ବାଃ ରେ ପୁଅ ବାଃ ! ଜଣେ ପୁଅ ବଡ଼ ଅଫିସର, ଜଣେ ରାଜନେତା, ମାତ୍ର ବୃଦ୍ଧ ମା’ ରାସ୍ତାରେ ପଡ଼ି, ମୁଣ୍ଡରେ ପୋକ ଲାଗି ଗଲାଣି ,ଏହି ବୁଢ଼ୀ ମା ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ

ମାତା ପିତା ବିଶ୍ୱର ଏକ ଏପରି ଯୋଡ଼ି ଯାହାକୁ ଶିବ ପାର୍ବତୀ ଙ୍କ ଯୋଡ଼ି ସଦୃଶ୍ୟ ଦେଖା ଯାଇଛି । ତେବେ ଦୁନିଆରେ ସବୁ ସମ୍ପର୍କ ମିଛ କେବଳ ମାତା ପିତା ଏବଂ ସ୍ୱାମୀ ସ୍ତ୍ରୀ ସମ୍ପର୍କ କେବେବି ମିଛ ହୋଇ ନଥାଏ । ଜଣେ ବ୍ୟକ୍ତିଙ୍କ ପରିଚୟ ତାଙ୍କ ମାତା ପିତାଙ୍କ ଦେଇ ହୋଇଥାଏ । ସବୁ ବ୍ୟକ୍ତି ନିଜ ମାତା ପିତାଙ୍କୁ ସମ୍ମାନ ଏବଂ ଭଲ ପାଇବା ଦେବା ଉଚିତ ଏବଂ ସବୁ ସମୟରେ ନିଜ ବାପା ମା ଙ୍କ ଧ୍ୟାନ ରଖିବା ଉଚିତ ।

କିନ୍ତୁ ଆଜିକା ସମୟରେ କଣ ସବୁ ବ୍ୟକ୍ତି ଏହିପରି ଅଛନ୍ତି ? ଯିଏ ନିଜ ଜୀବନ ମାତା ପିତାଙ୍କ ସେବାରେ କାଟି ଦେବ । ଆଜିକା ସମୟରେ ଲୋକେ ନିଜ ବାପା ମା ଙ୍କୁ ହେୟାଜ୍ଞାନ କରି ରାସ୍ତା କଡ଼ରେ ଫିଙ୍ଗି ଦେଉଛନ୍ତି କିମ୍ବା ବୃଦ୍ଧାଶ୍ରମ ରେ ଛାଡ଼ି ଦେଉଛନ୍ତି ।

ତେଣୁ ଆଜିକାର ଏହି ପୋଷ୍ଟରେ ଆମେ ଆପଣଙ୍କୁ ଏହିପରି ଏକ ଘଟଣା ବିଷୟରେ କହିବୁ ଯେଉଁଥିରେ ଜଣେ ବୃଦ୍ଧ ମହିଳାଙ୍କୁ ତାଙ୍କ ପରିବାର ଲୋକେ ରାସ୍ତା କଡ଼ରେ ଫିଙ୍ଗି ଦେଇଛନ୍ତି କହିଲେ ମଧ୍ୟ ଭୁଲ ହେବନାହିଁ । ତେବେ ଏହି ଘଟଣା ସମ୍ବନ୍ଧରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।

ତେବେ ଘଟଣା ଅନୁଯାୟୀ ଜଣେ ବୃଦ୍ଧ ମହିଳାଙ୍କୁ ରାସ୍ତା କଡ଼ରେ ପଡ଼ିଥିବାର ଦେଖା ଯାଇଥିଲା । ଯାହାକି ପଞ୍ଜାବ ର ଭଟିଣ୍ଡା ରେ ଦେଖା ଯାଇଛି । ଏହି ଘଟଣା ଅନୁଯାୟୀ ଜଣେ ବୃଦ୍ଧ ମହିଳାଙ୍କୁ କିଛି ଲୋକ ରାସ୍ତା କଡ଼ରେ ପଡ଼ିଥିବାର ଦେଖିଥିଲେ । ତେବେ ସେ ମୁକ୍ତସର ଗାଁ ଦିଗରୁ ଯାଇଥିବା ରାସ୍ତା କଡ଼ରେ ପଡ଼ିଥିଲେ । ତେବେ କିଛି ଗାଁ ଲୋକ ତାଙ୍କୁ ନିଃସହାୟ ଅବସ୍ଥାରେ ରାସ୍ତା କଡ଼ରେ ଦେଖିଥିଲେ । ତାଙ୍କ ମୁଁହରେ ପୋକ ମାଛି ଭର୍ତ୍ତି ହୋଇଯାଇଥିଲେ ।

ତେଣୁ କିଛି ଲୋକ ସ୍ଥାନୀୟ ଏନଜିଓ ଏବଂ ପୋଲିସ ସହାୟତାରେ ବୃଦ୍ଧ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ । ହସ୍ପିଟାଲରେ ଭର୍ତ୍ତି କରାଇବା ପରେ ପୋଲିସ ବୃଦ୍ଧ ଙ୍କ ପରିବାର ବିଷୟରେ ତଦନ୍ତ କରିଥିଲେ । ପରେ ଯାହା ଜଣା ପଡ଼ିଥିଲା ତାହା ଶୁଣିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

ତେବେ ପୋଲିସ ଅନୁଯାୟୀ ବୃଦ୍ଧ ଜଣକ ଏକ ପ୍ରତିଷ୍ଠିତ ପରିବାରର ଥିଲେ । ଯେଉଁ ପରିବାରରେ ସମସ୍ତେ ଚାକିରିଆ ଥିଲେ ।ତେବେ ସୂଚନା ଅନୁଯାୟୀ ବୃଦ୍ଧଙ୍କର ଦୁଇ ପୁଅ ଥିଲେ । ଜଣେ ପୁଅ ଏକ ବଡ଼ ପୋଷ୍ଟ ର ଚାକିରୀରେ ନିଯୁକ୍ତ ଅଟନ୍ତି ଏବଂ ଅନ୍ୟ ଜଣେ ରାଜନେତା ଅଟନ୍ତି । ତେବେ ତାଙ୍କ ପରିବାର ମଧ୍ୟ ପ୍ରତିଷ୍ଠିତ ପରିବାର ଅଟେ । ପୁଣି ବୃଦ୍ଧ ଜଣଙ୍କର ନାତୁଣୀ ଜଣେ ୱାନ କ୍ଲାସ ଅଫିସର ମଧ୍ୟ ଅଟନ୍ତି

। ତେଣୁ ପୋଲିସ ଏହି ସମ୍ଵନ୍ଧରେ କୌଣସି କେଶ ଫାଇଲ କରିନାହିଁ । ତେବେ ନାତୁଣୀ ଜଣେ ଅଫିସର ହୋଇ ଥିବାରୁ ଏହି କେସ ଆଉ ଆଗକୁ ବଢ଼ିନାହିଁ । ତଥାପି ଆଜିକାଲିକା ଯୁବ ସମାଜର ବୃଦ୍ଧ ମାନଙ୍କୁ ଏପରି ଅତ୍ୟାଚାର ବେଶ ନିନ୍ଦନୀୟ ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।