି ଘୋଷଣା କରିଛନ୍ତି ଯାହାର ବୋଝ ସରାକରୀ ବ୍ୟାଙ୍କ କୁ ଉଠେଇବାକୁ ପଡୁଛି ।ଏହାର ସବୁଠୁ ବଡ ଉଦାହରଣ ହେଉଛି ଋଣ ଛାଡ ।
ଭାରତରେ ସରକାରୀ ବ୍ୟାଙ୍କ ତୁଳନାରେ ଘରୋଇ ବ୍ୟାଙ୍କ କାରବାର ଭଲ ।ଏମିତି ବି ଘରୋଇ ବ୍ୟାଙ୍କ ସହ ସରକାରଙ୍କ ସମ୍ପର୍କ ନିବିଡ ।ଆଉ ଏହା ମଧ୍ୟ ସତ ଯେ ଯେତେବେଳେ କୌଣସି ବ୍ୟାଙ୍କ ବୁଡିଯିବା ଅବସ୍ଥା ରେ ପହଞ୍ଚେ ତ ସରକାର ଆଗକୁ ଆସି ତାକୁ ବଞ୍ଚାନ୍ତି ।ଖାସ୍ ଏଇଥି ପାଇଁ ସ୍ୱାଧୀନ ଭାରତରେ ଆଜିଯାଏଁ କୌଣସି ସେଡ୍ୟୁଲ୍ଡ କମର୍ସିଆଲ୍ ବ୍ୟାଙ୍କ ଡୁବି ନାହିଁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।