ବାଃ ବାଃ ରେ ଠାକୁର ! ମନ୍ଦିରରେ ପୂଜା କରୁଥିବା ସମୟରେ ବିଧାୟକଙ୍କ ହେଲା ମୃତ୍ୟୁ ,ସିସି ଟିଭି ରେ କୋଏଦ ମୃତ୍ୟୁର LIVE ଦୃଶ୍ୟ

ଆଜିକାଲି ଅନେକ ଆଶ୍ଚର୍ଯ୍ୟ ଜନକ ଘଟଣା ସିସିଟିଭି କାରଣରୁ ସମସ୍ତଙ୍କ ସାମ୍ନାକୁ ଆସି ପାରୁଛି । ତେବେ ତାହା ସବୁ ହୁଏତ ଏମିତି କେହି କାହା ସାମ୍ନାରେ ବର୍ଣ୍ଣନା କରିଥିଲେ କେହି ବିଶ୍ୱାସ କରି ନଥାନ୍ତେ । କିନ୍ତୁ ସିସିଟିଭି କ୍ୟାମେରା ତାହାର ଏକ ପ୍ରମାଣ ଅଟେ ଯେ ଘଟଣାଟି ବାସ୍ତବରେ ଘଟିଛି ବୋଲି । ତେବେ ଆଜିକାଲି ଅନେକ ଆକସ୍ମିକ ଘଟଣା ସହିତ ହତ୍ୟା ଘଟଣା ମଧ୍ୟ ସୋସିଆଲ ମିଡ଼ିଆ ଜରିଆରେ ପର୍ଦାଫାସ ହୋଇ ପାରୁଛି ।

ତେବେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏହିପରି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ବିଷୟରେ କହିବୁ ଯାହାକୁ ଦେଖିଲେ ଆପଣ ବିଶ୍ୱାସ କରି ପାରିବେ ନାହିଁ ଏବଂ ଆପଣଙ୍କ ଆଖିରେ ଲୁହ ମଧ୍ୟ ଆସିଯିବ । ତେବେ ସେହି ବାସ୍ତବ ଘଟଣା ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।

ତେବେ ଘଟଣାଟି ହେଉଛି ମଧ୍ୟପ୍ରଦେଶ ର । ତେବେ ଏହି ଘଟଣା ଅନୁଯାୟୀ ମଧ୍ୟପ୍ରଦେଶ କଂଗ୍ରେସ ର ପୂର୍ବତନ ବିଧାୟକ ପୂଜା କରୁଥିବା ସମୟରେ ମୃତ୍ୟୁବରଣ କରିଛନ୍ତି । ଯାହାକି ଶୁଣିବା ମାତ୍ରେ ହିଁ ଆଶ୍ଚର୍ଯ୍ୟ ଲାଗୁଛି । ତେବେ ବାସ୍ତବ କଥା ହେଉଛି ଯେ ମଧ୍ୟପ୍ରଦେଶ କଂଗ୍ରେସ ର ପୂର୍ବତନ ବିଧାୟକ ଏବଂ ଶିଳ୍ପପତି ବିନୋଦ ଡାଗା ଜୈନ ଦାଦାବାଡ଼ି ରେ ଥିବା ଏକ ମନ୍ଦିର କୁ ପୂଜା କରିବା ପାଇଁ ଯାଇଥିଲେ । ତେବେ ତାହା ତାଙ୍କ ପାଇଁ ପ୍ରଥମ ନଥିଲା ।

ସେ ପ୍ରତିଦିନ ସେଠାକୁ ପୂଜା କରିବାକୁ ଆସନ୍ତି । କିନ୍ତୁ ସେଦିନ ତାଙ୍କ ପାଇଁ ଆଉ କିଛି ଭବିଷ୍ୟ ଲେଖିଥିଲା । ସେଦିନ ମଧ୍ୟ ସେ ଅନ୍ୟ ଦିନ ଭଳି ମନ୍ଦିରକୁ ଆସି ଭଗବାନଙ୍କ ମୂର୍ତ୍ତି ସାମ୍ନାରେ ପୂଜା କରିଲେ ଏବଂ ମୁଣ୍ଡିଆ ମଧ୍ୟ ମାରିଥିଲେ । କିନ୍ତୁ ସେହି ମୁଣ୍ଡିଆ ମାରିବା ସମୟରେ ସେ ଆଉ ଉଠି ନଥିଲେ ।

ବରଂ ସବୁଦିନ ପାଇଁ ଭଗବାନଙ୍କ ଚରଣ ରେ ରହି ଯାଇଥିଲେ । ଯାହାକି ସେହି ମନ୍ଦିର ରେ ଲାଗିଥିବା ସିସିଟିଭି କ୍ୟାମେରା ରେ ରେକର୍ଡ଼ ହୋଇଥିଲା । ଏପରି ଘଟଣା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ସିସିଟିଭି ରେକର୍ଡ଼ ରୁ ଜଣା ପଡ଼ିଥିଲା ଯେ ସେ ଭଗବାନଙ୍କ ମୃତ୍ୟୁ ସାମ୍ନାରେ ମୁଣ୍ଡିଆ ମାରିବା ସମୟରେ ତାଙ୍କୁ ହାର୍ଟଅଟାକ ଆସିଥିଲା । ଯେଉଁ କାରଣରୁ ସେ ଆଉ ଉଠି ପାରି ନଥିଲେ । ତେଣୁ ତାଙ୍କର ସେହି କ୍ଷଣରେ ମୃତ୍ୟୁ ହୋଇ ଯାଇଥିଲା ।

ତାଙ୍କର ବିରହ ପାଇଁ ମଧ୍ୟପ୍ରଦେଶ ର ଅନ୍ୟ ରାଜନେତା ମାନଙ୍କ ମଧ୍ୟରେ ଦୁଃଖର ଛାୟା ଖେଳି ଯାଇଛି । ପୁଣି ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ ଟ୍ୱିଟ କରି ଲେଖିଛନ୍ତି ସେ ବିନୋଦ ତାଙ୍କର ଅତି ନିକଟସହଯୋଗୀ ଥିଲେ । ଯେଉଁ କାରଣରୁ ତାଙ୍କର ପାରିବାରିକ ସମ୍ପର୍କ ମଧ୍ୟ ହୋଇ ଯାଇଥିଲା । କିନ୍ତୁ ତାଙ୍କର ଆକସ୍ମିକ ନିଧନ ସମସ୍ତଙ୍କ ଛାତି ଥରାଇ ଦେଇଛି । ଏହା କହି ସେ ନିଜର ଦୁଃଖ ପ୍ରକାଶ କରିଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।