ବଜାରକୁ ଆସିଲା ବାଇକ ଦୁର୍ଘଟଣା ନିୟନ୍ତ୍ରଣ କରିବା ଯନ୍ତ୍ର କେମିତି ଏହାକୁ ବ୍ୟବହାର କରିବେ ଦେଖନ୍ତୁ…..

ଆଜି ପ୍ରାୟ ରାସ୍ତାରେ ଦୁର୍ଘଟଣାରେ ଶିକାର ହେଉଥିବା ଲୋକଙ୍କ ମଧ୍ୟରୁ ଅଧିକ ଲୋକ ହେଉଛନ୍ତି ବାଇକ ଚଳାଳୀ । ଦୁର୍ଘଟଣା ରେ ପ୍ରତିଶତ କଲେ ଅଧିକାଂଶ ଅର୍ଥାତ ଅଶୀ ପ୍ରତିଶତ ଲୋକ ହେଉଛନ୍ତି ବାଇକ ଚଳାଉ ଥିବା ସମୟରେ ସଡ଼କ ଦୁର୍ଘଟଣାରେ ସ୍ୱୀକାର ହେଉଛନ୍ତି । ତେଣୁ ଏହି ଦୁର୍ଘଟଣା କୁ ନିୟନ୍ତ୍ରଣ କରିବା ପାଈଁ ସବୁ ଦେଶରେ ଗବେଷଣା ଚାଲିଛି ।

କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ସଫଳତା ମିଳି ନଥିଲା । କିନ୍ତୁ ବର୍ତମାନ ମାନ ଏହି ଦୁର୍ଘଟଣା କୁ ନିୟନ୍ତ୍ରଣ କରିବା ପାଇଁ ଏକ ନୂତନ ଯନ୍ତ୍ର ଆବିଷ୍କାର କରାଯାଇଛି ।

ଏହି ଯନ୍ତ୍ର କୁ ବାହାର କରିଥିବା କମ୍ପାନୀ ହେଉଛି ମୋଟବୀନ କମ୍ପାନୀ । ଏହି କମ୍ପାନୀ ଯେଉଁ ଯନ୍ତ୍ର ବାହାର କରିଛି ଏହାର ନାମ ରହିଛି ସେଣ୍ଟିନାଲ । ଏହି ଯନ୍ତ୍ର କୁ ବ୍ୟବହାର କଲେ ବାଇକ ଚଳାଳୀ ମାନଙ୍କୁ ଦୁର୍ଘଟଣା ପୂର୍ବରୁ ସତର୍କ କରାଇବ । ଯାହାକୁ ବାଇକ ଚଳାଳୀ ମଧ୍ୟ ନିଜର ବ୍ଳ୍ଉଟୁ ତଥା ସ୍ମାର୍ଟ ଫୋନ ସହିତ ସଂଯୋଗ କରି ପାରିବେ ।

ଯାହାଦ୍ୱାରା ଏହା ଆପଣଙ୍କୁ ବିପଦ ଆସିବା ପୂର୍ବରୁ ଜଣେଇ ଦେବ । ଯେମିତି କିଛି ଆଗରେ ଟ୍ରାଫିକ ଥିଲେ, କିମ୍ବା ଅଧିକ ଜୋରରେ ବାଇକ ଚଳେଇଲେ ଆପଣଙ୍କୁ ସତର୍କ କରାଇବ ।

ଏହି ଯନ୍ତ୍ରକୁ ବାହାର କରିଥିବା କମ୍ପାନୀ ସୂଚନା ଦେଇଛି ଯେ ଏହି ଯନ୍ତ୍ର କୁ ବାଇକ ଚଳାଉ ଥିବା ବ୍ୟକ୍ତି ନିଜର ହାତରେ ବାନ୍ଧି ପାରିବେ, ଗୋଡରେ ବାନ୍ଧି ପାରିବେ, ନିଜର ବେଲ୍ଟ ରେ ମଧ୍ୟ ବାନ୍ଧି ବ୍ୟବହାର କରି ପାରିବେ । ଏହି ଯନ୍ତ୍ର କୁ ମଧ୍ୟ ଜଣେ ବ୍ୟକ୍ତି ସୁରକ୍ଷିତ ରଖେଇ ଅର୍ଥାତ ଘରେ ରଖି ସଂଯୋଗ କରି ପାରିବେ ।

ମୋଟବୀନ କମ୍ପାନୀ କହିଛି ଯେ ଏହି ଯନ୍ତ୍ର କୁ ବାହାର କରିବାକୁ ଦୁଇ ଵର୍ଷ ଲାଗିଛି । ଏହି ଯନ୍ତ୍ର ବର୍ତମାନ ବଜାର ରେ ବିକ୍ରୀ ହେବl ପାଈଁ ଯୋଗେଇ ସାରିଛି କମ୍ପାନୀ । ଏହି ଯନ୍ତ୍ର ର ଦାମ ବର୍ତମାନ ବଜାରରେ 228 ଡଲାର ଯାହାକି ଭାରତୀୟ ଟଙ୍କାରେ 9500 ଟଙ୍କା ଅଟେ ଏହାକୁ ବିକ୍ରୀ କରା ଯିବ ।

ଭାରତର ବଜାରରେ ଏହାକୁ ବିକ୍ରୀ କରିବା ପାଈଁ ଏହା ଭାରତ କୁ ଆସିବ 2021 ମସିହl ସୁଦ୍ଧା ବୋଲି ମୋଟବୀନ କମ୍ପାନୀ କହିଛି । ଏହା ବଜାରରେ ବିକ୍ରି ହେଲେ ଲୋକେ ବ୍ୟବହାର କଲେ ଦେଶରେ ବାଇକ ଦୁର୍ଘଟଣାର ହାର କମିଯିବ ବୋଲି ଅନୁମାନ କରାଯାଇଛି । ବର୍ତମାନ ମୋଟବିନ କମ୍ପାନୀ କହିଛି ଯେ ଯେଉଁଠି ଏହି ଯନ୍ତ୍ର ବ୍ୟବହାର ହେଉଛି ସେଠାରେ ସଡ଼କ ଦୁର୍ଘଟଣା 80 ପ୍ରତିଶତ କମି ଯାଇଛି ।

ତେଣୁ ଆଶା କରାଯାଉଛି ଏହାକୁ ଭାରତରେ ବ୍ୟବହାର କଲେ ଆମ ଦେଶରେ ମଧ୍ୟ ଦୁର୍ଘଟଣାର ହାର କମିଯିବ ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।