ଦେଖନ୍ତୁ ଭିଡ଼ିଓ । ବାହାଘର ପରେ ଅଭିନେତ୍ରୀ ଝିଲିକ ଦେଲେ ଖୁସି ଖବର…..

ଓଲିଉଡ ର ଜଣେ ସଫଳ ନାୟିକା ଭାବରେ ଅଭିନେତ୍ରୀ ଝିଲିକ ଭଟ୍ଟାଚାର୍ଯ୍ୟ ଙ୍କୁ କିଏ ଅବା ନ ଜାଣେ। ତାଙ୍କର ଲୋକପ୍ରିୟତା ଓଡ଼ିଶାରେ ଖୁବ୍ ଅଧିକ। କେବଳ ସେ ଓଡ଼ିଶାର ଜଣେ ଆଗ ଧାଡ଼ିର ଲୋକପ୍ରିୟ ଅଭିନେତ୍ରୀ ଏବଂ ପରିଚିତ ଚେହେରା ନୁହଁ ବରଂ ଜଣେ ସୁପରଷ୍ଟାର ଏବଂ ପ୍ରତିଷ୍ଠିତ ରାଜନେତା ଙ୍କ ପତ୍ନୀ ଭାବରେ ମଧ୍ୟ ବେଶ୍ ଜଣାଶୁଣା ଅଟନ୍ତି। ତାଙ୍କର ସ୍ବାମୀ ଜଣେ ବିଧାୟକ ଅଟନ୍ତି।

ତେବେ ଅଭିନୟ ଜୀବନର ଗ୍ଲାମର ଲାଇଫ ରୁ ପାରିବାରିକ ଜୀବନ ଅର୍ଥାତ୍ ବୈବାହିକ ଜୀବନରେ ବୋହୂ ଭୂମିକା ତୁଲାଇବା ଅଧିକାଂଶ ନାୟିକା ମାନଙ୍କ କ୍ଷେତ୍ରରେ ସମ୍ଭବପର ହୋଇ ନଥାଏ।କିନ୍ତୁ ଝିଲିକ ଏହାକୁ ଭଲ ଭାବରେ ଚଳାଇ ଆସୁଥିବାର ଦେଖିବାକୁ ମିଳିଛି।

ଜଣେ ସଂସ୍କାରି ମହିଳା ଓ ଟିପିକାଲ୍ ହିନ୍ଦୁ ବୋହୂ ଭାବରେ ତାଙ୍କର ଚଳନି ଓ ବେଶଭୂଷା ବେଶ୍ ମନଲୋଭା ଅଟେ।ସେ ତାଙ୍କର ସୌନ୍ଦର୍ଯ୍ୟ ଏବଂ ଅଭିନୟ ପାଇଁ ଦର୍ଶକ ଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି। କିଏ ବା ତାଙ୍କୁ ଭଲ ନପାଏ। ସମସ୍ତେ ତାଙ୍କ ପାଇଁ ଦିୱାନା।

ଦୀର୍ଘ ଦିନ ଧରି ଓଡ଼ିଶାରେ ଏକ ସ୍ବତନ୍ତ୍ର ଅଭିନୟର ଛାପ ଛାଡ଼ି ଯାଇଛନ୍ତି ଝିଲିକ।ସେ ତାଙ୍କର ଅଭିନୟ ସାଙ୍ଗକୁ ମାନୋଲୋଭା ହସ ପାଇଁ ଅଧିକ ଆକର୍ଷିତ ଲାଗନ୍ତି। ଅଭିନୟ ଜଗତ ବାହାରେ ବି ପ୍ରକୃତ ଜୀବନରେ ସେ ଜଣେ ସଫଳ ନାରୀ ଭାବରେ ନିଜକୁ ଅଭିହିତ କରନ୍ତି। ତାଙ୍କୁ ସେଥିପାଇଁ କୁହାଯାଏ ଏକ ସୁ ଗୃହିଣୀ ମଧ୍ୟ।

ସେ ଜଣେ ପଶୁ ପ୍ରେମୀ ମଧ୍ୟ।ଏବେ ତାଙ୍କର ଏକ ଭିଡିଓ ସାମ୍ନା କୁ ଆସିଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ ସେ ଏକ ନୂଆ କୁକୁର ଛୁଆ କୁ ଘରକୁ ଆଣୁଛନ୍ତି।ତାଙ୍କ ଶାଶୁ ଏହି କୁକୁର ଛୁଆ କୁ ଘରର ନୂଆ ସଦସ୍ୟ ଭାବରେ ଆଳତୀ କରି ଅଭିନନ୍ଦନ ଜଣାଇ ଘରକୁ ଆଣୁଛନ୍ତି। ଆଗରୁ ମଧ୍ୟ ସେ ଅଲଗା ବ୍ରିଡ୍ ର କୁକୁର ଛୁଆ କୁ ଆଣିଛନ୍ତି।ସେ କୁକୁର କୁ ବହୁତ ଭଲ ପାଆନ୍ତି ଏବଂ ସେମାନଙ୍କ ସହ ଫଟୋ ଉଠାଇ ସେୟାର ମଧ୍ୟ କରନ୍ତି।ତେବେ ଏବେ ଯେଉଁ କୁକୁର ଛୁଆକୁ ସେ ଆଣିଛନ୍ତି ତାର ନାମ ହେଉଛି ଜୁଜୁ। ଯାହା ବହୁତ୍ କ୍ୟୁଟ ହେଇଛି।

ତେବେ ନିଜର ଫିଲ୍ମ୍ କ୍ୟାରିଅର ଭିତରେ ଝିଲିକ ତାଙ୍କର ଅଭିନୟ ପାଇଁ ଅଧିକାଂଶ ସମୟରେ ପ୍ରଶଂସାର ପାତ୍ରି ହୋଇଥିବା ବେଳେ ଅନେକ ଚର୍ଚ୍ଚା ରେ ମଧ୍ୟ ରହିଥାନ୍ତି।କିଛି ଦିନ ଧରି ଅଭିନେତ୍ରୀ ଙ୍କ ବିଭିନ୍ନ ପ୍ରକାରର ଭିଡିଓ ସାମ୍ନା କୁ ଆସୁଛି। କେତେବେଳେ ସେ ଘରୋଇ କାର୍ଯ୍ୟ କରୁଥିବାର ଭିଡିଓ ସାମ୍ନା କୁ ଆସୁଛି ତ ପୁଣି କେତେବେଳେ ପୂଜାର୍ଚ୍ଚନା କରୁଥିବାର।

ତେବେ ଏମାନଙ୍କୁ ଦେଖୁଥିବା ଅଗଣତି ଦର୍ଶକ ମାନେ ସେମାନଙ୍କର ଲାଇଫ ଷ୍ଟାଇଲ କୁ ବହୁତ୍ ମାତ୍ରା ରେ ଅନୁସରଣ କରନ୍ତି ଏବଂ ସେମାନଙ୍କ ଜୀବନ ଶୈଳୀ ରେ ଅନୁପ୍ରାଣିତ ମଧ୍ୟ ହୋଇ ଥାଆନ୍ତି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।