ବାଇକ୍ ପଛରେ ବସିଥିବା ବ୍ୟକ୍ତି ହେଲମେଟ୍ ପିନ୍ଧିନଥିଲେ ଚଳାଉଥିବା ବ୍ୟକ୍ତି ବିରୁଦ୍ଧରେ ନିଆଯିବ ଏହି ଦୃଢ କାର୍ଯ୍ୟାନୁଷ୍ଠାନ, ସେୟାର କରି ନିଶ୍ଚୟ ଜଣାନ୍ତୁ……
ଆସିଲା ନୂଆ ନିୟମ। ରାଜ୍ୟ ପରିବହନ କର୍ତ୍ତୁପକ୍ଷ ଙ୍କ ତରଫରୁ ଏ ନେଇ ସୂଚନା ଦିଆ ଯାଇଛି। ବାରମ୍ବାର ଲୋକ ମାନଙ୍କର ସୁରକ୍ଷା ଏବଂ ସଚେତନତା ପାଇଁ ରାଜ୍ୟ ପରିବହନ ବିଭାଗ ଅନେକ ପ୍ରକାର ଗାଇଡ ଲାଇନ୍ ଆଣିଛନ୍ତି।ତେବେ ବର୍ତ୍ତମାନର ସୂଚନା ଅନୁସାରେ ଏଥିରେ କୁହା ଯାଇଛି କି ବାଇକ, ସ୍କୁଟର ଆଦି ଦୁଇ ଚକିଆ ଯାନରେ ଯାଉଥିବା ବ୍ୟକ୍ତି ବା ମହିଳା ମାନଙ୍କ ପାଇଁ ଏହି ନିୟମ ହୋଇଛି।ଗାଡ଼ିର ପଛ ସିଟରେ ବସିଥିବା ଯେ କୌଣସି ବ୍ୟକ୍ତି ଏବେ ହେଲମେଟ ପିନ୍ଧିବା ବାଧ୍ୟତା ମୂଳକ ହେବ ବୋଲି କୁହା ଯାଇଛି।
ଯଦି ଗାଡ଼ିର ପଛ ସିଟରେ ବସିଥିବା ବ୍ୟକ୍ତି ହେଲମେଟ ପିନ୍ଧି ନଥିବେ ଆଉ ଏହିଭଳି ଭାବରେ ଗାଡ଼ି ଚାଳକ ଗାଡ଼ି ଚଳାଉ ଥିବେ ତେବେ ଏହି ସ୍ଥିତିରେ ଗାଡ଼ି ଚଳାଉଥିବା ବ୍ୟକ୍ତିର ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବ ବୋଲି କୁହା ଯାଇଛି।
ଯେଉଁ ବିଷୟରେ ସଂପୃକ୍ତ ବିବରଣୀ ଦେଇ ଟ୍ବିଟ୍ କରି ଏପରି କିଛି ଚେତାବନୀ ଶୁଣାଇଛି ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ)। ହେଲମେଟ ପିନ୍ଧିବା ଦ୍ବାରା ଲୋକମାନେ ନିଜର ସୁରକ୍ଷା କରି ପାରିବେ। ଏହାଦ୍ଵାରା ଦୁର୍ଘଟଣା ଘଟିଲେ ମଧ୍ୟ ଆପଣ ଏଥିରୁ ଅଳ୍ପକେ ବର୍ତ୍ତି ଯାଇ ପାରିବେ।ଏହା ସମସ୍ତଙ୍କ ପାଇଁ ଜରୁରୀ ଜାଣି ମଧ୍ୟ ଅନେକ ଲୋକ ଏହାକୁ ପିନ୍ଧୁ ନାହାନ୍ତି ବିଭିନ୍ନ ପ୍ରକାର କାରଣ ଦର୍ଶାଇ।
Diving licence will be suspended if both the ride and person sitting do not wear helmets. Please wear helmets for your safety. https://t.co/wxLcVVUAEr
— STA Odisha (@STAOdisha) December 5, 2020
ତେବେ ଏଥିପାଇଁ ସରକାର ଏବେ ସ୍ବତନ୍ତ୍ର ନିୟମ ଆଣିବାକୁ ଯାଉଛନ୍ତି। ଯେଉଁ ପାଇଁ ଏସଟିଏ ପକ୍ଷରୁ ଯେଉଁ ସୂଚନା ଦିଆ ଯାଇଛି ଏବଂ କୁହା ଯାଇଚି ସେଥିରେ ଏ ସଂକ୍ରାନ୍ତରେ ଉଲ୍ଲେଖ ମଧ୍ୟ କରା ଯାଇଛି।ଗତ କାଲି ଆରଟିଓ କଟକ ପକ୍ଷରୁ ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରାୟ ୪୦ ଜଣ ବ୍ୟକ୍ତିଙ୍କ ଡ୍ରାଇଭିଂ ଲାଇସେନ୍ସ ଜବତ ହୋଇଥିଲା ।
ତେବେ ବିଭାଗ ତରଫରୁ କରା ଯାଇଥିବା ଟ୍ବିଟରେ ଆହୁରି ମଧ୍ୟ କୁହା ଯାଇଛି ଯେ ଦୟାକରି ଆପଣମାନେ ହେଲମେଟ ପିନ୍ଧନ୍ତୁ ଓ ଏଥିଯୋଗୁଁ ନିଜ ଜୀବନ ବଞ୍ଚାଇବା ସହ ଆପଣ ଜୋରିମାନା ଦେବାରୁ ମଧ୍ୟ ବଞ୍ଚନ୍ତୁ।କଟକ ଓଲଟପୁର ଠାରେ ହୋଇଥିବା ଯାଞ୍ଚ ବେଳେ ୯୨ ଜଣ ବାଇକ ଚାଳକ ହେଲମେଟ ପିନ୍ଧି ନଥିବା ଦେଖାଯାଇଥିଲା।
ତେବେ ସେମାନଙ୍କ ମଧ୍ୟରୁ ୪୨ ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହୋଇଥିଲା ବେଳେ ମୋଟ ୧ ଲକ୍ଷ ୩୪ ହଜାର ଟଙ୍କାର ଜୋରିମାନା ମଧ୍ୟ ଆଦାୟ କରାଯାଇଛି। ତେବେ ବାସ୍ତବିକ ଭାବରେ ହେଲମେଟ ପିନ୍ଧିବା ନିଜ ପ୍ରତି ସୁରକ୍ଷା କବଚ ସଦୃଶ ହୋଇଥାଏ। ତଥାପି ଲୋକେ ବିଭିନ୍ନ ପ୍ରକାର ଅଦରକାରୀ କାରଣ ଦର୍ଶାଇ ହେଲମେଟ ନପିନ୍ଧି ଅସୁରକ୍ଷିତ ଭାବରେ ଗାଡ଼ି ଚଳାଇବା ଦୁଃଖ ଦାୟକ ଅଟେ।
ତେଣୁ ଆପଣ ହେଲମେଟ ନିଜର ସୁରକ୍ଷା ପାଇଁ ପିନ୍ଧିବା ସହିତ ଆପଣଙ୍କ ଗାଡ଼ି ପଛ ସିଟ୍ ରେ ବସିଥିବା ଯାତ୍ରୀ କୁ ମଧ୍ୟ ହେଲମେଟ ପିନ୍ଧିବା ପାଇଁ କୁହନ୍ତୁ ଏବଂ ହେଲମେଟ ପିନ୍ଧାନ୍ତୁ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।