ବାହା ଘର ସରିଲା, ଭୋଜି ସରିଲା: ସ୍ୱାମୀ ସହ ୧୮ ଦିନ ଧରି ରହିଲା ପରେ ଗହଣାଗାଣ୍ଠି ଧରି ପ୍ରେମିକ ସହିତ ଚମ୍ପଟ ମାରିଲା ସ୍ତ୍ରୀ
ତେବେ ବିବାହ ହେଉଛି ଏକ ପବିତ୍ର କାର୍ଯ୍ୟ ଏବଂ ସ୍ୱାମୀ ସ୍ତ୍ରୀ ଙ୍କ ସମ୍ପର୍କ ହେଉଛି ଏକ ପବିତ୍ର ସମ୍ପର୍କ।କାରଣ ସ୍ୱାମୀ ସ୍ତ୍ରୀ ଙ୍କ ଯୋଡ଼ି କୁ ସ୍ୱୟଂ ଭଗବାନ ବ୍ରହ୍ମା ପୂର୍ବରୁ ତିଆରି କରିଥାନ୍ତି ଏବଂ ପୃଥିବୀ ଲୋକରେ ସେହି ଦୁଇ ଜଣଙ୍କ ମିଳନ କରାନ୍ତି।
ତେଣୁ ଭଗବାନ ଙ୍କ ଦ୍ଵାରା ପ୍ରସ୍ତୁତ ଏହି ଯୋଡ଼ି କୁ ଅନେକ ଚେଷ୍ଟା କରି ମଧ୍ୟ କେହି ଭାଙ୍ଗି ପାରନ୍ତି ନାହିଁ।ପ୍ରତି ମୁହୂର୍ତ୍ତରେ ଆମ ସାମ୍ନା କୁ ଆସୁଛି ଅନେକ ନୂଆ ନୂଆ ଘଟଣା,ଯାହା ଆଜି ର ଏହି ସ୍ୱାମୀ ସ୍ତ୍ରୀ ସମ୍ପର୍କ ର ଅର୍ଥ କୁ ବଦଳାଇ ଦେଉଛି।ତେବେ ନିକଟରେ ଏହି ପରି ଏକ ଅପମାନ ଜନକ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ବହୁତ୍ ଭାଇରାଲ ହେବାରେ ଲାଗିଛି।ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର।
ବାହାଘର ସରିଲା, ବାହାଘର ଭୋଜି ମଧ୍ୟ ସରିଲା।ଶାଶୂ ଘରେ ୧୮ ଦିନ ମଧ୍ୟ ବିତାଇଲେ, ହେଲେ ଏହା ପରେ ସମସ୍ତ ଗହଣା ଗାଣ୍ଠି ଧରି ନିଜ ପ୍ରେମିକ ସହିତ ଛୁ ମାରିଲା ନବବିବାହିତା ସ୍ତ୍ରୀ।କଣ ଆଶ୍ଚର୍ଯ୍ୟ ହୋଇ ଗଲେ?
ମିଳି ଥିବା ସୂଚନା ଅନୁଯାୟୀ, ତେବେ ଘଟଣା ଟି ଘଟିଛି ମଧ୍ୟପ୍ରଦେଶର ଛତ୍ରପୂର ଜିଲ୍ଲାରେ। ଏଠାରେ ମୁର୍ତ୍ତି ରାଇକ୍ବାର ନାମକ ଏକ ୨୦ ବର୍ଷୀୟ ଯୁବତୀ ଉତ୍ତର ପ୍ରଦେଶର ଜାଲୁନ ଜିଲ୍ଲାର ରାହୁଲଙ୍କୁ ଡିସେମ୍ବର ୬ରେ ବିବାହ କରି ଥିଲେ।ଵିଵାହ ପରେ ସେ ୧୮ ଦିନ ଧରି ତାଙ୍କ ଶାଶୁଙ୍କ ଘରେ ରହି ଥିଲେ ଏବଂ ସମସ୍ତଙ୍କ ସହିତ ମିଳି ମିଶି ରହୁ ଥିଲେ।
ତେବେ ପ୍ରଥା ଅନୁଯାୟୀ ନବବଧୂ ତା ସ୍ୱାମୀ ସହିତ ତା ବାପ ଘରକୁ ଡିସେମ୍ବର ୨୪ ରେ ଯାଇ ଥିଲେ।ବାହାଘର ରେ ବାପ ଘରେ ଦେଇ ଥିବା ସମସ୍ତ ଗହଣାକୁ ସେ ପିନ୍ଧି ବାପ ଘରକୁ ଯାଇ ଥିଲେ।
ତେବେ ବାପ ଘରେ ପହଞ୍ଚିବା ମାତ୍ରେ ସେ ନିଜ ପ୍ରେମିକ ଭଜୁ ଯାଦବଙ୍କ ସହ ଫେରାର ହୋଇ ଥିଲେ ଏବଂ ସାଥିରେ ସେ ସମସ୍ତ ଗହଣା ଗାଣ୍ଠି କୁ ନେଇ ଯାଇ ଥିଲେ।ତେବେ ଝିଅ ଜ୍ବାଇଁ ଙ୍କ ପାଇଁ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ପ୍ରସ୍ତୁତି ରେ ବ୍ୟସ୍ତ ଥିଲେ ଝିଅର ପରିବାର ଲୋକେ।ଆଉ ଏହାରି ଭିତରେ ଝିଅ ର ପ୍ରେମିକ ତଥା ଭଜୁ ଯାଦବ ଆସି ଦେଖା କରି ଥିଲା।ଏହା ପରେ ଦୁହେଁ ସୁଯୋଗ ଦେଖି ସେଠାରୁ ଫେରାର ହୋଇ ଯାଇ ଥିଲେ।
ଏପଟେ ନିଜ ବିବାହିତା ଝିଅକୁ ନପାଇ ଝିଅର ବାପା- ମା ବ୍ୟସ୍ତ ହୋଇ ଖୋଜା ଖୋଜି ଆରମ୍ଭ କରିଥିଲେ।ତାଙ୍କ ସହିତ ଝିଅର ସ୍ୱାମୀ ମଧ୍ୟ ଖୋଜିଥିଲେ।ହେଲେ ତାଙ୍କ ସ୍ତ୍ରୀକୁ ନପାଇ ସ୍ୱାମୀ ନିଜ ଘରକୁ ଫେରି ଯାଇ ଥିଲେ।
ବାପ ଘର ଲୋକ ତାଙ୍କୁ ଖୋଜା ଖୋଜି କରି ନପାଇବାରୁ ଥାନାରେ ଅଭିଯୋଗ କରି ଥିଲେ।ସେପଟେ ଶାଶୂ ଘର ଲୋକ ମଧ୍ୟ ତାଙ୍କ ବୋହୂ ଙ୍କ ବିରୋଧ ରେ ଥାନାରେ ଏତଲା ଦେଇଛନ୍ତି।ତେବେ ଘଟଣା ଟି ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।