କଦଳୀ ଖାଇବାର ସଠିକ ଉପାୟ ଓ ଏହାର ଫାଇଦା 99 % ଲୋକ ଜାଣି ନଥିବେ, ଜାଣନ୍ତୁ ଏହାକୁ କେବେ, କେମିତି ଓ କେତେଟା ଖାଇବେ – Health Tips

ବନ୍ଧୁଗଣ ପ୍ରତ୍ୟେକ ଦିନ କଦଳୀ ସେବନ କରିଥାନ୍ତି। କଦଳୀ ରେ ଭରପୁର ମାତ୍ରା ରେ କ୍ୟାଲସିୟମ, ପୋଟାସିୟମ ରହିଥାଏ।କଦଳୀ ରେ ଭିଟାମିନ B612 ଓ ଆଇରନ ର ପରିମାଣ ପ୍ରଚୁର ମାତ୍ରାରେ ରହିଥାଏ। ପ୍ରଥମେ ଆସନ୍ତୁ ଜାଣିବା କଦଳୀ ଖାଇବାର ସଠିକ ସମୟ-:

ବନ୍ଧୁଗଣ କଦଳୀ କୁ ସକାଳ ସମୟରେ ଖାଇବା ଦ୍ଵାରା ଏହା ଅତ୍ୟନ୍ତ ଗୁଣକାରୀ ସାବ୍ୟସ୍ତ ହୋଇଥାଏ। ସକାଳ ସମୟରେ କଦଳୀ ଖାଇବା ଦ୍ୱାରା ଏହା ଆମ ପାଚନ କ୍ରିୟା କୁ ମଜବୁତ କରିଥାଏ। ସକାଳେ ଖାଲି ପେଟରେ ଖାଇବା ଦ୍ୱାରା ଏହା କ୍ୟାଲୋରୀ ବର୍ଣ୍ଣ କରିଥାଏ ଏବଂ ମୋଟାପଣ କୁ ଦୁର କରିଥାଏ। ସୂର୍ଯ୍ୟାସ୍ତ ପୂର୍ବରୁ ହିଁ କଦଳୀ ଖାଇବା ଉଚିତ। ଯଦି ଆପଣ ଏହାର ସେବନ ସନ୍ଧ୍ୟା ବା ରାତି ସମୟରେ କରିବେ ତେବେ କାଶ, ସର୍ଦ୍ଦି ଏବଂ ଆଣ୍ଠୁବିନ୍ଧା ଭଳି ସମସ୍ୟା ଦେଖିବାକୁ ମିଳିଥାଏ।

କଦଳୀ ଖାଇବାର ସଠିକ ପ୍ରୟୋଗ-:

କଦଳୀ ଖାଇବା ଦ୍ୱାରା ଆମ ଶରୀରକୁ ଅନେକ ଲାଭ ମିଳିଥାଏ। କିନ୍ତୁ ଯଦି ଆମେ ଏହାର ସେବନ କଳାଲୁଣ, ଡାଲଚିନି ଆଦି ସହିତ କରିବା ତେବେ ଏହା ଲାଭକାରୀ ହେବ। ଡାଇବେଟିସ ର ରୋଗୀ କଦଳୀ ଚୋପା ର ଭିତର ସତ୍ତା କୁ ଛେଲି ଦୁଇ ଚାମଚ ଖାଇବା ଦ୍ୱାରା ଭରପୁର ମାତ୍ରାରେ କ୍ୟାଲସିୟମ ମିଳିଥାଏ। ଯେଉଁମାନେ ନିଜର ଓଜନ ବଢ଼ାଇବା ପାଇଁ ଚାହୁଁଛନ୍ତି ସେମାନେ କ୍ଷୀର ସହିତ କଦଳୀ ର ସେବନ କରନ୍ତୁ। । କଞ୍ଚା ଥିବା କଦଳୀ ଖାଇବା ଦ୍ଵାରା ପେଟ ଜନିତ ସମସ୍ୟା ଦେଖା ଯାଇଥାଏ। ତେଣୁ ଭଲରେ ପାଚି ଥିବା କଦଳୀ ର ହିଁ ସେବନ କରନ୍ତୁ।

କେତୋଟି କଦଳୀ ଖାଇବା ଉଚିତ-:

ଜଣେ ସୁସ୍ଥ ବ୍ୟକ୍ତି ଦିନକୁ ୨ ରୁ ୩ ଟି କଦଳୀ ଖାଇ ପାରିବେ। ଯେଉଁମାନେ ୱାକ୍ ଆଉଟ୍ କରୁଛନ୍ତି ବା ଜିମ୍ ଯାଉଛନ୍ତି ସେମାନଙ୍କୁ ଦିନକୁ ୪ ରୁ ୫ ଟି କଦଳୀ ଖାଇବାର ପରାମର୍ଶ ଦିଆ ଯାଇଥାଏ।

କେଉଁ ଜିନିଷ ଖାଇବା ଉଚିତ ନୁହେଁ-:

କଦଳୀ ଖାଇବା ପରେ କେବେବି ପାଣି ପିଇବା ଉଚିତ ନୁହେଁ। ଏହାଦ୍ବାରା ଗଳା ଖରାପ ହୋଇଥାଏ ଏବଂ ଥଣ୍ଡା, କାଶ, ସର୍ଦ୍ଦି ଭଳି ସମସ୍ୟା ଦେଖା ଯାଇଥାଏ। ଏହା ସହିତ କଦଳୀ ଖାଇବା ପରେ କେବେବି ଅଣ୍ଡା ଖାଆନ୍ତୁ ନାହିଁ। କଦଳୀ ଥଣ୍ଡା ହୋଇଥାଏ ଏବଂ ଅଣ୍ଡା ଗରମ।ଆୟୁର୍ବେଦ ଅନୁସାରେ ଉଭୟ କୁ ଏକାଠି ଖାଇବା ଦ୍ୱାରା କବ୍ଜ ଭଳି ପେଟ ସମସ୍ୟା ଦେଖା ଯାଇଥାଏ।

କଦଳୀ ଖାଇବାର ଫାଇଦା-:

ନିୟମିତ ଭାବରେ କଦଳୀ ଖାଇବା ଦ୍ଵାରା ଆପଣଙ୍କୁ ଭଲ ନିଦ ହୋଇଥାଏ। ଏହାର ସେବନ ଦ୍ୱାରା ପାଚନ କ୍ରିୟା ମଜବୁତ ହୋଇଥାଏ ଏବଂ ଏହା ଓଜନ ବଢ଼ାଇବାରେ ମଧ୍ୟ ସହାୟକ ହୋଇଥାଏ। କଦଳୀ ଖାଇବା ଦ୍ୱାରା ବ୍ଲଡ଼ ପ୍ରେସର ମଧ୍ୟ ନିୟନ୍ତ୍ରିତ ରୁହେ। ଏହା ସହିତ କଦଳୀ କୁ ନିୟମିତ ଭାବରେ ସେବନ କରିବା ଦ୍ୱାରା ମାନସିକ ଚାପ ରୁ ମୁକ୍ତି ମିଳିଥାଏ। ଯେଉଁ ମାନଙ୍କ ଦେହରେ ସର୍ବଦା ଥଣ୍ଡା ଓ ସର୍ଦ୍ଦି ଭଳି ସମସ୍ୟା ଦେଖାଯାଏ ।

ସେମାନେ କଦଳୀ ଖାଇବା ଉଚିତ ନୁହେଁ। କାରଣ ଏହା ଶରୀର ପାଇଁ ଅତ୍ୟନ୍ତ ଥଣ୍ଡା ହୋଇଥାଏ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।