ଦେଖନ୍ତୁ ଭୟଙ୍କର ଭିଡ଼ିଓ ! ବାଘ ଗୁଡ଼େଇଲା ଆଉ ମଣିଷ ପ୍ରାଣ ଭୟରେ କାଳ ଏମିତି….ଦେଖିଲେ ରୋମ ଟାଙ୍କୁରୀ ଉଠିବ….

ମଣିଷ କୁ ଗୋଡ଼ାଇ ଗୋଡ଼ାଇ ଆଟାକ କଲା ବାଘ। ଆସାମ ର ତେଜପୂର୍ ଅଞ୍ଚଳ ରେ ବାଘ ଆତଙ୍କ । ବାଘ କୁ ଉଦ୍ଧାର କରିବା ପାଇଁ ଆରମ୍ଭ ହେଲା ଅପରେସନ । ମଣିଷ କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଲା ବାଘ । ତେବେ କଣ ହୋଇଛି ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର । ମଣିଷ ନିଜର ଚାହିଦା ମେଣ୍ଟାଇବା ପାଇଁ ଜଙ୍ଗଲ କାଟି ନଷ୍ଟ କରୁଛି।ଜଙ୍ଗଲ କାଟି ଚାଷ ଜମି କରୁଛି,ନହେଲେ ଜଙ୍ଗଲ କାଟି ସେଠାରେ ଫ୍ୟାକ୍ଟ୍ରି କରୁଛି।

ତେଣୁ ଜଙ୍ଗଲ ରେ ରହୁଥିବା ପ୍ରାଣୀ ମାନେ ଏବେ ବାସ ହରା ହେଉଛନ୍ତି।ସେମାନେ ଏବେ ସହର କିମ୍ବା ଗାଁ ମୁହାଁ ହେଲେଣି।ତେଣୁ ଗାଁ ରେ କେତେବେଳେ ହାତୀ ପଲ ପସୁଛନ୍ତି ତ ପୁଣି କେତେବେଳେ ବାଘ ପଶୁଛି।

ସେହିପରି ଏବେ ଜଙ୍ଗଲ ଓ ପାହାଡିଆ ନିକଟବର୍ତ୍ତୀ ଅଞ୍ଚଳ ରେ ଦିନକୁ ଦିନ ଲୋକଙ୍କ ମନରେ ବନ୍ୟ ଜନ୍ତୁ ଙ୍କ ନେଇ ଭୟ ବଢ଼ିବାରେ ଲାଗିଛି। ଜଙ୍ଗଲ ପାଖା ପାଖି ହୋଇ ଥିବାରୁ ମଣିଷର ବାସଗୃହ କୁ ନିଜର ବାସସ୍ଥାନ ଭାବି ବେଳେବେଳେ ପଶି ଆସୁଛନ୍ତି ବନ୍ୟ ହିଂସ୍ର ଜୀବଜନ୍ତୁ ମାନେ। କେବେ କେବେ ଏମିତି ବି ସମୟ ଆସେ ଯେ ଏହି ବନ୍ୟ ଜନ୍ତୁ ମାନଙ୍କ ସହିତ ମଣିଷ ର ସାମ୍ନା ସାମ୍ନୀ ମଧ୍ୟ ହୋଇଯାଏ।

ଏବେ ଏହିପରି ଏକ ଘଟଣା ର ଭିଡ଼ିଓ ସୋସିଆଲ ମିଡ଼ିଆ ରେ ବେସ ଭାଇରାଲ ହେବାରେ ଲାଗିଛି।ତେବେ ଆସନ୍ତୁ ଜାଣିବା ଘଟଣା ସମ୍ପର୍କରେ।ତେବେ ଏହି ଘଟଣା ଟି ଘଟିଛି ଆସମ ର ତେଜପୂର୍ ଅଞ୍ଚଳ ରେ। ଏଠାରେ କିଛି ଲୋକ ଙ୍କୁ ବାଘ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରୁଥିବା ର ଦୃଶ୍ୟ ଦେଖିବାକୁ ମିଳିଛି।ଏବଂଏହି ଦୃଶ୍ୟ ରେକର୍ଡ ହୋଇଛି ବାହାରେ ଥିବା ଲୋକ ମାନଙ୍କ ମୋବାଇଲ କ୍ୟାମେରା ରେ।ଏହା ପରେ ଏହି ଘଟଣା ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି।

ଲୋକ ମାନଙ୍କୁ ବାଘ ଗୋଡ଼ାଇ ଥିବା ବେଳେ ଲୋକ ମାନେ ଭୟରେ ଏଣେ ତେଣେ ଦୌଡ଼ି ପଳାଉ ଥିଲେ।ତେଣୁ ସ୍ଥାନୀୟ ଲୋକେ ନିକଟସ୍ଥ ବନ ବିଭାଗ କୁ ଏହି ଖବର ର ସୂଚନା ଦେଇ ଥିଲେ।ଖବର ପାଇ ବନ ବିଭାଗ କର୍ମଚାରୀ ଆସି ସେଠାରେ ପହଁଚି ଥିଲେ ଏବଂ ବାଘ ଟିକୁ ଧରିବା ପାଇଁ ସେମାନେ ବିଭିନ୍ନ ପ୍ରକାର ଚେଷ୍ଟା କରି ଥିଲେ।

ଏଥି ପାଇଁ ସେମାନେ ଏକ ଜାଲ ଆଣି ସେଠାରେ ବାନ୍ଧୁ ଥିବା ସମୟରେ, ବାଘ ଟି ଅତି ତୀବ୍ର ଗତି ରେ ଦୌଡ଼ି ଦୌଡ଼ି ଆସି ସେହି ବନ ବିଭାଗ କର୍ମଚାରୀ ଙ୍କ ଉପରକୁ ମଧ୍ୟ ଡେଇଁ ପଡ଼ି ଥିଲା ଓ ତାଙ୍କ ଅଣ୍ଟା ପାଖକୁ ଜୋର ରେ ଧରି ନେଇ ଥିଲା।ବ୍ୟକ୍ତି ଜଣଙ୍କ ଯେତେ ଚେଷ୍ଟା କଲେ ମଧ୍ୟ ବାଘ ତାଙ୍କୁ ଛାଡ଼ି ନଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।